ଜିଲ୍ଲା ପରିକ୍ରମା

ଏନ. ସି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଯାଜପୁର, ୧୮/୯( ଓଡିଆପୁଅ/ମାନସ ରାଉତ) ଯାଜପୁର ଜିଲ୍ଲାର ପୁରାତନ ନୃସିଂହ ଚୌଧୁରୀ ମହାବିଦ୍ୟାଳୟ (ଏନ.ସି)ର ଅଟୋନମସ କଟିବା ନେଇ ଆଜି ଛାତ୍ରଛାତ୍ରୀ ମାନେ ଯାଜପୁର ଜିଲ୍ଲାପଳଙ୍କ କାର୍ଯ୍ୟଳୟ ଘେରାଉ କରିବା ସହିତ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ପତ୍ରରେ ବିଭିନ୍ନ ଅସୁବିଧା ଏବଂ ସମସ୍ୟା ଗୁଡିକ ଉଲ୍ଲେଖ କରାଯାଇ ଯଥାଶିଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରାଯାଇଛି। ସୂଚନା ମୁତାବକ ଜିଲ୍ଲାର ଏହି ସଂୟ ଶାସିତ ମହାବିଦ୍ୟାଳୟର ୪ବର୍ଷ ହେବ ଅଟୋନମସ କଟିଯାଇଥିବା ବେଳେ ଆଉ ନବୀକରଣ କରାଯାଇନାହିଁ। ଫଳରେ ଛାତ୍ରଛାତ୍ରୀ ମାନଙ୍କ ଫେକ୍ ପ୍ରମାଣପତ୍ର ଧରାଇଦେଇ କଲେଜ କର୍ତୁପକ୍ଷ ବାହାବାହା ନେଉଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଚାଲିଯାଉଛି। ଏବେ ଏଠାରେ ୨ହାଜରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଠାରେ ନିୟମିତ କ୍ଲାସ ହେଉନଥିବା, ସମସ୍ତ ଛାତ୍ରଛରତ୍ରୀଙ୍କ ପାଇଁ ଆବଶ୍ୟକେୟୀ ଶ୍ରେଣୀଗୃହ ନଥିବା ଏବଂ ଶୌଚାଳୟ ନଥିବା, ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ କମନ ରୁମ୍ ଠିକ ଭାବେ କାର୍ଯ୍ୟକାରୀ କରାଯାଉନଥିବା, କଲେଜରେ ସୁରକ୍ଷା ବଢ଼ାଇବା, ଆବଶ୍ୟକେୟ ଛାତ୍ରବାସ ନିର୍ମାଣ କରିବା ସହିତ ଏହାର ରକ୍ଷାଣବେକ୍ଷଣ କରିବା ସହିତ ଏହାର ସଂୟ ଶାସିତକୁ ପୁର୍ନବାର ନବୀକରଣ କରିବା ଆଦି ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ନାରାବାଜି କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଛାତ୍ରନେତା ଏବଂ ଛାତ୍ରନେତ୍ରୀ ମାନେ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପଦାନ କରିଥିଲେ। ଏପରିକି ଅଟୋନମସ କଟିବା ଏବଂ ବିଶୁଙ୍ଖୁଳା କରୁଥିବା ଦୋଷୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରାଯାଇଥିଲା। ଯାଜପୁର ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ ଶାନ୍ତିଶୁଙ୍ଖଳା ରକ୍ଷା କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top