ଅନୁଗୁଳ

ଏନ୍.ବି.ଇ.ଏମ୍ ଆସେସମେଂଟରେ ଏନ୍.ଟି.ପି.ସି କଣିହାଁକୁ ୧ମ ପୁରସ୍କାର

ତାଳଚେର,୧୩/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କଣିହାଁସ୍ଥିତ ଜାତୀୟ ତାପଜ ବିଦୁ୍ୟତ କେନ୍ଦ୍ର (ଏନ୍.ଟି.ପି.ସି) ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ ଏନ୍.ଟି.ପି.ସି ବିଜିନେସ୍ ଏକ୍ସଲେନ୍ସ ମଡ଼େଲ (ଏନ୍.ବି.ଇ.ଏମ୍)ଆସେସମେଂଟ ୨୦୧୬-୧୭ରେ ପ୍ରଥମ ପୁରସ୍କାର ହାସଲ କରିଛି । ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଇଂଟରନେସନାଲ ଓ ଆଣ୍ଡ ଏମ୍ ସମ୍ମିଳନୀରେ ଏନ୍.ଟି.ପି.ସି କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ (ପୂର୍ବାଂଚଳ-୨) ଆର୍.କେ.ଶ୍ରୀବାସ୍ତବ ଏବଂ କଣିହାଁ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ରାମ କୁବେର ଯୋଗ ଦେଇ ମାନ୍ୟବର କେନ୍ଦ୍ର ଶକ୍ତି ଓ ନୂତନ ଏବଂ ନବୀକରଣୀୟ ଉର୍ଜା ମନ୍ତ୍ରୀ ଆର୍.କେ.ସିଂହଙ୍କ ଠାରୁ ଏହି ମର୍ଯ୍ୟଦାଜନକ ପୁରସ୍କାର ଲାଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ପୁରସ୍କାର ପ୍ରଦାନ ସମୟରେ ଏନ୍.ଟି.ପି.ସି ଲିମିଟେଡ଼ର ସି.ଏମ୍.ଡି ଗୁରୁଦୀପ ସିଂହ ଏବଂ ବୋର୍ଡ଼ ଅଫ୍ ଡାଇରେକ୍ଟରମାନେ ଉପସ୍ଥିତ ଥିଲେ । ପରିଚାଳନାଗତ ଦକ୍ଷତା, କୈାଶଳ,ସୁରକ୍ଷା,ମାନବ ସମ୍ବଳ,ପରିବେଶ ଏବଂ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଏନ୍.ଟି.ପି.ସି କଣିହାଁ କେନ୍ଦ୍ର ଶ୍ରେଷ୍ଠତା ପ୍ରତିପାଦନ କରି ପାରିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୨୨ଟି ଏନ୍.ଟି.ପି.ସି ବିଦୁ୍ୟତ କେନ୍ଦ୍ରକୁ ବିଚାରକୁ ନିଆଯାଇ ମୂଲ୍ୟାଙ୍କନ କରାଯାଇଥିଲା । ଏହି ମୂଲ୍ୟାଙ୍କନ ଆଧାରରେ ବିଚାରକମାନେ ଏନ୍.ଟି.ପି.ସି କଣିହାଁକୁ ଶ୍ରେଷ୍ଠ ଭାବେ ବିବେଚନା କରିଥିଲେ । ୩୬ବର୍ଷ ପୂର୍ବରୁ ସିଙ୍ଗରୈାଲି ସୁପର ଥର୍ମାଲ ପାୱାର ଷ୍ଟେସନ ୧ମ ତାପଜ ବିଦୁ୍ୟତ କେନ୍ଦ୍ରକୁ ସ୍ମରଣ ତଥା ଅଭିନନ୍ଦନ କରିବା ଉଦେ୍ଶ୍ୟରେ ଏହି ସମ୍ମିଳିନୀର ଆୟୋଜନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top