ଏନ୍.ଟି.ପି.ସି କଣିହାଁ ସହଯୋଗରେ ବାର୍ଷିକ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତା

ତାଳଚେର,୯/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କ୍ରୀଡ଼ାର ପ୍ରଚାର,ପ୍ରସାର ସହ ବିଭିନ୍ନ ଧରଣର ଜନହିତକାର କାର୍ଯ୍ୟକ୍ରମର ଆୟୋଜନ କରି ପାରିପାଶ୍ୱିର୍କ ଅଂଚଳର ବିକାଶ ନିମନ୍ତେ ଏନ୍.ଟି.ପି.ସି ତାଳଚେର କଣିହାଁ ପ୍ରତିଶ୍ରୁତି ବଦ୍ଧ । ଏହି କ୍ରମରେ ଏନ୍.ଟି.ପି.ସି କଣିହାଁ ସହଯୋଗରେ ଗତ ୭ତାରିଖରେ କମରେଇ ଗ୍ରାମ ପଂଚାୟତ ଠାରେ ଆନ୍ତଃ ସ୍କୁଲ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା-୨୦୧୮ ଆୟୋଜିତ ହୋଇଥିଲା । ଏଥିରେ ବିିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୬ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଗ୍ରାମାଂଚଳର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବାସହ,ସେମାନଙ୍କୁ ଶାରିରୀକ ଭାବେ ସୁସ୍ଥସବଳ ରହିବା ପାଇଁ ପ୍ରୋତ୍ସାହିତ କରିବା ଏହି ପ୍ରତିଯୋଗିତାର ମୂଖ୍ୟ ଉଦେ୍ଦଶ୍ୟ । ଏହି ପ୍ରତିଯୋଗିତାରେ ମୂଖ୍ୟ ଅତିଥିଭାବେ କଣିହାଁ ବିଡିଓ,ଏବଂ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ନମିତା ସାହୁ,ବ୍ଲକ ଶିକ୍ଷା ଅଧିକାରୀ ଖଗେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ସହ ମାନସିକ ଏବଂ ଶାରିରୀକ କ୍ଷେତ୍ରରେ ସୁସ୍ଥ ରହିବାପାଇଁ ଖେଳର ବହୁ ଆବଶ୍ୟକତା ରହିଛି ଉପସ୍ଥିତ ଅତିଥିଗଣ ମତ ଦେଇଥିଲେ । କଣିହାଁ ତହସିଲଦାର ଛାତ୍ରଛାତ୍ରୀଙ୍କର କ୍ରୀଡ଼ାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିନିୟର ମ୍ୟାନେଜର(ଏଚ୍ ଆର-ସି.ଏସ୍.ଆର)ଏ.କେ.ଦାସ,ଇ ଏସ୍(ଏଚ୍ ଆର-ସି.ଏସ୍.ଆର) ଏମ୍.ଭି.ରାଓ ଯୋଗ ଦେଇ ଛାତ୍ରଛାତ୍ରୀଙ୍କର ବିକାଶ ନିମନ୍ତେ ଏହିପରି କ୍ରୀଡ଼ା ପ୍ରତିଯୋଗିତାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ କମରେଇ ପଂଚାୟତର ସରପଂଚ ଦୁଃଖବନ୍ଧୁ ଭୂତିଆ ସଫଳତାର ସହ ଏପରି ପ୍ରତିଯୋଗିତାର ଆୟୋଜିତ କରିଥିବାରୁ ଏନ୍.ଟି.ପି.ସି କଣିହାଁକୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *