ଏନ.ସି.ସି ମୁଖ୍ୟ କମାଣ୍ଡାଣ୍ଟଙ୍କ ଶାସଙ୍ଗ ହାଇସ୍କୁଲ ପରିଦର୍ଶନ

ହାଟଡ଼ିହି,୧୦ । ୮ : (ଓଡିଆପୁଅ, (ବିକାଶ ବିଶ୍ୱାଳ) ଓଡିଶା ୧୪ବାଟାଲିୟନ ଏନସିସିର ମୁଖ୍ୟ କମାଣ୍ଡିଂ ଅଫିସର କର୍ଣ୍ଣେଲ ଯୋଶେଫ ଆନ୍ଥୋନୀ ଗତ ବୁଧବାର ଦିନ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରି ଏନସିସି କାର୍ଯ୍ରକ୍ରମକୁ ତଦାରଖ କରିଛନ୍ତି । ଶ୍ରୀ ଯୋଶେଫ ଦନି୧୦ଟାବେଳେ ସ୍କୁଲରେ ପହଞ୍ଚି ଏନସିସି କ୍ୟାଡେଟ ମାନଙ୍କ ପ୍ୟାରେଡ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ନିଜର ସ୍ୱାସ୍ଥ୍ୟ ଓ ସାମାଜିକ ଦାୟତ୍ୱବୋଧକୁ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଥିଲେ । ଦେଶର ପ୍ରଗତୀ ଓ ସୁରକ୍ଷା ପାଇଁ ସମର ଶିକ୍ଷାର୍ଥô ବାହିନୀର କର୍ତ୍ତବ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ଦେଇଥିଲେ । ବିଦ୍ୟାଳୟର ପରିବେଶ ଓ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳାରେ ସେ ବିମୋହିତ ହୋଇପଡିଥିଲେ । ବି.ଏଚ.ଏ ପିତାମ୍ବର ଦତ୍ତ, ସୁବେଦାର ବି.ବି ଗୁରୁନଂ, ହାବିଲଦାର ମାନିକ ରାୟ ସଂ ପ୍ରମୁଖ ଗ୍ରସ୍ଥ କରିଥିଲେ । ତାଙ୍କର ଏହି ପରିଦର୍ଶନ ବେଳେ ଶାସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ଏନସିସି ଅଫିସର ଶିଶିର କୁମାର ବିଶ୍ୱାଳ, ଶିକ୍ଷକ ରାଧାକୃଷ୍ଣ ପତି, ନବକିଶୋର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ରମେଶ ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *