ଅନୁଗୁଳ

ଏନ୍.ଟି.ପି.ସି କଣିହାଁ ଆନୁକୂଲ୍ୟରେ ସୁରକ୍ଷା ଚକ୍ର ବୈଠକ

ତାଳଚେର,୯/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁ ଆନୁକୂଲ୍ୟରେ ୨୦୧୮-୧୯ ବର୍ଷ ନିମନ୍ତେ ସୁରକ୍ଷା ଚକ୍ର ବୈଠକ ଗତ ୬ତାରିଖରେ ଅନୁଷ୍ଠିତ ହୋଇଯାଇଛି । କ୍ରମାଗତ ୨ୟ ବର୍ଷ ପାଇଁ ଏନ୍.ଟି.ପି.ସି କଣିହାଁ ପକ୍ଷରୁ ଏପରି ବୈଠକ ଆୟୋଜନ କରାଯାଇଥିବା ବେଳେ ମୂଖ୍ୟତଃ ପ୍ରକଳ୍ପରେ ଉପୁଜୁଥିବା ବାଧାବିଘ୍ନ ପରିସ୍ଥିତି ତଥା ଘଟୁଥିବା ବିଭିନ୍ନ ଦୂର୍ଘଟଣାଗୁଡ଼ିକର କାରଣଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଥିରୁ ମୁକୁଳିବା ପାଇଁ ସୁରକ୍ଷା ଚକ୍ର ଗ୍ରୁପ ମାଧ୍ୟମରେ ସମ୍ଭାବୀୟ ପଦକ୍ଷେପ ଗ୍ରହଣ ନିମନ୍ତେ ପରାମର୍ଶ ଦେବା ଏହାର ମୂଖ୍ୟ ଉଦେ୍ଶ୍ୟ । ଉକ୍ତ ସୁରକ୍ଷା ଚକ୍ର ବୈଠକକୁ ପ୍ରକଳ୍ପର ସିଜିଏମ୍(ଟିକେ)ସନ୍ତୋଷ ଜେମ୍ସ ବିଧିବଦ୍ଧ ଭାବେ ଶୁଭାରମ୍ଭ କରିବାସହ ବିଗତ ବର୍ଷ ତୁଳନାରେ ଚଳିତବର୍ଷ ଅଧିକ ସଂଖ୍ୟାରେ ଏଜେନ୍ସୀମାନେ ବୈଠକରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ଖୁସିର କଥା,ଯାହାକି କର୍ମଚାରୀଙ୍କ ମଧ୍ୟରେ ସୁରକ୍ଷା ସଚେତନତା ବୃଦ୍ଧି କରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଉକ୍ତ ସୁରକ୍ଷା ଚକ୍ର ବୈଠକରେ ମୋଟ ୩୦ଟି ଦଳ ପଞ୍ଜିକରଣ କରିଥିବା ବେଳେ ୨୮ଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ । ଏନ୍.ଟି.ପି.ସି କର୍ମଚାରୀଙ୍କ ପକ୍ଷରୁ ୭ଟି ଏବଂ ଚୁକ୍ତିଭିତିକ କର୍ମଚାରୀଙ୍କ ତରଫରୁ ୨୧ଟି ଦଳ ଏଥିରେ ଭାଗ ନେଇଥିଲେ । ଏହି ଅବସରରେ ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନଠାରେ ନିରାପଦ ଭାବେ କାର୍ଯ୍ୟ କରି ଆସୁଥିବା ତଥା ଅଂଶଗ୍ରହଣକାରୀ ଦଳମାନଙ୍କୁ ଶ୍ରୀ ଜେମ୍ସ ପୁରସ୍କୃତ କରିଥିଲେ । ଫ୍ୟାବ୍ ଇରେକ୍ଟର (ବିଏମଡି),ତିରଥ୍(ଏଏଚଡି) ଏବଂ ସାଥୀ ହାତମିଲାନା(ସିଆଣ୍ଡଆଇ)ଙ୍କୁ ଯଥାକ୍ରମେ ୧ମ,୨ୟ ଓ ୩ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top