ଓଡ଼ିଶା

ଏମ୍ଡିଏମ୍ ଚାଉଳ ଗାଡି ଅଟକ, ତଦନ୍ତ ଆରମ୍ଭ

ଭଦ୍ରକ, ୨୫ା୯(ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଅପରାହ୍ନରେ ଏକ ଚାଉଳ ବୋଝେଇ ଟାଟା ୪୦୭ ପିକ୍ଅପ୍ ଭ୍ୟାନ୍କୁ ସ୍ଥାନୀୟ ଗ୍ରାମବାସୀମାନେ ଅଟକାଇ ଗ୍ରାମାଞ୍ଚଳ ଥାନାକୁ ହସ୍ତାନ୍ତର କରିଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଓଡି-୦୧ଭି-୬୮୯୯ ନମ୍ବରର ଏହି ଟାଟା ୪୦୭ ପିକ୍ଅପ୍ ଭ୍ୟାନ୍ଟିରେ ଚାଉଳ ବୋଝେଇ ହୋଇ ସନ୍ଦେହ ଜନକ ଅବସ୍ଥାରେ ୧୬ନଂ ଜାତୀୟ ରାଜପଥର ବହୁଦରଡା ଠାରେ ଅଟକି ରହିଥିଲା। ସ୍ଥାନୀୟ ଗ୍ରାମବାସୀମାନେ ଏହା ଏମ୍ଡିଏମ୍ (ମଧ୍ୟାହ୍ନ ଭୋଜନ) ଚାଉଳ ବୋଲି ଜାଣି ତାହା ଚୋରା ଚାଲାଣ ହୋଇଥିବାର ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ୍କୁ ଖବର ଦେଇଥିଲେ। ଫଳରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପକ୍ଷରୁ ଉକ୍ତ ଗାଡିଟିକୁ ଜବତ କରାଯାଇଛି। ଏବଂ ତାହାକୁ ଥାନାକୁ ନିଆଯାଇ ଡ୍ରାଇଭରକୁ ଅଟକ ରଖାଯାଇ ତଦନ୍ତ ଚାଲୁରହିଛି। ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସବିଶେଷ ତଥ୍ୟ ଜଣାପଡିନଥିବାରୁ ଆସନ୍ତାକାଲି ସମସ୍ତ ବିଷୟ ଜଣାପଡିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top