ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ଓରଫ ପ୍ରତାପ ସାହୁ ଗୁରୁତର

କେନ୍ଦ୍ରାପଡ଼ା ୩୧ ମଇ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡ଼ାରେ ପୁଲିସ୍ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ଓରଫ ପ୍ରତାପ ସାହୁ ଗୁରୁତର ଆହତ ହୋଇ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୂତାବକ ତା’ର ଦୁଇ ଗୋଡ଼ରେ ଗୁଳି ବାଜିଛି। ୪୦ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲାରେ ବିଭିନ୍ନ ଥାନାରେ ତା’ନାମରେ ମାମଲା ଥିଲା। ୨୦୧୪ ମସିହାରୁ ପୋଲିସ୍ ର ମୋଷ୍ଟ ୱୋଣ୍ଟେଡ୍ ଅପରାଧି ଥିଲା। ଦାଦାବଟି, ବୋମା ମାଡ଼, ଗୁଳିକାଣ୍ଡ, ହତ୍ୟା ପରି ଜଘନ୍ୟ ଅପରାଧରେ କେନ୍ଦ୍ରପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ଅନେକ ମାମଲା ତା’ ନାମରେ ଅଛି। ପାଟକୁରା ପୋଲିସ ଓ ସ୍ପେସାଲ ସ୍କ୍ବାଡର ମିଳତ ଉଦ୍ୟମରେ ହୋଇଛି ଇନକାଉଣ୍ଟର।

Leave a Reply

Your email address will not be published. Required fields are marked *