ଅନୁଗୁଳ

ଏନ୍.ଟି.ପି.ସି କଣିହାଁ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍ ଏବଂ ୱାଟର ବୋତଲ ବଂଟନ

ତାଳଚେର, ୨୧/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁ ପକ୍ଷରୁ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଯୋଜନାରେ ଶିକ୍ଷାର ପ୍ରଚାର, ପ୍ରସାର ନିମନ୍ତେ ପ୍ରଚେଷ୍ଟା କରାଯାଉଛି। ଏହି ପରିପ୍ରେକ୍ଷୀରେ ଗତ ୧୯ ଏବଂ ୨୦ତାରିଖରେ ପବିତ୍ର ମୋହନ ହାଇସ୍କୁଲ, ବଡ଼ ତ୍ରିବିଡ଼ା ହାଇସ୍କୁଲ ଏବଂ ହରିହରପୁର ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍ ଏବଂ ୱାଟର ବୋତଲ ବଂଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡିଜିଏମ୍ (ଏଚ୍ ଆର) ପି.କେ.ସାହୁ, ସିନିୟର ମ୍ୟାନେଜର (ଏଚ୍ ଆର) ଏ.କେ.ଦାସ, ଅଫିସର (ଏଚ୍ ଆର) ଜ୍ୟୋତ୍ସ୍ନାରାଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ ବ୍ୟାଗ୍ ଏବଂ ୱାଟର ବୋତଲ ବିତରଣ କରିଥିଲେ। ଏହି ଅବସରରେ ଅଧିକାରୀଗଣ ଜୀବନରେ ଶିକ୍ଷାର ମହତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରିବାସହ ବିତରଣ କରାଯାଇଥିବା ସାମଗ୍ରୀ ସେମାନଙ୍କର ଶିକ୍ଷାର୍ଥୀ ଜୀବନରେ ସହାୟକ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ। ବଂଟନ କାର୍ଯ୍ୟ ସମ୍ପନ୍ନ ପରେ ସ୍କୁଲର ପ୍ରଧାନ ଶିକ୍ଷକଗଣ ନିଜ ପ୍ରତିକ୍ରିୟାରେ ସ୍କୁଲ ବ୍ୟାଗଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ବହିଖାତା ଆଣିବାରେ ସହାୟକ ହେବ ଏବଂ ୱାଟର ବୋତଲରେ ସେମାନେ ଗରମ ତଥା ପାନୀୟ ଜଳ ବହୁ ସମୟଧରି ସଂରକ୍ଷିତ ରଖିପାରିବେ ବୋଲି ମତ ଦେଇଥିଲେ। ଏନ୍.ଟି.ପି.ସି ତାଳଚେର କଣିହାଁର ଏପରି ସିଏସଆର କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟ ୭ଶହ ଛାତ୍ରଛାତ୍ରୀ ଉପକୃତ ହୋଇପାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍ଥାନୀୟ ଗ୍ରାମବାସୀମାନେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top