ଏନ୍.ଟି.ପି.ସି କଣିହାଁ ତରଫରୁ ଛତୁ ଚାଷ ପ୍ରଶିକ୍ଷଣ ଶିବିର

ତାଳଚେର, ୨୭/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁ ପକ୍ଷରୁ ସିଏସ୍ଆର ଯୋଜନାରେ ନିକଟସ୍ଥ ଗ୍ରାମର ସ୍ୱଂୟ ସହାୟକ ଗୋଷ୍ଠୀ ତଥା ବେରୋଜଗାରୀ ଯୁବକଙ୍କ ନିମନ୍ତେ ଛତୁ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସେମାନଙ୍କୁ ଆତ୍ମନିର୍ଭରଶୀଳତା କରି ରୋଜଗାରକ୍ଷମ କରିବା ନିମନ୍ତେ ୨ ସପ୍ତାହ ଧରି ତାଲିମ ପ୍ରଦାନ କରାଯାଇଥିଲା। ଇନଷ୍ଟିଟ୍ୟୁସନ ଫର୍ ଡେଭେଲପମେଂଟ ଆଣ୍ଡ ଇମ୍ପଲିମେଂଟେସନ୍ ଅଫ୍ ଟେକନିକ୍ସ (ଆଇ.ଡି.ଆଇ.ଓ.ଟି) ଢେଙ୍କାନାଳ ସହଯୋଗରେ ଏନ୍.ଟି.ପି.ସି କଣିହାଁ ପକ୍ଷରୁ ମୋଟ ୬୦ଜଣ ଗ୍ରାମବାସୀଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା। କଣିହାଁ ବ୍ଲକର ଭୀମକାଣ୍ଡ, ଲୁହୁଡ଼ାବନ୍ଧ, ଗଦାଶୀଳା, କରଡ଼େଇ ଓ କାଟେଣୀ ଆଦି ଗ୍ରାମର ୧୦ଜଣ ଲେଖାଏଁ ବ୍ୟକ୍ତିଙ୍କୁ ୬ଟି ଦଳରେ ବିଭକ୍ତ କରାଯାଇ ଛତୁ ଚାଷ ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷାର୍ଥୀମାନେ ୫ଟି ଗ୍ରାମରେ ପରୀକ୍ଷାମୂଳକ ଭାବେ ଅଲଗା ଅଲଗା ଛତୁଚାଷ କରିଥିଲେ। ଏନ୍.ଟି.ପି.ସି କଣିହାଁ ପକ୍ଷରୁ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଛତୁ ମଞ୍ଜି, ପଲିଥିନ କଭର, ଭାଡ଼ି ତିଆରି ସାମଗ୍ରୀ, ବାଉଁଶ, କମ୍ପୋଷ୍ଟ ଏବଂ ପ୍ରଶିକ୍ଷଣ ବିଧି ପ୍ରଦାନ କରାଯାଇଥିଲା।୨ମାସର ତାଲିମ ପରେ ପ୍ରଶିକ୍ଷାର୍ଥୀମାନେ ଅଧିକ ପରିମାଣରେ ଛତୁ ଚାଷ କରିବାକୁ ସକ୍ଷମ ହୋଇଥିଲେ। ଏଥିସହିତ ଉତ୍ପାଦିତ ଛତୁକୁ ବିକ୍ରୟ କରିବାକୁ ଏନ୍.ଟି.ପି.ସି କଣିହାଁ ପକ୍ଷରୁ ଆବଶ୍ୟକୀୟ ସହଯୋଗ କରାଯାଇ ସ୍ଥାନୀୟ ଟାଉନସିପ୍ ସ୍ଥିତ ପିଟିଏସ୍ ମାର୍କେଟରେ ଅନୁମତି ପ୍ରଦାନ କରା ଯାଇଥିଲା। ତେବେ ଉତ୍ପାଦିତ ଛତୁ ବିକ୍ରୟ ଉତ୍ସାହବର୍ଦ୍ଧକ ହୋଇଥିଲା। ଛତୁଗୁଡ଼ିକ ଉତମ, ଗୁଣାତ୍ମମ ମାନର ହୋଇଥିବାରୁ ପ୍ରକଳ୍ପ କର୍ମଚାରୀ, ଟାଉନସିପ୍ ବାସିନ୍ଦାଗଣ ଅଗ୍ରୀମ ବୁକିଙ୍ଗ୍ କରି ଛତୁ ଉତ୍ପାଦନକାରୀଙ୍କ ଠାରୁ କ୍ରୟ କରିବାକୁ ଇଚ୍ଛାପ୍ରକଟ କରିଥିଲେ। ଏନ୍.ଟି.ପି.ସି କଣିହାଁ ସିଏସଆ ଯୋଜନାରେ ଛତୁଚାଷ ଉପରେ ଏପରି ଅଭିଜ୍ଞତା ପୂର୍ଣ୍ଣ ତାଲିମ ପ୍ରଦାନ କରି ମହିଳା ତଥା ବେରୋଜଗାରୀଙ୍କୁ ନିୟମିତ ଆୟ କରିବାକୁ ସୁଯୋଗ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବାକୁ ସୁଯୋଗ ପ୍ରଦାନ କରିଛି।

Leave a Reply

Your email address will not be published. Required fields are marked *