ଏନ୍ଓସି ନଥାଇ ମାଳମାଳ ଚାଲୁଛି ବେସରକାରୀ ଶିକ୍ଷାନୁଷ୍ଠାନ

ପୁରୀ ୧୧/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବେସରକାରୀ ଶିକ୍ଷାନୁଷ୍ଠାନ ଏବେ ବ୍ୟବସାୟରେ ପରିଣତ ହୋଇଛି। କେତକ ନାମିଦାମୀ ସଂସ୍ଥାର ପ୍ରାଞ୍ଚାଇଜ୍ ନେଇ ଅନୁଷ୍ଠାନ ଚାଲୁଥିବା ଦେଖାଯାଏ। ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କର ୧୮ଟି ନିୟମାବଳୀ ରହିଛି। ସେସବୁକୁ ଉଲଂଘନ କରି ଶିକ୍ଷାନୁଷ୍ଠାନ ଚାଲୁଥିବା ଅଭିଯୋଗ ହେଉଛି। ଅଧିକାଂଶ ଶିକ୍ଷାନୁଷ୍ଠାନର ନିଜସ୍ୱ ଗୃହ, ଖେଳପଡ଼ିଆ, ବିଜ୍ଞାନ ଶ୍ରେଣୀ ଗୃହ ଆଦି ନଥାଇ ମଧ୍ୟ ବହୁ ଶିକ୍ଷାନୁଷ୍ଠାନ ସେହିପରି ଚାଲୁଥିବା ଦେଖାଯାଏ। ପୁରୀ ସହର ଶିକ୍ଷାଜିଲ୍ଲା, ବିପିଲି ଶିକ୍ଷାଜିଲ୍ଲା, ନିମାପଡ଼ା ଶିକ୍ଷାଜିଲ୍ଳାରେ ଏହି ଭଳି ଛତୁ ଫୁଟିଲା ଭଳି ବେସରକାରୀ ଇଂଗ୍ରାଜୀ ମାଧ୍ୟମ ସ୍କୁଲ ଗୁଡ଼ିକ ଗଢ଼ି ଉଠିଛି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ ବିଷୟ ଜାଣୁଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଇଂଗ୍ରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକରେ ଅଭିବାବକ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶୋଷଣ କରାଯାଉଥିବା କୁହାଯାଉଛି। ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଏଦିଗରେ ଦୃଷ୍ଠି ଦେଇ ବେଆଇନ ଭାବେ ଚାଲୁଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *