ଅନୁଗୁଳ

ଏମ୍.ସି.ଏଲ ଜଗନ୍ନାଥ କ୍ଷେତ୍ର ତରଫରୁ ୨ ଦିନିଆ କର୍ମଶାଳା

ତାଳଚେର,୧୫/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍.ସି.ଏଲ ଜଗନ୍ନାଥ କ୍ଷେତ୍ର ତରଫରୁ ସ୍ଥାନୀୟ ଗ୍ରୀନ ଭ୍ୟାଲି କ୍ଲବଠାରେ ଏପ୍ରିଲ ୧୨ ଏବଂ ୧୩ ତାରିଖ ଦୁଇ ଦିନ ଧରି ବିଭାଗୀୟ ଯାଂଚ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ଭାରତ ସରକାରଙ୍କର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗର ପୂର୍ବ ନିଦେ୍ର୍ଦଶକ ମୁକେଶ ଚତୁର୍ବେଦୀ ଏହି କର୍ମଶାଳାରେ ଆମନ୍ତ୍ରିତ ଅତିଥିଭାବେ ଯୋଗଦାନ କରିଥିଲେ । ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏମ୍.ଜି.ବ୍ରହ୍ମପୁରକର ଶ୍ରୀ ଚତୁର୍ବେଦୀଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଶ୍ରୀ ଚତୁର୍ବେଦୀ ଉପସ୍ଥିତ ଅଧିକାରୀଙ୍କୁ ବିଭାଗୀୟ ଯାଂଚ ସମ୍ପର୍କରେ ବିସ୍ତୃତ ଭାବେ ସୂଚିତ କରିଥିଲେ । ଏହି କର୍ମଶାଳାରେ ତାଳଚେର କୋଲଫିଲଡ଼ସ ଏବଂ ଇବ୍ ଭ୍ୟାଲି କୋଲଫିଲଡ଼ସର ଯାଂଚ ଅଧିକାରୀଗଣ ଏବଂ ପ୍ରବନ୍ଧନ ପ୍ରତିନିଧି,ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବିଭାଗୀୟ ଯାଂଚ ସମ୍ବନ୍ଧିତ ବିଷୟରେ ଜ୍ଞାନହାସଲ କରିଥିଲେ । ଏମ୍.ସି.ଏଲ ମୂଖ୍ୟାଳୟ ସତର୍କତା ବିଭାଗ ସହଯୋଗରେ ଉକ୍ତ କର୍ମଶାଳା ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top