ଏବିଭିପିର ଖୋର୍ଦ୍ଧା ନଗର କାର୍ଯ୍ୟକାରିଣୀ ଘୋଷଣା

ଖୋର୍ଦ୍ଧା ୫-୧ (ଓଡ଼ିଆ ପୁଅ): ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସ୍ଥାନୀୟ ଖୋର୍ଦ୍ଧା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଖୋର୍ଦ୍ଧା ନଗର କାର୍ଯ୍ୟ କାରଣୀ ଘୋଷଣା ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏବିଭିପିର ରାଜ୍ୟ ସଭାପତି ଅଧ୍ୟାପକ ଦିଲୀପ୍ କୁମାର ଦାଶ ସଭାପତିତ୍ୱ କରିଥିଲେ। ଏବିଭିପି ନିର୍ବାଚନରୁ ନିର୍ବାଚନ ପର୍ଯ୍ୟନ୍ତ ନୁହେଁ ବରଂ ପିଢୀରୁ ପିଢୀ ପର୍ଯ୍ୟନ୍ତ କାର୍ଯ୍ୟକରେ ବୋଲି ଅଧ୍ୟାପକ ଦାଶ ମନ୍ତବ୍ୟ ଦେଇଥିଲେ। ଏହା ପରେ ବିଭାଗ ସଂଯୋଜକ ପ୍ରଦୋଷ ହରିଚନ୍ଦନ ନଗର କାର୍ଯ୍ୟ କାରିଣୀ ଘୋଷଣା କରିଥିଲେ। ସଭାପତି ଭାବେ ଅଧ୍ୟାପକ ଅଜୟ କୁମାର ମିଶ୍ର ଓ ଉପସଭାପତି ଭାବେ ପ୍ରବୀଣା ପଟ୍ଟନାୟକ, ଅରଭିଲ୍ ମହାପାତ୍ର, ସୁଭାଷ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ନଗର ସମ୍ପାଦକ ଭାବେ ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ର ନେତା ରାକେଶ କୁମାର ବାରିକ୍ଙ୍କୁ ଓ ସହ ସମ୍ପାଦକ ଭାବେ ପ୍ରକାଶ ମହାଖୁଡ, ଏସ୍.କେ. ସଲମାନ୍, ପ୍ରଦୀପ କୁମାର ସ୍ୱାଇଁ ଓ ଶାସ୍ୱତୀ ସୌମ୍ୟା ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ସେହିପରି କ୍ୟାମ୍ପସ ସଭାପତି ଗୋପବନ୍ଧୁ ଜେନା, ସମ୍ପାଦକ ଭାବେ ସୂର୍ଯ୍ୟକାନ୍ତ ପ୍ରଧାନ ଦାଇତ୍ୱ ମିଳିଥିଲା। ନଗର କୋଷାଧ୍ୟକ୍ଷ ଭାବେ ପ୍ରଭାତ କୁମାର ସେଠୀଙ୍କୁ ଦାୟୀତ୍ୱ ଦିଆଯାଇଥିଲା। ଖୋର୍ଦ୍ଧା ନଗର ଛାତ୍ରୀ ପ୍ରମୁଖ ଭାବେ ରୋଜି ସେଠୀ ଓ ସହ ପ୍ରମୁଖ ଭାବେ ରଶ୍ମିତା ମାହାନ୍ତି ଦାୟିତ୍ୱ ନେଇଥିଲେ। ସେହିପରି ମିଡିଆ ପ୍ରମୁଖ ଭାବେ ପବିତ୍ର କୁମାର ବେହେରା, ବ୍ୟବସ୍ଥା ପ୍ରମୁଖ ଭାବେ ସାଗର ପ୍ରଧାନ, ଏସ.ଏଫ.ଡି ପ୍ରମୁଖ ଭାବେ ମାନସ କୁମାର ସ୍ୱାଇଁ, ଏସ.ଏଫ.ଏସ ପ୍ରମୁଖ ଭାବେ ଶୁଭମ୍ ମହାନ୍ତି, ସାଂସ୍କୃତିକ ସଂଯୋଜକ ଭାବେ ହେମନ୍ତ କୁମାର ପଣ୍ଡା, ସହ ସଂଯୋଜିକା ଭାବେ ଲକ୍ଷ୍ମୀପ୍ରିୟା ଖଟେଇ ଓ ଛାତ୍ରବାସ ସଂଯୋଜକ ଭାବେ କଳ୍ପତରୁ ଦାଶଙ୍କୁ ଦାୟିତ୍ୱ ମିଳିଥିଲା।

Leave a Reply

Your email address will not be published. Required fields are marked *