ଏବେ ବି ଜଳବନ୍ଦୀ ବସ୍ତି ବାସିନ୍ଦା: ପଲିଥିନ୍ ଓ ରନ୍ଧା ଖାଦ୍ୟ ଯୋଗାଣ।

ପୁରୀ:୮/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜଳାର୍ଣ୍ଣବ ପୁରୀ ସହର ଜଳବନ୍ଦୀ ଘେରରେ ବସ୍ତି ଓ ଚଳଚଞ୍ଚଳ ବାସିନ୍ଦା ସାଂଘାତିକ ପରିସ୍ଥିତି ଦେଖାଦେଇଛି ପୌରପାଳିକା ଅନୁଷ୍ଠିତ ଚକ୍ରତୀର୍ଥ, ଜେନେରା ସାହି ଓ ଅନ୍ୟାନ୍ୟ ବସ୍ତି ଅଞ୍ଚଳରେ ସାହିର ୫୦ଘର ସମ୍ପୂର୍ଣ୍ଣ ଜଳବନ୍ଦୀ ଘେରରେ ଜିଲ୍ଲା ଓ ପୌର ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ବ୍ୟତୀତ ଅନ୍ୟ କୌଣସି ସହାୟତା ଯୋଗାଇ ଦିଆଯାଇନାହିଁ। ଗୋରା କବର ଅଞ୍ଚଳ ଷ୍ଟେସନ ବାଲିକୁଦ ଉପର ଏବଂ ରେଲୱେ କଲୋନୀର ଅବସ୍ଥା ମଧ୍ୟ ସମାନ। ୩ଦିନ ଧରି ଲଗାଣ ବର୍ଷା ଓ ସୋମବାର ରାତିରେ ରେକର୍ଡ କାଳୀନ ବର୍ଷା ଯୋଗୁ ପୁରୀ ସହର ଜଳାର୍ଣ୍ଣବ ହୋଇ ପଡିଥିଲା। ବିଶେଷ କରି ପ୍ରଭାବିତ ହୋଇଛନ୍ତି ସହରି ତଳି ଓ ବସ୍ତିବାସିନ୍ଦା। ଉଭୟ ବେହେରା ସାହି, ଗୋରା କବର, ବାଲିକୁଦ ବସ୍ତି ଶେଷ ମୁଣ୍ଡ ନେଇ ଯାଇଥିବା ନାଳ ଠିକ୍ ଭାବେ ସଫା ହୋଇନଥିବା ଫଳେ ସମସ୍ତ ଆବର୍ଜନାଓ ବର୍ଜ୍ୟବସ୍ତୁ ଜମି ରହିଥିବା ଯୋଗୁ ଡ୍ରେନ ପାଣି ବାଙ୍କୀମୁହାଣ ମୁଖ୍ୟନାଳକୁ ନିଷ୍କାସିତ ହୋଇପାରିନାହିଁ। ଚକ୍ରତୀର୍ଥ ରୋଡ, ବେହେରା ସାହି ଶେଷ ମୁଣ୍ଡରେ କିଛି ଆବର୍ଜନା ନଦୀ ପରି ଭ୍ରମ ସୃଷ୍ଟି ହୋଇଛି। ପ୍ରାୟ ୫୦ଟି ଘର ସମ୍ପୂର୍ଣ୍ଣ ପାଣି ଘେରରେ। କେଉଁଠି ଅଟୋ ବୁଡି ଯାଇଛି ତ କେଉଁଠି ମୁଣ୍ଡ ଗୁଞ୍ଜେଇବାକୁ ଜାଗା ନାହିଁ। ଲୋକମାନେ ବାଧ୍ୟ ହୋଇ ସାହିର ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି। ଡ୍ରେନ ପାର୍ଶ୍ୱ ଓ ସହରତଳି ଅଞ୍ଚଳରେ ଏହି ସମସ୍ୟା ସୃଷ୍ଟି ହୋଇଥିବା ଗ୍ରହଣ କରିଛନ୍ତି ପୌରପାଳିକା। କିନ୍ତୁ ବର୍ଷା ଓ ଡ୍ରେନ ଜଳ ନିଷ୍କାସନ ପାଇଁ ଅଧିକ ସମୟ ଲାଗିବ। ଏପଟେ ପ୍ରଶାସନ ପକ୍ଷରୁ ପାଣିଘରେ ଥିବା ଲୋକମାନଙ୍କୁ ପଲିଥିନ୍ ଓ ରନ୍ଧାଖାଦ୍ୟ ବଣ୍ଟାଯାଉଛି। ସ୍ଥାନୀୟ ବିଜେଡି ନେତା କେ. ପ୍ରଶାଦ ରାଓ ଓ ବାବୁଲା ପ୍ରସାଦ ଲୋକମାନଙ୍କୁ ପଲିଥିନ୍ ବଣ୍ଟନ କରିବା ସହ ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି।

Leave a Reply

Your email address will not be published. Required fields are marked *