ଅନୁଗୁଳ

ଏନ୍.ଟି.ପି.ସି କଣିହାଁରେ ଇଲେକ୍ଟି୍ରକାଲ ଭେକିଲ ଚାର୍ଜିଂ ଷ୍ଟେସନ ଉଦଘାଟିତ

ତାଳଚେର, ୬/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି କଣିହାଁଠାରେ ଏକ ନୂତନ ଇଲେକ୍ଟି୍ରକାଲ ଭେକିଲ ଚାର୍ଜିଂ ଷ୍ଟେସନ ଗତ ୫ତାରିଖରେ ଉଦଘାଟିତ ହୋଇଯାଇଛି। ଏନ୍.ଟି.ପି.ସି ଲିଃର ନିର୍ଦ୍ଦେଶକ (ପରିଚାଳନା)ପ୍ରକାଶ ତିୱାରୀ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଏନ୍.ଟି.ପି.ସି କଣିହାଁର ବରିଷ୍ଠ ପଦାଧିକାରୀ ଏବଂ ଓ ଆଣ୍ଡ ଏମ୍.ର କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଏହି ଷ୍ଟେସନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ତିୱାରୀ ଏନ୍.ଟି.ପି.ସି କଣିହାଁ ଦ୍ୱାରା ଏପରି ଷ୍ଟେସନ ସ୍ଥାପିତ କରାଯାଇଥିବା ପ୍ରୟାସର ଭୂୟସୀ ପ୍ରଶଂସା କରିବାସହ ଭବିଷ୍ୟତର ସୁରକ୍ଷା ପାଇଁ କର୍ମଚାରୀମାନେ ଏଣିକି ବିଦ୍ୟୁତ ଚାଳିତ ଗାଡ଼ି କିଣିବାକୁ ପରାମର୍ଶ ଦେଇଥିଲେ। ବର୍ତମାନ ଏନ୍.ଟି.ପି.ସି କଣିହାଁ ତରଫରୁ ୨ଟି ଇଲେକ୍ଟି୍ରକାଲ ଭେକିଲ ଚାର୍ଜିଂ ଷ୍ଟେସନ ଉପଲବ୍ଧ ରହିଥିବା ବେଳେ କମ୍ପାନୀ ଏବଂ କର୍ମଚାରୀଙ୍କର ଗାଡ଼ି ଗୁଡ଼ିକୁ ଏଥିରୁ ଚାର୍ଜ କରାଯାଇପାରିବ। ଏନ୍.ଟି.ପି.ସି କଣିହାଁ ପକ୍ଷରୁ ନବିକରଣ ଶକ୍ତିର ପ୍ରଚଳନ ଏବଂ ଏହାର ଗୁରୁତ୍ୱ ବୃଦ୍ଧି ସକାଶେ ଏପରି ଇଲେକ୍ଟି୍ରକାଲ ଭେକିଲ ଚାର୍ଜିଂ ଷ୍ଟେସନର ସ୍ଥାପନା କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top