ଜିଲ୍ଲା ପରିକ୍ରମା

ଏବିଭିପିର ପଖାଳ ଦିବସ

ପୁରୀ, ୨୦/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ନଗର ଶାଖା ପକ୍ଷରୁ ପଖାଳ ଦିବସ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ୟୁଥ ହଷ୍ଟେଲ ପରିସରରେ ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରରେ ଶିକ୍ଷାବିତ ରାଜକିଶୋର ସାହୁ, ମୁଖ୍ୟ ଅତିଥୀ ଭାବେ ଜିଲ୍ଲା ଯୋଗାଣ ଅଧିକାରୀ ସନ୍ତେଷ ସାହୁ, ନେହେରୁ ଯୁବକେନ୍ଦ୍ର ସାହୁ, ସଂଯୋଜକ ଜୟଶଙ୍କର ଯୋଗୀ ସାମାଜିକ କର୍ମୀ ଜ୍ୟୋତିରଂଜନ ଦାସ ଓ ଶ୍ୟାମାକାହ୍ନା ପଟ୍ଟନାୟକ, ସମ୍ମାନୀତ ଅ୍ରତିଥୀ ଭାବେ ଉପସ୍ଥିତି ଥିଲେ। ଏହି ଅବସରରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ବୁଦ୍ଦିଜିବୀ, ସାମାଜିକ କର୍ମୀ ଯୋଗ ଦେଇ ସାମୁହିକ ଭାବେ ପଖାଳ ଖାଇଥିଲେ। ଦହିପଖାଳ ସହିତ ବଡିଚୁରା, ଆଳୁଭର୍ତା, କାମୁଡିର ସ୍ୱାଦ ନେଇଥିଲେ। କାର୍ଯ୍ୟକ୍ରମର ପରିଚାଳନା ଏଭିପିର ପୁରୀ ବିଭାଗ ସଂଯୋଜକ ରାଜେଶ ଦେବତା, ପ୍ରାନ୍ତ ସେବା ପ୍ରମୁଖ ଦୀପକ ସୁବୁଦ୍ଧି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ମହାପାତ୍ର, ଶୁକ୍ଲାମ୍ଭର ନାୟକ, ନଗର ଛାତ୍ରୀ ପ୍ରମୁଖ ପ୍ରଭାତି ସ୍ୱାଇଁ ସହ ଛାତ୍ରୀ ପ୍ରମୁଖ ସୁପ୍ରିୟା ଜେନା, ଜିଲ୍ଲା ଆହ୍ୱାନ ପ୍ରମୁଖ ଅନୀଲ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top