ଜିଲ୍ଲା ପରିକ୍ରମା

ଏଭେରେଷ୍ଟ ସଫଳତା ପାଇଁ ସ୍ୱର୍ଣ୍ଣଲତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଯାଜପୁର-୧୧/୭(ଓଡିଆ ପୁଅ/ଏ.ରାଉତ) ଗତ ମଇ ମାସ ୨୧ ତାରିଖରେ ଗିରିଶୃଙ୍ଗ ଏଭେରେଷ୍ଟକୁ ସଫଳତାର ସହିତ ଆରୋହଣ କରି କେବଳ ଜିଲା କିମ୍ବା ରାଜ୍ୟ ନୁହେଁ ଦେଶ ପାଇଁ ଗୈାରବ ଆଣିଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦୀ ବ୍ଲକ କିମ୍ଭିରିଗାଡିଆ ପଂଚାୟତ ଜଗଡି ଗ୍ରାମର ସ୍ୱର୍ଣ୍ଣଲତା ଦଳେଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ସ୍ୱର୍ଣ୍ଣଲତାଙ୍କୁ ତାଙ୍କର ଏହି ଅପାର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉତରୋତର ଉନ୍ନତି କମନା କରିଥିଲେ । ଆଜି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ସ୍ୱର୍ଣ୍ଣଲତା ଏବଂ ତାଙ୍କ ବପା ମହେଶ୍ୱର ଦଳାଇ ଓ ମା’ ପ୍ରମିଳା ଦଳାଇଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିଲେ । ସେଠାରେ ସ୍ୱର୍ଣ୍ଣଲତା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଏଭେରେଷ୍ଟ ଚଢିବା ବିଷୟରେ ଅବଗତ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ସଫଳତା ନେଇ ଖୁସି ଜାହିର କରିଥିଲାବେଳେ ପୁଷ୍ପଗୁଚ୍ଛ ଓ ଉପଢୈ÷ାକନ ଦେଇ ସ୍ୱର୍ଣ୍ଣଲତାଙ୍କୁ ସମ୍ମାନୀତ କରିଥିଲେ । ଏ ବିଷୟରେ ମତ ଦେବାକୁ ଯାଇ ବିଧାୟକ ଶ୍ରୀ ଘଡାଇ କହିଛନ୍ତି ମୁଖ୍ୟମନ୍ତ୍ରୀ ସ୍ୱର୍ଣ୍ଣଲତାଙ୍କୁ ଶୁଭେଚ୍ଛା ଜଣାଇବା ପରେ ସ୍ୱର୍ଣ୍ଣଲତା ଓ ତାଙ୍କ ପରିବାର ବେଶ ଖୁସି ହୋଇଛନ୍ତି । ଆଗାମି ଦିନରେ ସ୍ୱର୍ଣ୍ଣଲତା ଅଧିକ ପାହାଡ଼ ଚଢିବାକୁ ଇଚ୍ଛା ପ୍ରକଟ କରିଥିଲାବେଳେ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଁ ପ୍ରତିଶୃତି ବଦ୍ଧ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top