ଏବେ ୨୪ ଡିଗ୍ରୀରୁ କମ କରି ପାରିବେ ନାହିଁ AC ର ତାପମାତ୍ରା ! ଜାଣନ୍ତୁ କାରଣ କ’ଣ

– ଶକ୍ତି ମନ୍ତ୍ରଣାଳୟ ଆସନ୍ତା ସମୟରେ ଏୟାର କଣ୍ଡିସନର ପାଇଁ ତାପମାତ୍ରାର ନ୍ୟୁନତମ ସ୍ତର ୨୪ ଡିଗ୍ରୀ କରିପାରନ୍ତି
– ସରକାର ଶିଘ୍ର ନେଇ ପାରନ୍ତି ନିଷ୍ପତି
– ଲୋକଙ୍କର ସ୍ଵାସ୍ଥ୍ୟ ଏବଂ ଶକ୍ତିକୁ ଧ୍ୟାନରେ ରଖି ନିଆ ଯାଇପାରେ ନିଷ୍ପତି

ନୂଆ ଦିଲ୍ଲୀ ୨୪/୬ (ଓଡ଼ିଆ ପୁଅ) : ଶକ୍ତି ମନ୍ତ୍ରଣାଳୟ ଆସୁଥିବା ସମୟରେ ଏୟାର କଣ୍ଡିସନର ପାଇଁ ତାପମାତ୍ରାର ସାମାନ୍ୟ ସ୍ତର ୨୪ ଡିଗ୍ରୀ ନିଶ୍ଚିତ କରିପାରନ୍ତି। ଯଦି ଏମିତି ହୁଏ ତେବେ ଦେଶରେ ବାର୍ଷିକ ୨୦ ଆରବ ୟୁନିଟ ବିଜୁଳିର ସଞ୍ଚୟ ହେବ। ଏହା ସହିତ ହିଁ ଲୋକମାନଙ୍କର ସ୍ଵାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡ଼ିବ। ଏହି ସମ୍ବନ୍ଧରେ ଶକ୍ତି ଏବଂ ନବୀନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ଆର ସିଂହ ଏୟାର କଣ୍ଡିସନ (ଏସି) କ୍ଷେତ୍ରରେ ଶକ୍ତିର ଦକ୍ଷତାକୁ ବଢ଼ାଇବାର ଅଭିଯାନ ଆରମ୍ଭ କରି ଆଜି କହିଛନ୍ତି, ‘‘ଏୟାର କଣ୍ଡିସନରରେ ଏକ ଡିଗ୍ରୀ ତାପାମାନ ବଢ଼ାଇଲେ ବିଜୁଳି ଖର୍ଚ୍ଚରେ ୬ ପ୍ରତିଶତ ହ୍ରାସ ପାଉଛି।’’

ଏୟାର କଣ୍ଡିସନର ବନାଇବା ପାଇଁ ପ୍ରମୁଖ କମ୍ପାନୀଗୁଡ଼ିକର ଏବଂ ତାଙ୍କର ସଂଗଠନ ସହିତ ବୈଠକରେ ସେ କହିଛନ୍ତି, ‘‘ଶରୀରର ସାମାନ୍ୟ ତାପମାତ୍ରା ୩୬ ରୁ ୩୭ ଡିଗ୍ରୀ ସେଲ୍ସିୟସ ଅଟେ, କିନ୍ତୁ ବାଣିଜ୍ୟିକ ପ୍ରତିଷ୍ଠାନ, ହୋଟେଲ ତଥା ଅଫିସ୍ ରେ ତାପମାତ୍ରା ୧୮ ରୁ ୨୧ ଡିଗ୍ରୀ ରଖାଯାଉଛି। ଏହା କେବଳ ଅସୁବିଧା ନୁହେଁ, ବାସ୍ତବରେ ଅସ୍ଵାସ୍ଥ୍ୟକର ମଧ୍ୟ ଅଟେ। ଏହି ତାପମାତ୍ରାରେ ଲୋକମାନଙ୍କୁ ଗରମ କପଡ଼ା ପିନ୍ଧିବାକୁ ପଡ଼ିଥାଏ କିମ୍ବା କମ୍ବଳ ଉପଯୋଗ କରିବାକୁ ପଡ଼ିଥାଏ। ଏହା ବାସ୍ତବରେ ଶକ୍ତିର ଅପଚୟ ଅଟେ। ଏହାକୁ ଦେଖି ଜାପାନ ପରି କିଛି ଦେଶଗୁଡ଼ିକରେ ତାପମାତ୍ରା ୨୮ ଡିଗ୍ରୀ ସେଲ୍ସିୟସ ରଖିବା ପାଇଁ ନିୟମ ରଖାଯାଇଛି।’’

ଏକ ଆଧିକାରିକ ବୟାନ ଅନୁସାରେ, ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଊର୍ଜା ଦକ୍ଷତା ବ୍ୟୁରୋ (ବିଇଇ) ଏହି ବିଷୟରେ ଏକ ଅଧ୍ୟୟନ କରାଇଛନ୍ତି ଏବଂ ଏୟାର କଣ୍ଡିସନରରେ ତାପମାତ୍ରା ୨୪ ଡିଗ୍ରୀ ସେଲ୍ସିୟସ ନିର୍ଦ୍ଧାରିତ କରିବା ପାଇଁ ସୁପାରିଶ କରିଛନ୍ତି। ଏହି ଦିଗରେ ଆରମ୍ଭ କରି ବିମାନ ବନ୍ଦର, ହୋଟେଲ, ସପିଙ୍ଗ ମଲ ସମେତ ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ବିନିର୍ମାତାମାନଙ୍କୁ ପରାମର୍ଶ ଜାରି କରାଯିବ। ବୈଠକରେ ବିନିର୍ମାତାମାନଙ୍କୁ ଏୟାର କଣ୍ଡିସନର ୨୪ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ନିର୍ଦ୍ଧାରିତ କରିବାପାଇଁ ପରାମର୍ଶ ଦିଆଯାଇଛି। ଏହା ସହିତ ଏସି ଉପରେ ଲେବେଲ ଲଗାଇକରି ଗ୍ରାହକମାନଙ୍କୁ ଏହା କହିବା ଆବଶ୍ୟକଯେ, ତାଙ୍କର ଅର୍ଥ ସଞ୍ଚୟ ଏବଂ ଉତ୍ତମ ସ୍ଵାସ୍ଥ୍ୟକୁ ନଜରରେ ରଖି ତାପମାତ୍ରା ୨୪ ରୁ ୨୬ ଡିଗ୍ରୀର ପରିସରରେ ରଖିବା ଉଚିତ।

ବୟାନ ଅନୁସାରେ, ‘‘ଚାରି ରୁ ଛହ ମାସର ସତର୍କତା ଅଭିଯାନ ପରେ ଲୋକମାନଙ୍କ ରାୟ ଜାଣିବାପରେ ସର୍ଭେ କରାଯିବ। ତା’ ପରେ ମନ୍ତ୍ରଣାଳୟ ଏହାକୁ ଅନିବାର୍ଯ୍ୟ କରିବା ଉପରେ ବିଚାର କରିବ। ଯଦି ସମସ୍ତ ଗ୍ରାହକ ଏହାକୁ ଆପଣାନ୍ତି ତେବେ ଏକ ବର୍ଷରେ ହିଁ ୨୦ ଆରବ ୟୁନିଟ ବିଜୁଳିର ସଞ୍ଚୟ ହେବ।’’

Leave a Reply

Your email address will not be published. Required fields are marked *