ଅନୁଗୁଳ

ଏନ୍.ଟି.ପି.ସି କଣିହାଁରେ ରଥଯାତ୍ରା ପାଳିତ

ତାଳଚେର, ୧୮/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁଠାରେ ଧର୍ମୀୟ ଭାବନା ସହକାରେ ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି। ଦିପଶିଖା ରଥଯାତ୍ରା କମିଟି ତରଫରୁ ୯ଦିନ ବ୍ୟାପି ପାଳିତ ହେଉଥିବା ଏହି ରଥଯାତ୍ରା ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଭଗିନୀ ସୁଭଦ୍ରାଙ୍କୁ ପ୍ରଥମେ ଭକ୍ତମାନଙ୍କ ଦ୍ୱାରା ପହଣ୍ଡି ବିଜେ କରାଯାଇଥିଲା। ପରେ ଅପରାହ୍ନରେ ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅବସରରେ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର ପାରମ୍ପାରିକ ରୀତିନୀତି ଅନୁସାରେ ରଥ ପରିସରରେ ଛେରାପହଁରା କାର୍ଯ୍ୟ ସମ୍ପାଦନା କରିଥିଲେ। ଏନ୍.ଟି.ପି.ସି ଟାଉନସିପ୍ ଏବଂ ଆଖପାଖ ଗ୍ରାମାଂଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଏହି ଯାତ୍ରା ଦେଖିବାକୁ ଛୁଟି ଆସିଥିଲେ। ଚଳିତ ବର୍ଷ ଯାତ୍ରାରେ ଏନ୍.ଟି.ପି.ସି ପୂର୍ବାଂଚଳ ମୂଖ୍ୟାଳୟ-୨, ଭୁବନେଶ୍ୱରର ଆଂଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ୍.ପି.ସିହ୍ନା ଏବଂ ବସୁଧା ମହିଳା ମଣ୍ଡଳର ଅଧ୍ୟକ୍ଷା ଅନୁବନ୍ତି ସିହ୍ନା ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେଇଥିଲେ। ରଙ୍ଗୀନ୍ କପଡ଼ାରେ ସୁସଜ୍ଜିତ ରଥକୁ ପ୍ରକଳ୍ପର ବରିଷ୍ଠ ପଦାଧିକାରୀ, କର୍ମଚାରୀ, ସେମାନଙ୍କର ପରିବାରବର୍ଗ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଶ୍ରଦ୍ଧାର ସହ ଟାଣି ସନ୍ଧ୍ୟାରେ ନବ ନିର୍ମିତ ମାଉସୀମା ମନ୍ଦିରରେ ପହଂଚାଇଥିଲେ। ପ୍ରକାଶ ଥାଉକି, ମାଉସୀ ମା ମନ୍ଦିର ପ୍ରକଳ୍ପର କର୍ମଚାରୀଙ୍କ ଅନୁଦାନ ଏବଂ ମ୍ୟାନେଜମେଂଟର ସହଯୋଗରେ ନିର୍ମିତ ହୋଇଛି। ରଥଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଭଜନ ସନ୍ଧ୍ୟା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଗାମୀ ୨୩ ତାରିଖ ବାହୁଡ଼ା ଯାତ୍ରା ଦିନ ଏହି ରଥଯାତ୍ରା ସମାପନ ହେବ। ସୂଚନାଯୋଗ୍ୟ, ଏନ୍.ଟି.ପି.ସି କଣିହାଁ ଦ୍ୱାରା ପ୍ରତିବର୍ଷ ପାଳିତ ହେଉଥିବାର ରଥଯାତ୍ରା ସ୍ଥାନୀୟ ଟାଉନସିପ.ସ୍ଥାନୀୟ ଗ୍ରାମବାସୀ ଏବଂ ପ୍ରକଳ୍ପ ଆଖପାଖରେ ବାସ କରୁଥିବା ଜନସାଧାରଣଙ୍କ ନିମନ୍ତେ ବ୍ୟାପକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top