ଅନୁଗୁଳ

ଏନ୍.ଟି.ପି.ସି ତାଳଚେର ଥର୍ମାଲ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏକ ସଫଳତମ ପ୍ରକଳ୍ପ

ତାଳଚେର,୧/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି.ର ସମସ୍ତ ବିଦ୍ୟୁତ ଶକ୍ତି ପ୍ରକଳ୍ପ ମଧ୍ୟରେ ତାଳଚେର ଥର୍ମାଲ ଦେଶର ଏକ ପୁରାତନ ପ୍ରକଳ୍ପଭାବେ ବ୍ୟବସାୟିକ ଉତ୍ପାଦନ କ୍ଷେତ୍ରରେ ଗତ ୭ ଫେବୃଆରୀ ୨୦୧୮ରେ ୫୦ବର୍ଷ ପୂରଣ କରିଛି । ଏହି ବିଦ୍ୟୁତ କେନ୍ଦ୍ର ଏହାର ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟକୁ ପୂରଣ କରିବାସହ ଆର୍ଥିକ ବର୍ଷରେ ୯୩.୮୨% ପିଏଲଏଫ ସହିତ (ବିଗତ ବର୍ଷଠାରୁ ୦.୫୬% ବୃଦ୍ଧି) ୩୭୮୦.୭ ଏମ୍ୟୁଏସ ଉତ୍ପାଦନ କରିଛି । ଏନ୍.ଟି.ପି.ସି.ର ସମସ୍ତ ଶକ୍ତି ପ୍ରକଳ୍ପ ମଧ୍ୟରେ ତାଳଚେର ଥର୍ମାଲ ଦେଶରେ ୧ମ ସ୍ଥାନ ଅଧିକାର କରିଥିବାବେଳେ କୋଇଲା ଭିତିକ ତାପଜ ଶକ୍ତିକେନ୍ଦ୍ର ଗୁଡ଼ିକ ମଧ୍ୟରେ ସର୍ବଭାରତୀୟ ପିଏଲଏପ ର୍ୟାଙ୍କିଙ୍ଗ୍ କ୍ଷେତ୍ରରେ ୨ୟ ସ୍ଥାନ ହାସଲ କରିଛି । ୨୦୧୬-୧୭ ଆର୍ଥିକ ବର୍ଷର ୯୧.୮୮% ତୁଳନାରେ ଏହାର ଆଭେବିଲିଟି ଫ୍ୟାକ୍ଟର ୯୨.୩% ପ୍ରତିଶତ ହୋଇପାରିଛି । ସେହିପରି ଡିକ୍ଲ୍ୟାରଡ଼ କ୍ୟାପାସିଟିଠାରୁ ୧୦୦.୩% ର ସିଡ୍ୟୁଲଡ଼ ଜେନେରେସନ ହେବାସହ ନିରବଚ୍ଛିନ୍ନଭାବେ ଓଡ଼ିଶା ଜନସାଧାରଣଙ୍କୁ ଶକ୍ତି ଯୋଗାଇ ଆସୁଅଛି । ସୁରକ୍ଷା ଏବଂ ଉତ୍ପାଦନକୁ ଏକ ସଙ୍ଗରେ ନେଇ ଏହି ପ୍ରକଳ୍ପ ଦୁର୍ଘଟଣାମୁକ୍ତ ଉତ୍ପାଦନ ଉପରେ ଧ୍ୟାନ ଦେଇ ଆସିଛି । କର୍ମଚାରୀ ଏବଂ ଠିକା ଶ୍ରମିକଙ୍କ ପାଇଁ ଏହା ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଆସୁଅଛି । ଆର୍ଥିକ ବର୍ଷକୁ ଶୂନ୍ୟ ପ୍ରତିଶତ ଦୁର୍ଘଟଣା ହାରକୁ ପ୍ରାପ୍ତ କରିବାପାଇଁ ସୁରକ୍ଷା ସମ୍ବନ୍ଧୀୟ ଟ୍ରେନିଂ,ସୁରକ୍ଷା ଉପକରଣ ପ୍ରଦାନ ସହ ଜାତୀୟ ସୁରକ୍ଷା କାଉନସିଲରେ ସେଫ୍ଟି ଅଡ଼ିଟ କରାଯାଉଛି । ପରିବେଶ କ୍ଷେତ୍ରରେ ତାଳଚେର ଥର୍ମାଲ ପକ୍ଷରୁ ଜଳ ସଂରକ୍ଷଣ ଉପରେ ପଦକ୍ଷେପ ନିଆଯାଇଛି । ନିର୍ଦ୍ଧାରିତ ଜଳ ବିନିଯୋଗ ୩.୪୫ ଲି/କିଲୋୱାଟରୁ ୩.୦୨ ଲି/କିଲୋୱାଟକୁ ହ୍ରାସ ପାଇଛି । ଲଗାତାର ୧୦ମ ବର୍ଷ ନିମନ୍ତେ ପରିତ୍ୟକ୍ତ ଖଣିରେ ୧୦୦ପ୍ରତିଶତ ନିର୍ଗତ ପାଉଁଶକୁ ବ୍ୟବହାର କରାଯାଇଛି । ସବୁଜିମାକୁ ବିକଶିତ କରିବାପାଇଁ ୨୦୧୭-୧୮ଆର୍ଥିକ ବର୍ଷରେ ୨୦ହଜାରରୁ ଉଦ୍ଧ୍ୱର୍ ଚାରାରୋପଣ କରାଯାଇଛି । ପରିବେଶ ସନ୍ତୁଳନକୁ ବଜାୟ ରଖିବାପାଇଁ ପ୍ରକଳ୍ପ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ଦେଶର ଶକ୍ତିର ଚାହିଦା ଏବଂ ସ୍ଥାନୀୟ ଯୁବକଙ୍କ ରୋଜଗାରକୁ ଦୃଷ୍ଟିରେ ରଖି ଏହି ୪୬୦ ୟୁନିଟ ବିଶିଷ୍ଟ ପୁରୁଣା ପ୍ଲାଂଟକୁ ବନ୍ଦ କରାଯାଇ (୨ଙ୍ଘ ୬୬୦) ବିଶିଷ୍ଟ ବିଦୁ୍ୟତ କେନ୍ଦ୍ରର ସ୍ଥାପନ ପାଇଁ ଷ୍ଟେଜ-୩ର ସମ୍ପ୍ରସାରଣ କାର୍ଯ୍ୟ ଏନ୍.ଟି.ପି.ସି ପକ୍ଷରୁ ହାତକୁ ନିଆଯାଇଛି । ପୁରୁଣା ପ୍ଲାଂଟ ତୁଳନାରେ ନୂତନ ପ୍ଲାଂଟ ଅଧିକ ପରିବେଶ ଅନୁକୂଳ ହେବାସହ କମ୍ ପରିମାଣରେ କାର୍ବନ ଡାଇଅକସାଇଡ଼ ନିଗର୍ମନ ହେବ । ଏମଓଇଏଫ୍ ଆଣ୍ଡ ସିସି ଓ ରାଜ୍ୟ ସରକାରଙ୍କର କ୍ଲିଅରାନ୍ସ ଉପରେ ଏହି ପ୍ଲାଂଟ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ପ୍ରକିୟା ନିର୍ଭର କରୁଛି । ଜଳ,ଜମି ଭିତିଭୂମିକୁ ଅଧାରିତ କରି ଲିଙ୍କେଜ କୋଇଲା ଆବଶ୍ୟକତା ନିମନ୍ତେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟକୁ ଏହି ନୂତନ ପ୍ଲାଂଟ ନିମନ୍ତେ ଆବେଦନ କରାଯାଇଛି । ସିଏସଆର କ୍ଷେତ୍ରରେ ପ୍ଲାଂଟ ପକ୍ଷରୁ ସ୍ଥାନୀୟ ଟାଉନସିପ ଠାରେ ଏକ ଜନଔଷଧ କେନ୍ଦ୍ର ଏବଂ ନୂଆଗାଁରେ ଏକ ୱାଟର ଏଟିଏମ୍ ଖୋଲାଯାଇଛି । ୧୭-୧୮ ଆର୍ଥିକ ବର୍ଷରେ ମୋଟ ୧୧ଟି ସ୍ଥାସ୍ଥ୍ୟ ଶିବିର ନିକଟସ୍ଥ ୮ଟି ଗ୍ରାମରେ ଆୟୋଜନ କରାଯାଇଛି । ସେହିପରି ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର,୨ଟି ଚକ୍ଷୁ ଉପଚାର ଶିବିରର ଆୟୋଜନ କରାଯିବା ଦ୍ୱାରା ପ୍ରାୟ ୩୪୦୦ ବ୍ୟକ୍ତି ଉପକୃତ ହୋଇଛନ୍ତି । ତାଳଚେର ଥର୍ମାଲ ପକ୍ଷରୁ ଗ୍ରୀଷ୍ମ ଦିନେ ଜଳାଭାବକୁ ଦୃଷ୍ଟିରେ ରଖି ଟ୍ୟାଙ୍କର ଓ ପାଇପ ଯୋଗେ ଜଳ ଯୋଗାଣ କରାଯାଉଛି । ଏହାଦ୍ୱାରା ୩ଟି ସ୍କୁଲ ପରିଚାଳିତ ହେଉଥିବାବେଳେ ଏଥିରେ ସ୍ଥାନୀୟ ଅଂଚଳର ୯୦% ପିଲାଙ୍କ ପାଇଁ ସଂରକ୍ଷଣ ରହିଛି । ସ୍କୁଲ ଏବଂ ଏହାର ପରିସରରେ ସ୍ୱଚ୍ଛଭାରତ ଅଭିଯାନ କରାଯାଉଛି । ଶିଳ୍ପାଂଚଳ ମହିଳା ମହାବିଦ୍ୟାଳୟକୁ ବିଭିନ୍ନ ପାଠ୍ୟ ସାମଗ୍ରୀ ଓ କୁକୁଡୁଲାରେ କମ୍ୟୁନିଟି ହଲ,ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ତାଲିମ୍,ସାହାଯ୍ୟ ଏବଂ ସ୍କୁଲଗୁଡ଼ିକରେ ଶୈାଚାଳୟ ନିର୍ମାଣ ଆଦି କାର୍ଯ୍ୟ କରାଯାଉଛି । ଏହି ବିଦୁ୍ୟତ ପ୍ରକଳ୍ପ ପକ୍ଷରୁ ପ୍ରଦତ ଶିକ୍ଷା ଓ ବିକାଶକୁ ଆଧାରକରି ଏହାର କ୍ୱାଲିଟି ସର୍କଲ ଟିମ୍ ‘ସମସ୍ୟା ସଲର୍ଭସ’ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ଲାଂଟର ଭାବମୂର୍ତୀକୁ ଉଜ୍ଜ୍ୱଳ କରିଛନ୍ତି । ସେହିପରି ନିକଟରେ ଅନୁଷ୍ଠିତ କ୍ୱାଲିଟି ସର୍କଲ କାର୍ଯ୍ୟକ୍ରମରେ ଠିକା କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରି ପ୍ରଶଂସାର ପାତ୍ର ହୋଇଛନ୍ତି । କ୍ଲାଇମେଟ ଚେଞ୍ଜ ପରି ଆହ୍ୱାନକୁ ମୁକାବିଲା କରିବାପାଇଁ ଏହି ପ୍ରକଳ୍ପ ପକ୍ଷରୁ ନବୀକରଣ ଉଜ୍ୱର୍ାର ବିକାଶ କରାଯାଉଛି । ଆଗାମୀ ଦିନରେ ଏଠାରେ ୧୫୦ କେଡବ୍ଲୁ୍ୟପି ରୁଫ୍ ଟପ୍ ସୈାର ପ୍ରକଳ୍ପ କରାଯିବାର ଯୋଜନା କରାଯାଇଛି । ଏହି ସଫଳତା ପଛରେ ନିଃସନେ୍ଦହଭାବେ ଏହି ପ୍ରକଳ୍ପର କର୍ମଚାରୀ,ଚୁକ୍ତି ଭିତିକ କର୍ମଚାରୀ ଏବଂ ସହଯୋଗୀଙ୍କ ଅବଦାନ ରହିଛି । ଇତିମଧ୍ୟରେ ଉକ୍ତ ପ୍ରକଳ୍ପ ଆର୍ଥିକ ବର୍ଷ ୨୦୧୮-୧୯ରେ ଷ୍ଟେଜ-୩ର ସମ୍ପ୍ରସାରଣ କାର୍ଯକୁ ତ୍ୱରାନ୍ୱିତ କରିବାସହ ଉତ୍ପାଦନ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛି । ଏନ୍.ଟି.ପି.ସି ତାଳଚେର ଥର୍ମାଲ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ଉପରୋକ୍ତ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top