ଏନଜିଓସିସି ସହବନ୍ଧିତ ସଂଗଠନର ଜରୁରୀ ସଭା ଓ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର ୮-୧ (ଓଡ଼ିଆ ପୁଅ) ରାଜ୍ୟର ସର୍ବବୃହତ୍ତ କର୍ମଚାରୀ ସଂଗଠନ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି (ଏନ୍ଜିଓସିସି) ସହିତ ସହବନ୍ଧିତ ସଂଗଠନର ଶତାଧିକ କର୍ମଚାରୀ ନେତୃବୃନ୍ଦଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ କର୍ମଚାରୀ ଭବନଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ୨୦୦୫ ମସିହାଠାରୁ ଆଜି ପର୍ଯ୍ୟନ୍ତ ସମିତିର ପ୍ରାକ୍ତନ କର୍ମଚାରୀ ନେତା ବ୍ରଜ କିଶୋର ନନ୍ଦ ଓ ଚତୁର୍ଦ୍ଦଶ ସମ୍ମିଳନୀରେ ନିର୍ବାଚିତ ସାଧାରଣ ସମ୍ପାଦକ ସୁଧାଂଶୁ ପତିଙ୍କ ମଧ୍ୟରେ ନେତୃତ୍ୱ ବିବାଦ ନେଇ ଖୋର୍ଦ୍ଧା ଜିଲ୍ଲା ଜଜକୋର୍ଟ, ଭୁବନେଶ୍ୱରରେ ଜୠଇ ଘକ୍ଟ.-୬୯/୧୫ ଅପିଲ୍ ମକଦ୍ଦମା ବିଚାରଧୀନ ଥିବାରୁ ରାଜ୍ୟର କର୍ମଚାରୀଙ୍କ ବିଭିନ୍ନ ସାମୁହିକ ଦାବି ଓ ସମସ୍ୟାର ସମାଧାନ ଦିଗରେ ପ୍ରଭୁତ କ୍ଷତି ଘଟୁଥିବାର ସହବନ୍ଧିତ ସଂଗଠନର କର୍ମକର୍ତ୍ତାମାନେ ଗୁରୁତର ଅଭିଯୋଗ କରିଛନ୍ତି।

ପ୍ରକାଶଯୋଗ୍ୟଯେ, ୨୦୦୯ ମସିହାରେ ଅନୁଷ୍ଠିତ ଚତୁର୍ଦ୍ଦଶ ସମ୍ମିଳନୀକୁ ବ୍ରଜ ନନ୍ଦ ଚାଲେଞ୍ଜ କରି ଭୁବନେଶ୍ୱର ସିଭିଲ୍ କୋର୍ଟରେ ୪୧୩/୨୦୦୯ରେ ମକଦ୍ଦମା ରୁଜୁ କରିଥିଲେ। ୨୦୧୫ ମସିହା ଅଗଷ୍ଟ ୧୨ତାରିଖରେ ଭୁବନେଶ୍ୱର ସିଭିଲ୍ କୋର୍ଟ ରାୟ ପ୍ରଦାନ କରି ତିନିମାସ ମଧ୍ୟରେ ନିର୍ବାଚନ କରିବା ପାଇଁ ଆଦେଶ ଦେଲେ। ବ୍ରଜନନ୍ଦଙ୍କର ନିଜର କୌଣସି ସଂଗଠନ ଓ ଅମଲା ସଂଘରୁ ବହିଃସ୍କୃତ ହୋଇଥିବାରୁ ତିନିମାସ ମଧ୍ୟରେ ନିର୍ବାଚନ କରିପାରିଲେ ନାହିଁ। ସମନ୍ୱୟ ସମିତିର ବିଧି ବ୍ୟବସ୍ଥା ଅନୁଯାୟୀ ପ୍ରତି ଦୁଇବର୍ଷରେ ଥରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବାର ନିୟମ ଥିଲେ ମଧ୍ୟ ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ନିର୍ବାଚନ ହୋଇପାରୁନାହିଁ। ସୁଧାଂଶୁ ପତିଙ୍କ ନେତୃତ୍ୱରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଥରେ ମାତ୍ର ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇ କର୍ମଚାରୀଙ୍କ ଦାବି ଉପସ୍ଥାପନ କରାଯାଇଛି। ଅବଧି ସମନ୍ୱୟ ସମିତିରେ ନେତୃତ୍ୱ ବିବାଦ ଯୋଗୁଁ ସରକାରଙ୍କ ନିକଟରେ କର୍ମଚାରୀଙ୍କ ବିଭିନ୍ନ ସାମୁହିକ ଦାବି ଓ ଅନେକ ସମସ୍ୟାର ସମାଧାନ ହୋଇପାରୁନାହିଁ। ସମନ୍ୱୟ ସମିତିର ବିଧି ବ୍ୟବସ୍ଥାକୁ ବ୍ରଜ ନନ୍ଦ ଅବମାନନା କରି ଓ ଘରୋଇ ବିଭାଗ ମାଗିଥିବା ସହବନ୍ଧିତ ସଂଗଠନର ନାମ ତାଲିକା ପ୍ରଦାନ କରିବାରେ ଅବହେଳା କରି ସ୍ୱେଚ୍ଛାଚାରିତା ଢଙ୍ଗରେ ଗୋଟିଏ ପରେ ଗୋଟିଏ ମକଦ୍ଦମା ରୁଜୁ କରି କର୍ମଚାରୀଙ୍କ ଦାବି ଫାଙ୍କିବା ନୀତିରେ କର୍ମଚାରୀ ତଥା ପ୍ରଶାସନିକ କଳକୁ ଭୂଆଁ ବୁଲାଉଛନ୍ତି। ରାଜନେତାଙ୍କ ସହାୟତାରେ ସଚିବାଳୟ ୩ୟ ମହଲାରେ ଫୁଲତୋଡା ଦେବା ବାହାନରେ ପହଞ୍ଚି ନିଜର ସ୍ୱାର୍ଥ ସାଧନ ହାସଲ କରିବା ଦିଗରେ ସମନ୍ୱୟ ସମିତି ନୀତି ନିୟମ ପ୍ରତି ବ୍ୟଙ୍ଗୋକ୍ତି କରୁଥିବାର ଖବର ମିଳିଛି। ଶ୍ରୀ ନନ୍ଦ ସମନ୍ୱୟ ସମିତିର ନିୟମ ଉଲ୍ଲଙ୍ଘନ କରି ଅବୈଧ ସଭା କରିବା ଓ ନିଜସ୍ୱ ଢଙ୍ଗରେ କର୍ମକର୍ତ୍ତା ଗଠନ କରି ସରକାରଙ୍କ ସ୍ୱୀକୃତୀ ପାଇବାର ଆଶାବାଦୀ ହୋଇଥିବାରୁ ଏଥିପ୍ରତି ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ ଓ ଘରୋଇ ବିଭାଗ ସଚିବ ତୀକ୍ଷଣ ଦୃଷ୍ଟି ରଖି ସମନ୍ୱୟ ସମିତିର ଗଣତାନ୍ତ୍ରିକ ବିଦ୍ଧି ବ୍ୟବସ୍ଥାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସହବନ୍ଧିତ ସଂଗଠନର ପ୍ରମୁଖ ନେତାମାନେ ଅନୁରୋଧ କରିଛନ୍ତି। ସ୍ୱରାଷ୍ଟ୍ର ବିଭାଗ ଏଥିପ୍ରତି ତୀକ୍ଷ୍ଣ ନଜର ଦେଇ ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀଙ୍କ ବିଭିନ୍ନ ଦାବିଦୁବା ଓ ସମସ୍ୟାର ସମାଧାନ ନିମନ୍ତେ ଗଣତାନ୍ତ୍ରିକ ନୀତିରେ ଶୃଙ୍ଖଳାଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି। ଏଥିପ୍ରତି ସରକାର ଅବହେଳା ପ୍ରଦର୍ଶନ କଲେ ଗଣତାନ୍ତ୍ରିକ ନୀତିନିୟମରେ ନ୍ୟାୟ ପାଇବା ପାଇଁ ସହବନ୍ଧିତ ସଂଗଠନର ନେତୃମଣ୍ଡଳୀମାନେ ହାଇକୋର୍ଟର ଦ୍ୱାରସ୍ଥ ହେବେବୋଲି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ କର୍ମଚାରୀଙ୍କ ବେତନ ନିର୍ଦ୍ଧାରଣ ଓ ଦରମା ସମୀକରଣରେ ଥିବା ତ୍ରୁଟିର ସଂଶୋଧନ, ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ଏକକାଳୀନ ସ୍ଥାୟୀ ଚାକିରୀର ମାନ୍ୟତା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ସମ୍ମାନ ଦେଇ ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯିବାକୁ ଅନୁରୋଧ କରାଯାଇଛି।

ଏକାଦଶୀ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ଓ ସାମ୍ବାଦିକ ସମ୍ମିଳନୀରେ ସହବନ୍ଧିତ ସଂଗଠନର ନେତୃମଣ୍ଡଳୀ ସର୍ବଶ୍ରୀ ସୁଧାଂଶୁ ପତି, କାଶୀନାଥ ଦେହୁରୀ, ରବିନ୍ଦ୍ର ଦାସ, ସୁବାଷ କର, କୃଷ୍ଣଚନ୍ଦ୍ର ନାୟକ, କଳିଙ୍ଗ ମହାନ୍ତି, ଗିରିଶ ନନ୍ଦ, ପ୍ରମୋଦ ପ୍ରଧାନ, ଅଶୋକ ଚୌଧୁରୀ, ମାୟାଧର ବାରିକ, ଅଶୋକ ରଣଜିତ୍, ନରସିଂହ ରେଡ୍ଡୀ, ହାଡ଼ିବନ୍ଧୁ ଦାସ, ରଞ୍ଜନ ବରାଳ, କମଳାକାନ୍ତ ମିଶ୍ର, ବିଶ୍ୱନାଥ ରାଉଳ, ଅକ୍ଷୟ ଦାସ, ଚନ୍ଦ୍ରଶେଖର ମହାନ୍ତି, କଳ୍ପନା ଦାସ, ସଂଗ୍ରାମ ପାଣିଗ୍ରାହୀ, ରାମଚନ୍ଦ୍ର ନାୟକ, ନିଳାଞ୍ଚଳ ଗୌଡ଼, ଗଙ୍ଗାଧର ସ୍ୱାଇଁ, ସୁରେଶ ସ୍ୱାଇଁ, ଦୈତାରୀ କର, ପ୍ରଶାନ୍ତ ନାୟକ, ବିଭୂତି କାନୁନ୍ଗୋ, ଗଗନ ଭଞ୍ଜ, ଝୁନୁବାଳା ମହାପାତ୍ର, ଆଶୀଷ ନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *