ଅନୁଗୁଳ

ଏନ୍.ଟି.ପି.ସି କଣିହାଁ ପକ୍ଷରୁ ଅନ୍ତଃକ୍ଷେତ୍ରୀୟ କ୍ରୀଡ଼ା ପ୍ରତିଯୋଗିତା

ତାଳଚେର, ୧୩/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି କଣିହାଁ ଆନୁକୂଲ୍ୟରେ ପ୍ରଥମ ଅନ୍ତଃକ୍ଷେତ୍ରୀୟ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ରିକ୍ରିଏସନ ସେଂଟରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ଏନ୍.ଟି.ପି.ସି ଲିଃ ପରିଚାଳିତ ପ୍ରକଳ୍ପ ବଙ୍ଗାଇଗାଓଁ, ଦର୍ଲିପାଲି, ତାଳଚେର ଥର୍ମାଲ ଏବଂ ଏନ୍.ଟି.ପି.ସି କଣିହାଁ ଆଦି ୪ଟି ଦଳ ଭାଗ ନେଇଥିଲେ। ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର ଏବଂ ତନଭି ସଙ୍ଗମର ଅଧ୍ୟକ୍ଷା ଦିପ୍ତୀ କୁବେର ସମସ୍ତ ସଦସ୍ୟାଙ୍କ ଉପସ୍ଥିତିରେ ଗତ ୭ତାରିଖରେ ଉକ୍ତ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ମହାପ୍ରବନ୍ଧକମାନେ ଏହି କାର୍ଯ୍ୟକମରେ ଯୋଗ ଦେଇଥିଲେ। ବ୍ୟକ୍ତିବିଶେଷଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଜୀବନର ଏକ ଅଂଶବିଶେଷ ଭାବେ କ୍ରୀଡ଼ାକୁ ଆଦର କରିବା ଏହି ପ୍ରତିଯୋଗିତା ଆରମ୍ଭ କରାଯିବାର ମୁଖ୍ୟ ଉଦେ୍ଶ୍ୟ ମତବ୍ୟକ୍ତ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ କ୍ୟାରମ, ବ୍ୟାଡ଼ମିଂଟନ ଏବଂ ଟେବୁଲ ଟେନିସ ଖେଳା ଯାଇଥିଲା। ଏଥିରେ ଏନ୍.ଟି.ପି.ସି କଣିହାଁ ଇଭେଂଟ ଚାମ୍ପିୟନ ବିବେଚିତ ହୋଇଥିଲା ବେଳେ ତାଳଚେର ଥର୍ମାଲ ଟେବୁଲ ଟେନିସରେ ବିଜୟୀ ହୋଇଥିଲା। ସେହିପରି ଏନ୍.ଟି.ପି.ସି/ଟି.ଟି.ପି.ଏସ୍, ଏନ୍.ଟି.ପି.ସି ଦର୍ଲିପାଲି ଏବଂ ଏନ୍.ଟି.ପି.ସି ବଙ୍ଗାଇଗାଓଁ ପର୍ଯ୍ୟାୟ କ୍ରମେ ବ୍ୟାଡ଼ମିଂଟନ, ଟେବୁଲ ଟେନିସ ଏବଂ କ୍ୟାରମରେ ରନର୍ସ ଅପ୍ ଟ୍ରଫି ହାସଲ କରିଥିଲେ। ପ୍ରତିଯୋଗିତା ଶେଷରେ ଏକ ଭବ୍ୟ ପୁରସ୍କାର ବିତରଣୀ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ପ୍ରକଳ୍ପର ଜିଏମ୍(ମେେଂଟନାନ୍ସ) ଏନ୍.ଆଚାର୍ଯ୍ୟ, ଜିଏମ୍(ଫାଇନାନ୍ସ) ଅନିଲ ଜାନା, ଜିଏମ୍(ଟିଏସ) ଏନ୍.ଏସ୍.ରାଓ ଯୋଗ ଦେଇ ପୁରସ୍କୃତ କରିଥିଲେ। ସେହିପରି ୯ତାରିଖରେ କୁନି କୁନି ପିଲାଙ୍କ ଦ୍ୱାରା ଏନ୍.ଟି.ପି.ସି କଣିହାଁ ଟାଉନସିପଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top