ଏନଏସଏପି ଯୋଜନାରେ ଅର୍ଥ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ଡିବିଟି ବଦଳରେ ପ୍ରତ୍ୟକ୍ଷ ଭାବେ ନଗଦ ଦେବାକୁ ଯୁକ୍ତି ବାଢି ଦଳୀୟ ଲୋକ ଓ ମଧ୍ୟସ୍ଥିଙ୍କୁ ଲାଭ ପହଂଚାଇବାକୁ ଚେଷ୍ଟା କରୁଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

– ଡିବିଟି ମାଧ୍ୟମରେ ମଧ୍ୟସ୍ଥି ମାନଙ୍କୁ ମୂଳତ୍ପାଟନ କରିବା ପ୍ରଧାନମନ୍ତ୍ରୀଙ୍କ ଏକ ବୈପ୍ଲବିକ ଯୋଜନା
– ମାତ୍ର ଓଡିଶାର ମୁଖ୍ୟମନ୍ତ୍ରୀ ପୁରୁଣା ବ୍ୟବସ୍ଥା ଚାଲୁ ରଖିବା ପାଇଁ ଯୁକ୍ତିକୁ ବିରୋଧ
ନୂଆଦିଲ୍ଲୀ /ଭୁବନେଶ୍ୱର, ୦୭ ଡିସେମ୍ବର (ଓଡ଼ିଆ ପୁଅ) – ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ବଦଳରେ ପ୍ରତ୍ୟକ୍ଷ ଭାବେ ନଗଦ ଦେବାକୁ ଯୁକ୍ତି ବାଢି ଦଳୀୟ ଲୋକ ଓ ମଧ୍ୟସ୍ଥିଙ୍କୁ ଲାଭ ପହଂଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ କରି ଏହା କହିଛନ୍ତି। ଓଡିଶାର ମୁଖ୍ୟମନ୍ତ୍ରୀ ରାଷ୍ଟ୍ରୀୟ ସାମାଜିକ ସହାୟତା ଯୋଜନା (ଏନଏସଏପି)ରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନା କାର୍ଯ୍ୟକାରିତାକୁ ଲାଗୁ ନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ହିତାଧିକାରୀ ମାନଙ୍କୁ ପୁରୁଣା ଉପାୟରେ ନଗଦ ପ୍ରଦାନ କରିବା ଜାରୀ ରଖିବା ପାଇଁ ଯୁକ୍ତି ବୋଲି ଶ୍ରୀ ପ୍ରଧାନ ତାଙ୍କ ଟ୍ୱିଟରେ କହିଛନ୍ତି।

୨୦୧୪ ମସିହାରେ ପ୍ରକାଶିତ ଏକ ସମୟ ଅନୁପଯୋଗୀ ଲେଖାର ଉଦାହରଣ ଦେଇ ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନାର ଲାଭକୁ ଖଣ୍ଡନ କରି ସିଧା ସିଧା ନଗଦ ପ୍ରଦାନ ସପକ୍ଷରେ ଯୁକ୍ତି ବାଢିଛନ୍ତି ବୋଲି ସେ ଟ୍ୱିଟରେ କହିଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟରେ କହିଛନ୍ତି ଯେ କେନ୍ଦ୍ର ସରକାର ଜନ ଧନ ଯୋଜନା ମାଧ୍ୟମରେ ଏକ ବିଶାଳ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଯାହା ଫଳରେ ବହୁଳ ଭାବେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସୁବିଧା ନେବା ସହ ୫୦ରୁ ଉର୍ଧ ମନ୍ତ୍ରଣାଳୟ ଦ୍ୱାରା ସଫଳତାର ସହିତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନା କାର୍ଯ୍ୟକାରୀ ହୋଇଛି।
୧୫.୧୧.୨୦୧୭ରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସାମାଜିକ ସହାୟତା ଯୋଜନାରେ ଅର୍ଥ ହସ୍ତାନ୍ତରଣକୁ ବନ୍ଦ କରିବାକୁ ନୁହେଁ ବରଂ ୩୧.୦୩.୨୦୧୮ ସୁଦ୍ଧା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତି ପାଇଁ କହିଥିଲେ ବୋଲି ଶ୍ରୀ ପ୍ରଧାନ ତାଙ୍କ ଟ୍ୱିଟରେ କହିଛନ୍ତି।

ବ୍ୟାଙ୍କ, ବ୍ୟାଙ୍କିଙ୍ଗ କରେସ୍ପୋଣ୍ଡେଂଟ ଓ ଡାକଘର ଗୁଡିକର ବ୍ୟବହାରରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନା ଲାଗୁ କରି ମଧ୍ୟସ୍ଥି ମାନଙ୍କୁ ମୂଳତ୍ପାଟନ କରିବା ପ୍ରଧାନମନ୍ତ୍ରୀଙ୍କ ଏକ ବୈପ୍ଲବିକ ଚିନ୍ତାଧାରା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନେ ସାମାଜିକ ସହାୟତା ଯୋଜନାର ଅର୍ଥ ପାଇଁ ନିର୍ଦିଷ୍ଟ ସ୍ଥାନ ଓ ସମୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡୁଥିବାରୁ ଏବେ ସେମାନଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଟ୍ୱିଟରେ କହିଛନ୍ତି ଯେ ଏ ସମ୍ବନ୍ଧରେ ୯.୧୧.୨୦୧୭ରେ ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏହି ପରି ବ୍ୟକ୍ତିବିଶେଷ ମାନଙ୍କୁ ୩୧.୧୨.୨୦୧୭ ସୁଦ୍ଧା ବ୍ୟାଙ୍କିଙ୍ଗ ସେବା ସେମାନଙ୍କ ଦ୍ୱାରା ଦେଶରେ ପହଂଚାଇବାକୁ ବ୍ୟାଙ୍କ ମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଏପରି ପରିସ୍ଥିତିରେ ରାଜ୍ୟ ସରକାର ରାଷ୍ଟ୍ରୀୟ ସାମାଜିକ ସହାୟତା ଯୋଜନାକୁ ଡିବିଟି ସହ ଯୋଡିବାର ପ୍ରଗତିଶୀଳ ବିଚାରକୁ ସମର୍ଥନ କରିବା ସହ ଏକ ଯୋଜନାବଦ୍ଧ ଉଦ୍ୟମ କରି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *