ଅନୁଗୁଳ

ଏମ୍.ସି.ଏଲ ଜଗନ୍ନାଥ ଜି.ଏମ୍.ଙ୍କ ଲୁଚାଣିଆ ସାମ୍ବାଦିକ ସମ୍ମିଳନୀକୁ ବିଭିନ୍ନ ମହଲରେ ନିନ୍ଦା

ତାଳଚେର, ୧୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ସୋମବାର ଦିନ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଆଇ.ଏ.ଏସ୍) ରାଜେଶ୍ କୁମାର ସିହ୍ନା ଏବଂ ଏମ୍.ସି.ଏଲ.ର ଅନ୍ୟାନ୍ୟ ଉଚ୍ଚପଦସ୍ଥ କର୍ମଚାରୀମାନେ ତାଳଚେର କୋଇଲାଖଣି ଗସ୍ତରେ ଆସି ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ସ୍ଥାନୀୟ ଡେରାସ୍ଥିତ ସି.ଏମ୍.ଡି ବଙ୍ଗଳାରେ ଏମ୍.ସି.ଏଲ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏମ୍.ଜି ବ୍ରହ୍ମପୁରକରଙ୍କ ଦ୍ୱାରା କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯାଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ତେବେ ଏଥିରେ ସ୍ଥାନୀୟ ଅଂଚଳର ଅନ୍ୟାନ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କୁ କାର୍ଯ୍ୟକ୍ରମକୁ ଡକା ଯାଇନଥିଲା। ସମସ୍ତଙ୍କୁ ଡକାଇବା ଦ୍ୱାରା ଖଣି ଅଂଚଳରୁ କୋଇଲା ଡିଜେଲ, ଲୁହା ଚୋରୀ, କୋଇଲା ଖଣିରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ନିଯୁକ୍ତି, ଥଇଥାନ ଓ ବିସ୍ଥାପନ ସମସ୍ୟା, ଦୁର୍ଘଟଣାଜନିତ ମୃତ୍ୟୁ, ଖଣି ବନ୍ଦ ଆନ୍ଦୋଳନ, କୋଲ ଷ୍ଟକ ଦୁର୍ନୀତି ଆଦି ପ୍ରଶ୍ନର ସମ୍ମୁଖୀନ ହେବାର ଜାଣିପାରି ଅନେକଙ୍କୁ ଜାଣିଶୁଣି ଡକା ଯାଇନଥିବାର ଜଣାପଡ଼ିଛି। ତେବେ ଜି.ଏମ୍ ଶ୍ରୀ ବ୍ରହ୍ମପୁରକର ସମସ୍ତ ସାମ୍ବାଦିକଙ୍କୁ ନଡାକି କେବଳ ନିଜକୁହା କଥା ଲେଖାଇବାକୁ ହାତଗଣତି ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୁଚାଣିଆ ଭାବେ ଡାକିଥିବାର ସାଧାରଣରେ ଚର୍ଚ୍ଚା ହେଉଛି। ଜି.ଏମ୍.ଙ୍କ ଏଭଳି ହୀନ କାର୍ଯ୍ୟକ୍ରମକୁ ସାମ୍ବାଦିକ ସଂଘ, କାର୍ଯ୍ୟରତ ଶ୍ରମିକ ସଂଗଠନ, ସାମ୍ବାଦିକ, ଶ୍ରମିକ, ବୁଦ୍ଧିଜିବୀ ଓ କ୍ଷତିଗ୍ରସ୍ତ ପ୍ରଜା ନାପସନ୍ଦ କରିବାସହ ମନୋମୂଖୀ କାରବାର କହି ଦୃଢ ନିନ୍ଦା କରିଛନ୍ତି। ଏହାର ସ୍ପଷ୍ଟୀକରଣ ଦେବାକୁ ସମ୍ପୃକ୍ତ ଜି.ଏମ୍.ଙ୍କଠାରେ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top