ad
ଅନୁଗୁଳ

ଏନ୍.ଟି.ପି.ସି କଣିହାଁରେ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

ତାଳଚେର, ୧୧/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁରେ ମାର୍ଚ୍ଚ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଚଳିତବର୍ଷ ଏହାର ସ୍ଲୋଗାନ ରହିଛି ‘କଲଟିଭେଟ୍ ଆଣ୍ଡ ସସଟେନ୍ ଏ ସେଫ୍ଟି କଲଚର ଫର୍ ବିଲଡିଂ ନେସନ’ ଅର୍ଥାତ୍ ସୁରକ୍ଷା ପୂର୍ବକ କାର୍ଯ୍ୟ କରନ୍ତୁ ଏବଂ ହସଖୁସିରେ ଘରକୁ ଫେରନ୍ତୁ। ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ପ୍ରକଳ୍ପର ସିଜିଏମ୍ ସନ୍ତୋଷ ଜେମ୍ସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସୁରକ୍ଷା ପତାକା ଉତୋଳନ କରିବାସହ ଉଗସ୍ଥିତ ପତିଭାଗୀଙ୍କୁ ଶପଥପାଠ କରାଇଥିଲେ। ଶ୍ରୀ ଜେମ୍ସ ନିଜ ବକ୍ତବ୍ୟରେ ବିପଦବହୁଳ କାର୍ଯ୍ୟକୁ ଚିହ୍ନଟ କରି, ତାହାର ନିରାକରଣ କରିବାକୁ ଗୁରୁତ୍ୱାରୋପ କରିଥିଲେ। ସୁରକ୍ଷାର ସହ କାର୍ଯ୍ୟ କରିବାପାଇଁ ପ୍ରକଳ୍ପକୁ ୩୧ଟି ସୁରକ୍ଷା ଜୋନ୍ ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଜୋନ୍ ରେ ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ ରହି ସୁରକ୍ଷା ମାନକ କୁ ନଜର ରଖିବାକୁ ନିର୍ଦ୍ଦେଶ ରହିଛି। ଏହି ସୁରକ୍ଷା ସପ୍ତାହ ପାଳନ ଅବସରରେ କାରଖାନାରେ ଦୁର୍ଘଟଣାରୁ କିପରି ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ବିଭିନ୍ନ ଧରଣର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ସୁରକ୍ଷା ସଚେତନତା ବୃଦ୍ଧି ନିମନ୍ତେ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ପ୍ରକଳ୍ପର ଜିଏମ୍(ଓ ଅଣ୍ଡ ଏମ୍) ଏନ୍.ଏସ୍.ରାଓ, ଜିଏମ୍ (ଅପରେସନ୍) ଆର.ସିହ୍ନା, ଜିଏମ୍(ଏଫ୍ ଏମ୍) କେ.ଦାସ, ଜିଏମ୍(ସି ଆଣ୍ଡ ଏମ୍)ନବୀନ ବାଗାଇ, ଏଜିଏମ୍, ସେଫ୍ଟି କୋ ଅର୍ଡ଼ିନେଟର ଏସ୍.ଏସ୍.ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କର୍ମଚାରୀ ଏବଂ ଠିକା କର୍ମଚାରୀମାନେ ସାମିଲ ହୋଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top