ଏନ୍ ପି ଏଲ କ୍ରିକେଟ ଲିଗ୍ ସାଇନିଙ୍ଗ ଷ୍ଟାର ଚାମ୍ପିଅନ

ନୟାଗଡ଼ ୧୧/୧୨ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରେନ୍ଦ୍ରପୁର ପଚାଂୟତ ଭାରଦେଇ ପଡିଆରେ ଚାଲିଥିବା ପରିମି ପ୍ରିମିଅର ଲିଗ ଫାଇନାଲ ମ୍ୟାଚରେ ରବିବାର ବେଙ୍ଗଲ୍ ଟାଇଗରର୍କୁ ହରାଇ ସାଇନି୍ଙ୍ଗ୍ ଷ୍ଟାର ଚାଂପିଅନ୍ ହୋଇଛି । ୪ ଟି ଟିମ୍ ସମୁଦାୟ ୧୨ ଟି ମ୍ୟାଚ ଖେଳିଥିବା ବେଳେ ବେଙ୍ଗଲ ଟାଇଗର ଏବଂ ସାଇନିଙ୍ଗ ଷ୍ଟାର ଫାଇନାଲକୁ ଉନ୍ନିତ ହୋଇଥିଲେ । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବେଙ୍ଗଲ ଟାଇଗର ଟଚ ଜିତି ପ୍ରଥମେ ବୋଲିଂଗ୍ କରିଥିଲା । ସାଇନିଙ୍ଗ ଷ୍ଟାର ୧୬ ଓଭରରେ ୧୨୦ ରନ କରିଥିବା ବେଳେ ୨ୟ ଇନିଂସରେ ବେଙ୍ଗଲ ଟାଇଗର ୯୦ ରନ୍ କରି ମାତ୍ର ୧୫ ଓଭରରେ ଅଲ ଆଉଟ ହୋଇଥିଲା । ଚାପିଂଅନ ସାଇନିଙ୍ଗ ଷ୍ଟାର ବ୍ୟାଟସ୍ ମ୍ୟାନ ଅଧିକାରୀ ଦେବୀ ପ୍ରସାଦ ମହାପାତ୍ର ମାତ୍ର ୩୭ ବଲରୁ ୬୯ ରନ କରି ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ସେହିପରି କାଙ୍ଗା ଷ୍ଟାର ବ୍ୟାଟସ୍ ମ୍ୟାନ ରୁପେ ମ୍ୟାନ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ ।ଅଂପାୟାର ରୁପେ ଲି୍ଙ୍ଗରାଜ ଏବଂ ଉମାକାନ୍ତ ମ୍ୟାଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ରାଜସୁନାଖଳା ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଭୁବନେଶ୍ୱରୀ ସାହୁ ବିଜେତା ଟିମକୁ ଟ୍ରଫି ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତଥି ପ୍ରଫୁଲ କୁମାର ପ୍ରଧାନ ଖେଳାଳିଙ୍କୁ ଉସାହିତ କରିଥିଲେ |

Leave a Reply

Your email address will not be published. Required fields are marked *