ଓଡ଼ିଶା

ଏନଡିଏ ସରକାରଙ୍କ ରାଫେଲ ଦୁର୍ନିତି ଓ ନବୀନ ସରକାରଙ୍କ ଗୁରପ୍ରୀୟା ସେତୁ ଦୁର୍ନିତି ବିରୋଧରେ ସ୍ୱର ଉତ୍ତୋଳନ କଲା କଂଗ୍ରେସ ଦଳ

ମାଲକାନଗିରି, ୨୮ା୮ (ଓଡିଆ ପୁଅ) ଏନଡିଏ ସରକାରଙ୍କ ରାଫେଲ ଡିଲରେ ୧୭୦ ଲକ୍ଷ କୋଟି ଟଙ୍କାର ମହାଦୁର୍ନିତି ଓ ନବୀନ ସରକାରଙ୍କ ଗୁରୁପ୍ରୀୟା ସେତୁ ନିର୍ମାଣରେ ୭୪ କୋଟି ଟଙ୍କାର ଦୁର୍ନିତି ହୋଇଥିବାର ଦର୍ଶାଇ ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରି ସଭାପତି ପ୍ରଦୀପ ମାଝୀ ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ବୟାନ ଉପସ୍ଥାପନ କରିଛନ୍ତି। ମାଲକାନଗିରି ଜିଲ୍ଲାକଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ ଏହି ଗୁମର କଥାର ପେଡି ଖୋଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ସରକାର ଏହି ରାଫେଲ କାରବାରରେ ଜଡିତ ରହି ୧୭୦ଲକ୍ଷ କୋଟି ଟଙ୍କାର ସ୍କାମ ହୋଇଛି। ଏହାଦ୍ୱାରା ଓଡିଶାରେ ଅଧିକ ପ୍ରଭାବ ପଡିଛି। ବିଶେଷ କରି କୋରାପୁଟ ଜିଲ୍ଲା ସୁନବେଢାଠାରେ ଥିବା ମିଗ ବିମାନ କାରଖାନା ଏହି ଅର୍ଥରେ ଉିନ୍ନତି କରଣ ହୋଇପାରିଥାନ୍ତା। ୫୦ ହଜାର ସ୍ଥାନୀୟ ଯୁବକ ଯୁବତୀମାନେ ନିଯୁକ୍ତି ପାଇ ପାରିଥାନ୍ତେ। ଏହି ଦୁର୍ନିତି ହେବା ଦ୍ୱାରା ସୁନାବେଢା ହାଲରେ ଅଧିକ ପ୍ରଭାବ ପଡିଛି। ଏହି ରାଫେଲ ଡିଲ ଦୁର୍ନିତିକୁ ଜେପିସି ତଦନ୍ତ କରାଯାଉ ବୋଲି କହିଥିଲେ। ଏହା ବ୍ୟତୀତ ଚିତ୍ରକୋଣ୍ଡା ଠାରେ ଥିବା ଗୁରୁପ୍ରୀୟା ସେତୁ ନିର୍ମାଣରେ ମଧ୍ୟ ୭୪ କୋଟି ଟଙ୍କାର ଦୁର୍ନିତି ଓଡିଶା ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ଏହି ସେତୁ ନିର୍ମାଣରେ ଦିନରାତି ପ୍ରହରାଦେଇ ନିଜ ଜୀବନକୁ ବଳି ଲଗେଇ ଦେଇଥିବା ସୀମାସୁରକ୍ଷା ବାହିନୀଙ୍କୁ ଶ୍ରେୟଦେବା ବଦଳରେ ମୁଖ୍ୟମନ୍ତ୍ରୀ ନିଜେ ବାହାବାହା ନେଉଛନ୍ତି। ବିଛିନ୍ନାଞ୍ଚଳର ୨ ହଜାର ପିଲା ଶିକ୍ଷାଦନରୁ ଏବେବି ବଞ୍ଚିତ ହୋଇରହିଛନ୍ତି। ଚାକିରି ଯୋଗାଇବା ନାମରେ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରୁ ଲକ୍ଷ୍ମି ମାଟାମ ନାମକ ଜଣେ ଆଦିବାସୀ ବାଳିକାକୁ ସିଲାଇ ତାଲିମ ଦେଇ ଚାକିରି ଦେବା ନାମରେ ବେଙ୍ଗାଲୁର ନେଇ ତାପରେ ଚକ୍ରାନ୍ତ କରି ବାଙ୍ଗଲାଦେଶରେ ବିକ୍ରୀ କରିଦିଆଯାଇଛି। ତାଙ୍କୁ ତୁରନ୍ତ ରାଜ୍ୟ ସରକାର, ଜିଲ୍ଲାପ୍ରଶାସନ ଉଦ୍ଧାର କରି ଆଣି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରନ୍ତୁ। ଠିକ ସେହିପରି ପାଠ ପଡିବା ନାମରେ ରାମଚନ୍ଦ୍ର ମାନ୍ଦ୍ରା ନାମକ ଜଣେ ବଣ୍ଡାବାଳକ ଭୁବନେଶ୍ୱରର ଏକ ଶିକ୍ଷା ସଂସ୍ଥାରେ ନାମ ଲେଖାଇ ଥିଲେ ସେ ସେଠାରୁ ନିଖୋଜ ହୋଇଥିଲେ ମଧ୍ୟ ତାଙ୍କର କିଛି ପତା ମିଳୁନାହିଁ। ତାଙ୍କୁ ଖୋଜା ଯାଇ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଉ। ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଗରିବ ଆଦିବାସୀଙ୍କୁ ଜଙ୍ଗଲ ଜମିପଟା ଦେବା, ସହର ଓ ବସ୍ତିଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କୁ ଘରଡିହ ପଟା ଦେବା ଇତ୍ୟାଦି ଦାବିନେଇ କଂଗ୍ରେସ ଦଳ ବାରମ୍ବାର ଆନ୍ଦୋଳନ ପରେ ମଧ୍ୟ ରାଜ୍ୟସରକାର କି ଜିଲ୍ଲାପ୍ରଶାସନ ଦାବିଗୁଡିକ ପ୍ରତି ଗୁରୁତ୍ୱ ଦେଉ ନାହାଁନ୍ତି, ଗତ ୧୬ ତାରିଖରେ ମାଲକାନଗିରି ଜିଲ୍ଲାରେ ବନ୍ୟାହୋଇ ଶତାଧିକ ଘରଭାଙ୍ଗି ଯିବାସହିତ ଶହଶହ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟହୋଇ ଜମି ବାଲିଚର ହୋଇ ଯାଇଥିଲେ ମଧ୍ୟ ସେମାନଙ୍କୁ କ୍ଷତିପୂରଣ ମିଳିନାହିଁ।

