ad
କେନ୍ଦ୍ରାପଡ଼ା

ଏନଜେନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନକଲେ କର୍ମଚାରୀ ସଙ୍ଘର ସମୁହ କାର୍ଯ୍ୟବନ୍ଦ ଧମକ

କେନ୍ଦ୍ରାପଡା ୧୩ ।୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଏନଜେନ ଗ୍ଲୋବାଲ ସଲୁ୍ୟସନ୍ସ ପ୍ରାଇଭେଟ ଲିମିଟେଡର କେନ୍ଦ୍ରାପଡା ଡିଭିଜନ ଅଧିନରେ କାର୍ଯ୍ୟରତ ମିଟର ରିଡରକୁ ମରଣାନ୍ତକ ଆକ୍ରମଣ ହୋଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡାସ୍ଥିତ ଏନଜେନ କମ୍ପାନୀର ଶାଖା କାର୍ଯ୍ୟାଳୟ ଅଧିନରେ ମିଟର ରିଡର ଭାବରେ କାର୍ଯ୍ୟ କରୁଥିବା ଯାଯପୁର ଜିଲ୍ଲାର ପତାସୁ ଗ୍ରାମର ହୃଷିକେଶ ସାମଲଙ୍କ ପୁଅ ଜ୍ଞାନରଞ୍ଜନ ସାମଲ ସୋମବାର ଅପରାହ୍ନ ପ୍ରାୟ ୧୨ଟା ସମୟରେ ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ଗ୍ରାମରେ ମିଟର ରିଡିଂ ନେଉଥିଲେ । ସେହି ସମୟରେ ବାରିମୂଳ ଗ୍ରାମର ବିଟୁ ପାତ୍ର ଜ୍ଞାନରଞ୍ଜନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ରାସ୍ତା ମଝିରେ ତାଙ୍କୁ ମାଡମାରି ତଳେ ପକାଇ ଦେବା ସହିତ ଘୋଷାଡି ଘୋଷାଡି ପନôିଙ୍କ ସହିତ ବିଟୁ ନିଜ ଘରକୁ ଟାଣିନେଇ ଥିବା ଓ ଘରଭିତରେ ପରିବାରର ଅନ୍ୟମାନଙ୍କ ସହିତ ମିଶି ପୁନର୍ବାର ଜ୍ଞାନରଞ୍ଜନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଠାରୁ କମ୍ପାନୀର ବିଲିଙ୍ଗ ମୋବାଇଲ,ବିଲିଙ୍ଗ ପ୍ରିଟଂର ଛଡାଇ ନେଇ ଭାଙ୍ଗି ଚୁନା କରିଦେଇଥିବା ସେ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଛନ୍ତି । ଏଥି ସହିତ ଜ୍ଞାନରଞ୍ଜନଙ୍କ ଠାରୁ ମନିପର୍ସ,ଘଂଟା,ଚେନ ପ୍ରଭୁତି ଛଡାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଜ୍ଞାନରଞ୍ଜନଙ୍କ ପିଠି,ପେଟ,ଅଂଟା ଓ ଛାତିରେ ପ୍ରବଳ ଯନ୍ତ୍ରଣା ହେବା ସହିତ ବାମ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସେହି ସମୟରେ କମ୍ପାନୀର ଅନ୍ୟ କର୍ମଚାରୀ ଅକ୍ଷୟ ରାଉତ ଓ ପ୍ରମୋଦ ପଣ୍ଡା ସେଠାରେ ପହଁଚି ଜ୍ଞାନରଞ୍ଜନଙ୍କୁ ବିଟୁ ପାତ୍ରଙ୍କ କବଳରୁ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଏ ସମ୍ପର୍କରେ ଏନଜେନ କମ୍ପାନୀର ଅନ୍ୟ କର୍ମଚାରୀମାନେ ଜାଣିବାପରେ ଆଜି ଇଲେକ୍ଟ୍ରିସିଟି ଠିକା ଶ୍ରମିକ ସଙ୍ଘର ଏକ ବୈଠକ ବସି ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାନଗଲେ ସମସ୍ତ କର୍ମଚାରୀମାନେ ସମୁହ ଭାବେ କାର୍ଯ୍ୟବନ୍ଦ ଆନେ୍ଦାଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପୋଲିସ ଏବଂ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଥିବା ସଙ୍ଘର ସଭାପତି ଦେବଦାସ ମହାନ୍ତି,ଉପ ସଭାପତି କୃଷ୍ଣ ଚନ୍ଦ୍ର ମଲ୍ଲିକ,ସାଧାରଣ ସମ୍ପାଦକ ଶୀଶିର କୁମାର ନାୟକ,ସହ-ସାଧାରଣ ସମ୍ପାଦକ ପ୍ରଶନ୍ନ କୁମାର ନାୟକ ଓ କୋଷାଧ୍ୟକ୍ଷ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି । ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ସଦର ଥାନା ସୂତ୍ରରୁ ଜଣାପଡିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top