ଏବେଦି ବଂଚିଛି ସଂସ୍କୃତି- ଘର ପିଣ୍ଡାରେ ଗୀତା, ଭାଗବତ ପାଠ

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଧୁନିକ ସମାଜରେ ପାଶ୍ଚାତ୍ୟ ଅଭିମୁଖି ମଣିଷ ସଂସ୍କୃତି ପରମ୍ପରାକୁ ଭୁଲି ମିଛ ମରିଚିକା ପଛରେ ଧାଉଁଛି। ସୁଖ ବୋଲି ଭାବି ନିତ୍ୟ ଦୁଃଖକୁ ନିଜ ସାଙ୍ଗରେ ଯାବୁଡ଼ି ଧରୁଛି। ଭାରତୀୟ ସଂସ୍କୃତି, ପରମ୍ପରା, ଧର୍ମ, ପ୍ରାଚିନ୍ନ ଶିକ୍ଷା ନିତିକୁ ଭୁଲିଯାଇ ଚିରା ଚରିତ ଶିକ୍ଷାରେ ମଣିଷ ପଡ଼ିଯାଇଛି। ଅନୁକରଣ ନୀୟମ ଅନୁଯାଇ ବିଦେଶୀ ଚାଲିଚଳନ, ଆଚାର ବ୍ୟବହାର ଖାଦ୍ୟ ପେୟକୁ ନିଜ ଜୀବନରେ ଶତ ପ୍ରତିଶତ ବ୍ୟବହାର କରୁଛି। ଆଧୁନିକ ନାମରେ ସମାଜ ନଷ୍ଟ ଆଡ଼କୁ ଯାଉଥିଲେ ସୁଦ୍ଧା ଗୁଢ଼ ରହସ୍ୟକୁ କେହି ବୁଝିପାରୁ ନାହାଁନ୍ତି। କମ୍ପୁ୍ୟଟର, ହ୍ୱାଟସପ୍, ଫେସବୁକ୍ ର ବୋହୁଳ ପ୍ରସାର ଯୁବ ପିଢ଼ିକୁ ବାଟବଣା କରିଥିବା ବେଳେ ନିଜ ସଂସ୍କୃତି, ପରମ୍ପରା ଓ ଧର୍ମଗତ ଶିକ୍ଷା ଠାରୁ ସେମାନଙ୍କୁ ଦୁରେଇ ନେଉଛି। ଯୁବ ପିଢ଼ି ବାଟ ହୁଡ଼ିଲେ ଆଗାମୀ ବଂଶଧର ଏକ ନିଶ୍ଚିତ ଅନ୍ଧକାର ମଧ୍ୟକୁ ଠେଲିହୋଇଯିବା ସମ୍ଭାବନା ଦେଖା ଦେଇଛି। ଯେଉଁ ଶାସ୍ତ୍ର ଧର୍ମ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ନିତି, ଅନିତି ଓ ମଣିଷ ଜୀବନର ସର୍ବାଙ୍ଗିନ ଉନ୍ନତି ସହିତ ସୁଖର ଗନ୍ତାଘର ହୋଇଥାଏ ତାହାକୁ ଗୀତା ଭାଗବତ କହନ୍ତି। ସଂପ୍ରତି ପରିସ୍ଥିତିରେ ଆମେ ମାନେ ଉକ୍ତ ଧର୍ମ୍ୟ ଗ୍ରନ୍ଥ ଠାରୁ ଦୁରେଇ ଯାଉଥିବା ବେଳେ ଏବେବି ଗ୍ରାମାଂଚଳ ମାନଙ୍କରେ ଗୋଧୁଳି ବେଳାରେ ସଂଧ୍ୟା ହେଲେ ଠାକୁର ଘରେ ଗୀତା, ଭାଗବତ ବାଣୀ ସୁବୁଥାଏ। ଏହା ସହିତ ଘର ପିଣ୍ଡାରେ ମଧ୍ୟାହ୍ନ ସଂଧ୍ୟାରେ ଦୁଇ ପୌଢ଼ ଭାଇଙ୍କ ଗୀତା ପାଠ ମଧ୍ୟ ହେଉଥାଏ। ଜଣେ ଭାଇ ଗୀତା ଭାଗବତ ପାଠ କରୁଥିବା ବେଳେ ଅନ୍ୟ ଜଣେ ଅନୁଜ ପୌଢ଼ ଭାଇ ଶ୍ରବଣ କରୁଥାଏ। ପାଠ କରୁଥିବା ଲୋକ ଯେତିକି ହୃଦୟରେ ଶାନ୍ତି ପାଏ ଶ୍ରବଣ କରୁଥିବା ଲୋକ ମଧ୍ୟ ଭଗବାନଙ୍କ ବାଣିରେ ସେତିକି ଶାନ୍ତି ପାଇଥାଏ। ସତ୍ ଶାସ୍ତ୍ରର ଗୁଢ ରହସ୍ୟ ସତ୍ ପାଠକ ଜାଣିଥାଏ। ଏହାଦ୍ୱରା କେଉଁଭଳି ପରମ ଆନନ୍ଦ ମିଳେ ପଠନ ଓ ଶ୍ରବଣ କରୁଥିବା ବ୍ୟକ୍ତିଙ୍କ ଛଡ଼ା କେହି ବୁଝିପାରିବେ ନାହିଁ। ଗୀତା ଭାଗବତ ଗ୍ରନ୍ଥ ବିଶ୍ୱରେ ଶ୍ରେଷ୍ଟ ଗ୍ରନ୍ଥ ଅଟେ। ଯେକୌଣସି ଧର୍ମ ଓ ଜାତିର ଲୋକ ଏହାକୁ ସହଜରେ ଗ୍ରହଣ କରିପାରିବେ। ଆଜିର ସମୟରେ ପାଶ୍ଚାତ୍ୟ ଅଭିମୁଖି ଆମ ସମାଜ ଉକ୍ତ ଗ୍ରନ୍ଥର ଜ୍ଞାନରୁ ଦୁରେଇ ଯାଉଥିବା ବେଳେ ଦାଣ୍ଡ ପିଣ୍ଡାରେ ଦୁଇ ପୌଢ଼ଙ୍କ ଗୀତା ପାଠ ଆଗାମୀ ପିଢ଼ିପାଇଁ ନିଶ୍ଚିତ ପ୍ରେରଣା ଦାୟୀ ହେବ।

Leave a Reply

Your email address will not be published. Required fields are marked *