ଏବେବି ଈଶ୍ୱରଙ୍କ କୃପା ପ୍ରତ୍ୟେକ୍ଷ ଭାବରେ ରହିଛି: ହୁଣ୍ଡି ବାକ୍ସରୁ ଚୋରି କରୁଥିବା ବେଳେ ହାତ ଫଶି ରହିଗଲା

ତିର୍ତ୍ତୋଲ୧୪/୦୭ (ଓଡ଼ିଆ ପୁଅ/ଟୁକନ ସେଠୀ)- ବିଜ୍ଞାନର ଚରମ ଅଗ୍ରଗତି ଘଟିବା ସହିତ ଈଶ୍ୱରଙ୍କ ପ୍ରତି ବିଶ୍ୱାସ କମୁଥିବାବେଳେ ଈଶ୍ୱରଙ୍କ କୃପା ଏବେବି ପ୍ରତ୍ୟେକ୍ଷଭାବରେ ରହିଥିବା ପ୍ରମାଣ ଦେଖିବାକୁ ମିଳିଛି। ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତର ଶ୍ରୀରାମ ପୁରଠାରେ ରହିଛି ପଞ୍ଚମୁଖି ଅନୁମାନ ମନ୍ଦିର। ପ୍ରତ୍ୟେହ ଶତାଧିକ ଶ୍ରଦ୍ଧାଳୁ ଏହି ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଆସିଥାଆନ୍ତି। ପୂଜକ ନାରାୟଣ ତ୍ରୀପାଠୀ ପ୍ରତ୍ୟେକ ଦିନ ଭଳି ଆଜି ସକାଳ ୭ ଟା ସମୟରେ ମନ୍ଦିରକୁ ପୂଜା କରିବାକୁ ଆସିବାବେଳକୁ ଶହସ୍ରାଧିକ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ପାଇଥିଲେ। ମନ୍ଦିରରେ ଥିବା ହୁଣ୍ଡି ବାକ୍ସରୁ ପୂଜକଙ୍କ ପୁଅ ଗୋବିନ୍ଦ(୨୦) ହାତ ପୁରାଇ ଦାନ ଅର୍ଥ ନେବାକୁ ଚେଷ୍ଟା କରୁଥିବାବେଳେ ଦାନ ବାକ୍ସରୁ ଗୋବିନ୍ଦଙ୍କ ହାତ ବାହାରିନଥିଲା। ଉପସ୍ଥିତ ଲୋକଙ୍କର ପ୍ରଚେଷ୍ଟା ସତ୍ୱେ ରିପୋଟ ଲେଖାହେବା ପର୍ଯ୍ୟନ୍ତ ଗୋବିନ୍ଦର ହାତ ହୁଣ୍ଡିବାକ୍ସରୁ ବାହାରିପାରିନଥିଲା। ଅପରପକ୍ଷରେ ଗୋବିନ୍ଦ ଚିତ୍କିରା କରି କହୁଥିଲା ହୁଣ୍ଡି ବାକ୍ସଭିତରେ ତା ହାତକୁ କିଏ ଟାଣିଧରିଛି। ଏକଥା ଉପସ୍ଥିତ ଲୋକେ ଶୁଣିବାପରେ ହୁଳହୁଳି ଓ ଶଙ୍ଖଧ୍ୱନି ଦେଇ ଜୟ ହନୁମାନ ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠଇଥିଲା। ହନୁମାନଙ୍କର ମହିମାରୁ ଦାନବାକ୍ସରୁ ଚୋରୀକରୁଥିବା ବ୍ୟକ୍ତିକୁ ହନୁମାନ ଦଣ୍ଡ ଦେଉଛନ୍ତି ବୋଲି ଆଲୋଚନା ହେଉଥିଲା। ଏବେ ମେସିନ ସାହାଯ୍ୟରେ ଦାନ ବାକ୍ସଟିକୁ କାଟିବାପାଇଁ ସ୍ଥାନୀୟ ଲୋକେ ଚେଷ୍ଟାକରୁଥିବାବେଳେ ଘଟଣା ସମ୍ପର୍କରେ ତିର୍ତ୍ତୋଲ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ।

Leave a Reply

Your email address will not be published. Required fields are marked *