ଏନ୍.ଟି.ପି.ସି କଣିହାଁରେ ବନ ମହୋତ୍ସବ ପାଳନ ଅବସରରେ ୯ହଜାର ଚାରାରୋପଣ

ତାଳଚେର, ୭/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ କଣିହାଁଠାରେ ଜୁଲାଇ ୭ ତାରିଖରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରକଳ୍ପର ଜେନେରାଲ ମ୍ୟାନେଜର(ଓ ଆଣ୍ଡ ଏମ୍) ତଥା ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀ ଏ.କେ.ତ୍ରିପାଠୀ ଯୋଗ ଦେଇ ବୃକ୍ଷରୋପଣ ଉପରେ ଗୁରୁତ୍ୱରୋପ କରିଥିଲେ। ପରିବେଶକୁ ବଂଚାଇବା ତଥା ସବୁଜିମା ବୃଦ୍ଧି କରିବା ନିମନ୍ତେ ବନ ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ବୃକ୍ଷ ସଂରକ୍ଷଣ କମିଲେ ବୃଷ୍ଟିପାତରେ ଅନିୟମିତତା ଦେଖାଦେବା ସହ କୃଷି ଉତ୍ପାଦନ, ପରିବେଶ ସନ୍ତୁଳନ, ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ। କେବଳ ବ୍ୟାପକ ପରିମାଣରେ ବୃକ୍ଷରୋପଣ ହିଁ ଜଙ୍ଗଲ ହ୍ରାସ ଓ ଅନ୍ୟାନ୍ୟ ସମସ୍ୟାରୁ ରକ୍ଷା କରିପାରିବ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ସେହିପରି ଜଳ ସଂରକ୍ଷଣ ଓ ନବୀନତମ ଉଜ୍ଜ୍ୱର୍ାର ବ୍ୟବହାର ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆମ୍ବ, ବେଲ, ପଣସ, ନୀମ୍ବ ଆଦି ବିଭିନ୍ନ ପ୍ରଜାତିର ପ୍ରାୟ ୧୦୫୦ଟି ଚାରା ସ୍ଥାନୀୟ ଷ୍ଟେଜ-୨ଟାଉନସିପ୍ ପରିସରରେ ଲଗା ଯାଇଥିଲା। ୨୦୧୮-୧୯ବର୍ଷରେ ତାପଜ କେନ୍ଦ୍ର ପକ୍ଷରୁ ଓଡ଼ିଶା ଫରେଷ୍ଟ ଡେଭଲପମେଂଟ କର୍ପୋରେସନ ଲିମିଟେଡ଼ ସହଯୋଗରେ ୫୦ହଜାର ଚାରାରୋପଣ କରାଯିବାର ନିଷ୍ପତି ନିଆଯାଇଛି। ଏତଦ୍ ବ୍ୟତୀତୀ କଣିହାଁ ବ୍ଲକର ଶିବରାମପୁର ଗ୍ରାମଠାରେ ଓଏଫଡିସି ସହଯୋଗରେ ପ୍ରାୟ ୮୦୫୦ଚାରାରୋପଣ କରାଯାଇ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ, ଫ୍ୟାକ୍ଟରି ଆଣ୍ଡ ବଏଲର, ଓଡ଼ିଶା ସରକାର, ହୃଦୟ ଚନ୍ଦ୍ର ସାହୁ, ଜିଏମ୍(ମେଂଟେନାନ୍ସ)ଏନ୍.ଆଚାର୍ଯ୍ୟ, ଜିଏମ୍ (ଅପରେସନ) ଆର.ସିହ୍ନା, ଜିଏମ୍ (ଟିଏସ୍) ଏନ୍.ଏସ.ରାଓ, ଏଜିଏମ୍(ଇଏମଜି ଆଣ୍ଡ ଇୟୁ)ଏ..କେ.କାମିଲା, ଏଜିଏମ୍(ଏଚ ଆର)ପିଏମଜିଭି ଶ୍ରୀନିବାସ, ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ, ତନଭି ସଙ୍ଗମର କାର୍ଯ୍ୟକର୍ତା, ଶ୍ରମିକ ସଙ୍ଗଠନର କର୍ମକର୍ତା, ସିଆଇଏସଏଫ ଅଧିକାରୀ, କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଏବଂ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇ ଏହାକୁ ସଫଳ କରାଇଥିଲେ।

Leave a Reply

Your email address will not be published. Required fields are marked *