ଗତକିଛି ଦିନତଳେ ରାଜ୍ୟ ସରକରାଙ୍କ ଦୁଇଜଣ ମନ୍ତ୍ରୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ହେଲିକେପ୍ଟର ରେ ଆସି ଆକାଶ ମାର୍ଗରୁ ଅନୁଧ୍ୟାନକରି ୩୦ ତାରିଖ ମଧ୍ୟରେ ସୁପୂର୍ଣ୍ଣକ୍ଷୟ କ୍ଷତିର ବିବରଣୀ ରାଜ୍ୟ ସରକାରଙ୍କୁ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଯାଇଛନ୍ତି। ମାଲାକନଗିରି ଜିଲ୍ଲାର ଅନେକ ଗ୍ରାମ ଅଛି ଅତ୍ୟନ୍ତ ଦୁର୍ଗମ ଅପହଁଚ ଇଲାକାରେ, ଖୁବ କମ ଦିନ ମଧ୍ୟରେ ଜିଲ୍ଲାର କ୍ଷୟ କ୍ଷତି ବିବରଣୀ ସଂଗ୍ରହ କରିବା ସମ୍ଭବପର ହେଉନଥିବାରୁ ଏହି ବିବରଣୀ ଦାଖଲ କରିବାର ସମୟସୀମା ବଢାଇବା ପାଇଁ ଶ୍ରୀ ମାଝୀ ଦାବିକରିଥିଲେ। ଆସନ୍ତା ୨ ତାରିଖରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଜଂନ ପଟନାୟକ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଚିତ୍ରକୋଣ୍ଡା ଠାରେ ଥିବା ଗୁରୁପ୍ରୀୟା ସେତୁସ୍ଥଳ ପରିଦର୍ଶନ କରି ସେଠାକାର ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏନଡିଏ ସରକରାଙ୍କ ରାଫେଲ ଦୁର୍ନିତି, ନବୀନସରକାରଙ୍କ ଗୁରୁପ୍ରୀୟୀ ସେତୁ ଦୁର୍ନିତି ଓ ମାଲକାନଗିରି ଜିଲ୍ଲାର ସ୍ଥାନୀୟ ସମସ୍ୟାକୁ ନେଇ ଆଗୀମୀଦିନରେ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ କରା ଯିବ ବୋଲି ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ଭବନ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ ସୁଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାସଭାପତି ଗୋବିନ୍ଦ ପାତ୍ର, ଜିଲ୍ଲା କାର୍ଯ୍ୟକାରି ସଭାପତି ବରିଷ୍ଟ କଂଗ୍ରେସ ନେତା ରାମପ୍ରସାଦ ପଟ୍ଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲାମାଢି, ନଗର କଂଗ୍ରେସ ସଭାପତି ପି.କେସୁରାଓ, ଯୁବକଂଗ୍ରେସ ନେତା ପ୍ରଭାକର ପାଳ, ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ମଣ୍ଡଳ, ଛବି ଦାସ, ଘାସି ନାୟକ, ବଳରାମ ସ୍ୱାଇଁ, ପେଣ୍ଡ୍ରାପଣ୍ଡା, ଜି.ଶ୍ରୀନିବାସ ରାଓ, ପଦ୍ମପାଙ୍ଗ. ୭ଟି ଯାକ ବ୍ଲକର ସଭାପତି, ସଂପାଦକଙ୍କ ସହିତ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top