ଅନୁଗୁଳ

ଏମସିଏଲ ଲିଙ୍ଗରାଜ କୋଇଲାଖଣିରେ ବୋଲେରୋକୁ ଚାପି ଦେଲା ଡମ୍ପର l ୨ ଗୁରୁତର

ଆଜି ଏମସିଏଲର ତାଳଚେର ସ୍ଥିତ ଲିଙ୍ଗରାଜ ଓପନ କାଷ୍ଟ ପ୍ରୋଜେକ୍ଟ କୋଇଲାଖଣି ଠାରେ ଘରୋଇ କମ୍ପାନୀ ଏଲ ଆଣ୍ଡ ଟି ର ଏକ ବୋଲେରୋକୁ ଲିଙ୍ଗରାଜ ମାଇନ୍ସର ଏକ ଡମ୍ଫର ଚାପି ଦେବାରୁ ବୋଲେରୋଟି ଭାଙ୍ଗି ଚୁରମାର ହେବା ସହ ଏହାର ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି l ଉଭୟ ଡ୍ରାଇଭରଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ଗାଡ଼ିଚାଳନା ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ପ୍ରତ୍ୟକ୍ଷଦର୍ଶୀ ମାନେ ପ୍ରକାଶ କରିଛନ୍ତି l ତେବେ ବୋଲେରୋ ଭିତରେ ଚାପି ହୋଇ ଗୁରୁତର ଭାବେ ପଡ଼ି ରହିଥିବା ଡ୍ରାଇଭରକୁ ଦୀର୍ଘ ୩ ଘଣ୍ଟା ପରେ ଉଦ୍ଧାର କରାଯାଇ ପ୍ରଥମେ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା l ଏବଂ ପରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି l ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ପ୍ରତି ଲିଙ୍ଗରାଜ ଖଣି କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନଥିବାରୁ ଏଠାରେ ଦିନକୁଦିନ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top