ଜିଲ୍ଲା ପରିକ୍ରମା

ଏବିଭିପିର ଚରମ୍ପା ମହାବିଦ୍ୟାଳୟ ଶାଖା ଘୋଷଣା

ଭଦ୍ରକ, ୧ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ରାଷ୍ଟ୍ରର ସର୍ବ ବୃହତ୍ ରାଷ୍ଟ୍ରବାଦୀ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ତରଫରୁ ଭଦ୍ରକ ଚରମ୍ପା ମହାବିଦ୍ୟାଳୟ ଶାଖା ସମିତି ଘୋଷଣା କରାଯାଇଛି । ଆଜି ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ଜିଳ୍ଲା ସଂଯୋଜକ ସୁବ୍ରତ ଧଳଙ୍କ ଅଧ୍ୟକ୍ଷତାରେ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଂଜନ ବିଶ୍ୱାଳଙ୍କ ଉପସ୍ଥିତିରେ ଘୋଷିତ ଶାଖାରେ ସଭାପତି ଭାବରେ ସତ୍ୟ ରଂଜନ ବେହେରା, ଉପସଭାପତି କିଶୋର କୁମାର ଦାସ, ସଂପାଦକ ଲୁଇସା ପ୍ରିୟଦର୍ଶିନୀ ଜତି, ସହସଂପାଦକ ରଂଜିତ କୁମାର ମହାପାତ୍ର, ଅନ୍ୟତମ ସହ ସଂପାଦକ ମୈରାଜ ଶାହା, ଛାତ୍ରୀ ପ୍ରମୁଖ ପ୍ରିୟଙ୍କା ଦାଶ, ଛାତ୍ରୀ ସହ ପ୍ରମୁଖ ପୁଷ୍ପାଞ୍ଜଳି ସାହୁ ଏବଂ ଇପ୍ସିତା ସାହୁ,  ଏସ୍ଏଫ୍ଡି ପ୍ରମୁଖ ସସ୍ମିତା ମହାନ୍ତି, ମିଡିଆ ପ୍ରମୁଖ ନମିତା ମଲ୍ଲିକ, ଟେକ୍ନିକାଲ୍ ସେଲ୍ର ମୁଖ୍ୟ ଭାବେ ବିଭୁ ପ୍ରସାଦ ପତିଙ୍କ ନାମ ଘୋଷଣା କରାଯାଇଥିଲା । ରାଷ୍ଟ୍ରାବାଦ୍ର ଭାବନା ଓ ଚେତନାକୁ ସମଗ୍ର ମହାବିଦ୍ରାଳୟ ପରିସରରେ ଏବଂ କଲେଜ କ୍ୟାମ୍ପସ୍ରେ ଶୈକ୍ଷିକ ବାତାବରଣ ତିଆରି କରିବା କ୍ଷେତ୍ରରେ ଏବିଭିପି ସଂକଳ୍ପବଦ୍ଧ ବୋଲି ଶ୍ରୀମାନ ବିଶ୍ୱାଳ ପ୍ରକାଶ କରିଥିଲେ । ଆଗାମୀ ଦିନରେ ମହାବିଦ୍ୟାଳୟର ମୈଳିକ ସମସ୍ୟା ଉପରେ ବିଦ୍ୟାର୍ଥୀ ପରିଷଦ ଏକ ବଡ ଧରଣର ଛାତ୍ର ଆନେ୍ଦାଳନ କରିବ ବୋଲି ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଧଳ ଚେତାବନୀ ଦେଇଥିଲେ । ସମସ୍ତ ମନୋନୀତ ବିଦ୍ୟାର୍ଥୀ ଭାଇ ଓ ଭଉଣୀମାନଙ୍କୁ ପରିଷଦ ତରଫରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଦିଆ ଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top