ଏନ.ସି. ହାଇସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ୟାପିତ

ଭଦ୍ରକ, ୨ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ପୌରପାଳିକା ଅନ୍ତର୍ଗତ ପୁରୁଣାବଜାରସ୍ଥିତ ପୁରାତନ ନାରାୟଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଚାରି ଦିନ ବ୍ୟାପୀ ବାର୍ଷିକ କ୍ରୀଡା ଉସôବ ଏକ ମନୋଜ୍ଞ ପରିବେଶରେ ଉଦ୍ୟାପିତ ହୋଇଯାଇଛି ।  ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଜେନା ଆୟୋଜିତ କ୍ରୀଡା ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଚଳିତ ଶିକ୍ଷାରେ କ୍ରୀଡା ଶୃଙ୍ଖଳା ପ୍ରତି ବିଦ୍ୟାର୍ଥୀମାନଙ୍କୁ ସଚେତନ କରାଇ ଏହା ସାମଗ୍ରିକ ବିକାଶରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିଜୟ କୁମାର ସାମଲ ଓ ଏନ.ସି.ସି. ପ୍ରଶିକ୍ଷକ କମାଲୁଦ୍ଦିନ୍ ଆଲାମ୍ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଏଗାର ଶହ ପ୍ରତିଯୋଗୀ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।  ଶିକ୍ଷକ ବିଜୟ କୁମାର ଖୁଣ୍ଟିଆ, କିଶୋର ଧଳ, କମଳ ଲୋଚନ ସାହୁ, ବିନିକା ଚୌଧୁରୀ, ନିତ୍ୟାନନ୍ଦ ରାଉତ, ସରସ୍ୱତୀ ନାଇକା, ଅମୂଲ୍ୟ ପ୍ରଧାନ, ଅଖତାର ହୋସେନ, ନିଶିଗନ୍ଧା ନାୟକ, ତବସୁମ ଫରିଦୋଷ, ଦୁର୍ଯେ୍ୟାଧନ କିସ୍କୁ, ରେହାନା ଅଂଜୁମ୍, ସୁମିତା ସାହୁ, ପଲ୍ଲବୀ ସାହୁ ଓ ନସିମା ଖାତୁନ କ୍ରୀଡା ପରିଚାଳନାରେ ସକି୍ରୟ ଅଂଶ ଗ୍ରହଣ କରିଥିବାବେଳେ  ଶିକ୍ଷା କର୍ମଚାରୀ ମଦନ ଦୀକ୍ଷିତ୍, ବିମଳ ସାମଲ, ଏ.କୁ୍ୟ ଜିଲାନୀ ଖାଁ  ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *