ଅନୁଗୁଳ

ଏନ୍.ଟି.ପି.ସି କଣିହାଁ ପକ୍ଷରୁ ସାତକୋଶିଆ ଅଂଚଳବାସୀଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ

ତାଳଚେର,୨୬/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଯୋଜନାରେ ଏନ୍.ଟି.ପି.ସି କଣିହାଁ ପକ୍ଷରୁ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅଂଚଳର ରାୟଗଡ଼ା ଗ୍ରାମରେ ଚଳିତ ମାସ ୨୩ ତାରିଖରେ ବିଭିନ୍ନ ନିତ୍ୟ ବ୍ୟବହୃତ ଜିନିଷ ପ୍ରଦାନ କରାଯାଇଛି । ଏହି କ୍ରମରେ ଗ୍ରାମବାସୀଙ୍କୁ ଧୋତି, ଶାଢ଼ୀ, ଚାଦର, ବେଡ଼ସିଟ୍, ମଶାରୀ ଆଦି ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ସାତକୋଶିଆ ୱାଇଲ୍ଡ ଲାଇଫ୍ ସାଂଚୁଆରୀର ଡିଏଫଓ ଶ୍ରୀ ରେହମାନ ଏବଂ ଡିଜିଏମ୍(ଏଚ ଆର) ପି.କେ.ସାହୁ ପ୍ରମୁଖ ଯୋଗ ଦେଇ ପାଖାପାଖି ୮୦ଟି ଜନଜାତି ପରିବାରକୁ ଏହି ଜିନିଷ ପ୍ରଦାନ କରିଥିଲେ । ଏହି ଅବସରରେ ମୂଖ୍ୟ ଅତିଥି ଶ୍ରୀ ରେହମାନ ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବେଳେ ଏଥିପ୍ରତି ପାରସ୍ପରିକ ସହଯୋଗ ବଜାୟ ରହିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଏନ୍.ଟି.ପି.ସି କଣିହାଁ ପକ୍ଷରୁ ସିଏସଆର ଯୋଜନାରେ ଏହି ଜନଜାତି ପରିବାରଗୁଡ଼ିକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଥିବାରୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ । ଅନ୍ୟତମ ଅତିଥି ଶ୍ରୀ ସାହୁ ବର୍ତମାନ ସମାଜରେ ମିଳୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗକୁ ବ୍ୟବହାର କରିବାକୁ ଉପସ୍ଥିତ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ଅଂଚଳର ଯୁବଗୋଷ୍ଠୀ ସଠିକ୍ ଭାବେ ନିଜର କ୍ୟାରିଅରକୁ ଚୟନ କରି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ । ପରିଶେଷରେ ଗ୍ରାମବାସୀଙ୍କ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିନିୟର ମ୍ୟାନେଜର(ଏଚ ଆର) ଏ.କେ.ଦାସ,ଇଏସ୍(ଏଚ ଆର) ଏମ୍.ଭି.ରାଓ,ଜୁନିୟର ଅଫିସର(,ଚ ଆର)ଭୀଷ୍ମଦେବ ନାୟକ,ସିଏସଆର କୋର୍ଡ଼ିନେଟର ପ୍ରଶାନ୍ତ କୁମାର ସ୍ୱାଇଁ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top