ଅନୁଗୁଳ

ଏମ୍.ସି.ଏଲ.ରେ ଜାରି ରହିଛି ଖଣି ବନ୍ଦ ଆନ୍ଦୋଳନ

ତାଳଚେର, ୨୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାନଦୀ ଠିକା ଶ୍ରମିକ ସଂଘ ତରଫରୁ ଶ୍ରମିକଙ୍କ ବର୍ଦ୍ଧିତ ଦରମା ତଥା ଅନ୍ୟ ୩ଟି ଦାବି ନେଇ ଏମ୍.ସି.ଏଲ.ର ବିଭିନ୍ନ କୋଇଲା ଖଣିରେ କରାଯାଉଥିବା ଆନ୍ଦୋଳନ ଆଜି ୨ୟ ଦିନରେ ପହଂଚିଛି। ବିଭିନ୍ନ କୋଇଲାଖଣିରେ କାର୍ଯ୍ୟରତ ହାଇୱା ଟ୍ରକ ଚାଳକମାନେ ଏଥିରେ ସାମିଲ ହୋଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚଳାଇଥିବାରୁ ସମସ୍ତ କୋଇଲାଖଣିରେ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି। ତାଳଚେର କୋଲ ଫିଲଡ଼ସରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ବର୍ଦ୍ଧିତ ଦରରେ ମଜୁରୀ ପ୍ରଦାନ, ଶ୍ରମିକମାନଙ୍କୁ ସି.ଏମ୍.ପି.ଏଫ ସ୍ଲିପ୍ ପ୍ରଦାନ, ଠିକା ଶ୍ରମିକ ଓ ସେମାନଙ୍କ ପରିବାରକୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ, ୨୦୧୩ ମସିହାରେ ଏମ୍.ସି.ଏଲ.ର ଭରତପୁର ରେଲୱେ ସାଇଡିଂ ୩ ଓ ୪ରେ କାର୍ଯ୍ୟରତ ୩୧ଜଣ ଠିକା ଶ୍ରମିକଙ୍କୁ ପୁନଃନିଯୁକ୍ତି ପାଇଁ ସଂଘ ପକ୍ଷରୁ ଦାବି କରାଯାଇ ଏପରି ଆନ୍ଦୋଳନ କରାଯାଉଛି। ଏ ନେଇ ଏକ ଆଲୋଚନା ହୋଇଥିବା ବେଳେ ତାହା ଫଳପ୍ରଦ ନହେବାରୁ ଆନ୍ଦୋଳନ ଜାରି ରହିଥିବାର ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top