ଓଡ଼ିଶା

ଏମପିଇଡିଏ ଭୁବନେଶ୍ୱର ଗୁଣବତ୍ତା ନିୟନ୍ତ୍ରଣ ପ୍ରୟୋଗଶାଳା ଏନଏବିଏଲ ମାନ୍ୟତା ପ୍ରାପ୍ତ ଓ ଇଆଇସି ଅନୁମୋଦିତ

ଭୁବନେଶ୍ୱର ୪-୧ (ଓଡ଼ିଆ ପୁଅ) ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଏମ.ପି.ଇ.ଡି.ଏ) ଭୁବନେଶ୍ୱରର ନୟାପଲ୍ଲୀ ଠାରେ ମତ୍ସ୍ୟ ଓ ମତ୍ସ୍ୟଜାତ ଦ୍ରବ୍ୟର କ୍ଲୋରାମଫେନିକଲ ଏବଂ ନାଇଟ୍ରୋଫୁରାନ ମେଟାବୋଲାଇଟ ପରୀକ୍ଷା ପାଇଁ ଅତ୍ୟାଧୁନିକ ଗୁଣବତ୍ତା ନିୟନ୍ତ୍ରଣ ପ୍ରୟୋଗଶାଳା ସ୍ଥାପନ କରିଛନ୍ତି। ଏବେ ଏହି ପ୍ରୟୋଗଶାଳା ରାଷ୍ଟ୍ରୀୟ ପରୀକ୍ଷଣ ଓ ଅଂଶଶୋଧନ ପ୍ରୟୋଗଶାଳା ପ୍ରମାଣନ ବୋର୍ଡ଼ (ଏନ.ଏ.ବି.ଏଲ ) ଦ୍ୱାରା ମାନ୍ୟତା ପ୍ରାପ୍ତ ହୋଇଛି ତଥା ଭାରତୀୟ ରପ୍ତାନି ନିରୀକ୍ଷଣ ପରିଷଦର ଅନୁମୋଦନ ଲାଭ କରିଅଛି।

ଆଗ୍ରହୀ ରପ୍ତାନୀ କାରୀ/ ପ୍ରକ୍ରିୟାକାରୀମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନେ କଂଚାମାଲ କିମ୍ବା ପ୍ରସ୍ତୁତ ହୋଇଥିବା ଉତ୍ପାଦନର ୫୦୦ ଗ୍ରାମ ନମୁନା ଲିଖିତ ଆବେଦନ ଓ ପରୀକ୍ଷା ଫିସ ସହିତ କ୍ଲୋରାମଫେନିକଲ ଏବଂ ନାଇଟ୍ରୋଫୁରାନ ମେଟାବୋଲାଇଟ ପରୀକ୍ଷା ପାଇଁ ପ୍ରୟୋଗଶାଳାରେ ଦାଖଲ କରନ୍ତୁ। ଅଧିକ ବିବରଣୀ ପାଇଁ ପ୍ରୟୋଗଶାଳା ସହିତ ଫୋନ ନମ୍ବର ୦୬୭୪ -୨୩୬୨୩୬୫ /୨୩୬୨୫୬୫ ରେ ଯୋଗାଯୋଗ କରନ୍ତୁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top