ଅନୁଗୁଳ

ଏଫ୍.ସି.ଆଇ.ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ଲୋକାଲ ଟାଇଗର ଟିମ୍ ଚାମ୍ପିୟନ

ତାଳଚେର, ୨୧/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଏଫ୍.ସି.ଆଇ.ସ୍ଥିତ ଟାର୍ଗେଟ କ୍ଲବ ଆନୁକୂଲ୍ୟରେ ଏକ ଦିନିକିଆ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏଫ୍.ସି.ଆଇ ସ୍କୁଲ ପଡିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବରେ ନାଟ୍ୟକାର ମୁକୁନ୍ଦ ଶତପଥୀ ଯୋଗ ଦେଇ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ।ଏଥିରେ ସ୍ଥାନୀୟ ଅଂଚଳର ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚ୍ରେ ଲୋକାଲ ଟାଇଗର ଟିମ୍ ଏଫ୍.ସି.ଆଇ ମୁନ୍ ଷ୍ଟାର ଟିମ୍ କୁ ୩ ରନ୍ରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ଚାମ୍ପିୟାନ ଓ ରନର୍ସ ଅପ ଦଳକୁ ମୁଖ୍ୟ ଅତିଥି ଟ୍ରଫି ଦେଇ ସମ୍ମାନୀତ କରିଥିଲେ। ଏହି ପ୍ରତିଯୋଗିତା ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ଦର୍ଶକଙ୍କର ସମାଗମ ହୋଇଥିଲା। ଏହି କ୍ରିକେଟ ପ୍ରତିଯୋଗିତାରେ ଟାରଗେଟ୍ କ୍ଲବର ସଦସ୍ୟ ରଞ୍ଜନ ଗଡନାୟକ, ସୌମ୍ୟରଞ୍ଜନ ସାମଲ, ରାଜେଶ ଦାସ, ଲିଟୁ କାନୁନଗୋ, ହରପ୍ରସାଦ ପାତ୍ର, ପ୍ରଦୀପ ଦାସ, ଲିକୁନ ବାରିକ, ଟୁଟୁ ସାହୁ, ସୁବ୍ରତ ପ୍ରଧାନ, ସୌଭାଗ୍ୟ ଭୂତିଆ ପ୍ରମୁଖ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top