ଏନ୍.ଟି.ପି.ସି ଓ ଟି.ଟି.ପି.ଏସ୍.ର ବିଭିନ୍ନ କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା

ଅନୁଗୋଳ,୧୪/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାର ଏନ୍.ଟି.ପି.ସି କଣିହାଁ ଏବଂ ତାଳଚେର ଥର୍ମାଲସ୍ଥିତ ତାପଜ ବିଦୁ୍ୟତ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ଗୁରୁବାର ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲାପାଳ ଅନିଲ କୁମାର ସାମଲ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପ ଦ୍ୱାରା ନିର୍ଗତ ହେଉଥିବା ପାଉଁଶ ଯୋଗୁଁ କଣିହାଁ ବ୍ଲକର ଡେରେଙ୍ଗ ମଝିସାହି ଗ୍ରାମର ପରିବେଶ ପ୍ରଦୁଷଣ ହେଉଥିବା ନେଇ ଆଲୋଚନା ହୋଇଥିଲା । ଏନ୍.ଟି.ପି.ସି ତାର ନିଜସ୍ୱ ବୈଜ୍ଞାନିକ କୈାଶଳ ଅବଲମ୍ବନ କରି ଏହାର ନିରାକରଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବିଗତ ଦିନରେ ଏହାକୁ ରୋକିବାକୁ କଣ ସବୁ ପଦକ୍ଷେପ ନିଆଯାଇଛି ଜିଲ୍ଲାପାଳ ଏନ୍.ଟି.ପି.ସି ଅଧିକାରୀଙ୍କୁ ପଚାରି ବୁଝିବାସହ ସମ୍ପୃକ୍ତ ଅଂଚଳରେ ବ୍ୟାପକ ବୃକ୍ଷରୋପଣ ଓ ସ୍ପି୍ରଙ୍କଲର ମାଧ୍ୟମରେ ଜଳସିଂଚନ କରିବାକୁ ପରାମର୍ଶ ଦେଇଥିଲେ । ପାଉଁଶ ପୋଖରୀ ପାଶ୍ୱର୍ରେ ଥିବା ଡେରେଙ୍ଗ ମଝିସାହି ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ସ୍ଥାନାନ୍ତରଣ କରିବାସହ ସି.ଏସ୍.ଆର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଟି.ଟି.ପି.ଏସ୍ ପ୍ରକଳ୍ପ ଦ୍ୱାରା ୬୫ଜଣ ଏସ୍.ଏ.ପି.ଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦେବାସହ ୧୧ଜଣ ଏଲ.ଏ.ପି.ଙ୍କୁ ଚୁକ୍ତିଭିତିକ ନିଯୁକ୍ତି ଦେବାକୁ ଏହାର କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ସନ୍ଥପଡ଼ା ଗ୍ରାମର କିଛି ଛାଷଜମିକୁ କାରଖାନାର ବର୍ଜ୍ୟ ପାଣି ମାଡ଼ୁଥିବାରୁ ଏହାର ସ୍ଥାୟୀ ପ୍ରତିକାର କରିବା ତଥା ଏକକାଳୀନ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି,ଭୂ ଅର୍ଜନ ଅଧିକାରିଣୀ ରଶ୍ମିରେଖା ସ୍ୱାଇଁ,ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ର ଆଂଚଳିକ ଅଧିକାରୀ ଡ.ବିନୋଦ ବିହାରୀ ଦାସ,କଣିହାଁ ତହସିଲଦାର ଅଂଶୁମାନ ଶତପଥି,ଏନ୍.ଟି.ପି.ସି କଣିହାଁର ଗ୍ରୁପ ଜେନେରାଲ ମ୍ୟାନେଜର ଦେବାଶିଷ ସରକାର,ଜି.ଏମ ନିରଞ୍ଜନ ଆଚାର୍ଯ୍ୟ,ତାଳଚେର ଥର୍ମାଲ ପ୍ରକଳ୍ପର ଜିଜିଏମ୍ ରାମ କୁବେର,ଏଜିଏମ୍ ଆଲିଅସ ଟପ୍ନୋ,ସିନିୟର ମ୍ୟାନେଜର ଏସ୍.କେ.ସେନାପତିଙ୍କ ସମେତ ଉଭୟ ପ୍ରକଳ୍ପର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *