ଏନଏଚ ୧୬ ଦାଣ୍ଡକାଳୀ ଓ ନୂଆପଡ଼ା ନିକଟରେ ୨ଦିନରେ ସଡ଼କ ଦୁର୍ଘଟଣାରେ ୨ମୃତ ୧ ଗୁରୁତର

ବାହାନଗା/ ବାଲେଶ୍ୱର, ୦୮/୦୩(ଓଡ଼ିଆ ପୁଅ/ଭାରତୀ ଦାସ)- ଖନ୍ତାପଡ଼ା ଥାନା ୧୬ନଂ ଜାତୀୟରାଜପଥ ଦାଣ୍ଡକାଳୀ ମନ୍ଦିର ସାମ୍ନାରେ ସଡ଼କ ଦୁର୍ଘଟଣାରେ ପୁଣି ଦୁଇ ମୁଣ୍ଡ ଗଡ଼ିଛି। ୭ତାରିଖ ଦିନ ୧ଟା ସମୟରେ ଟ୍ରକ ତଳେ ଚାପି ହୋଇ ୨ଜଣ ବାଇକ ଆରୋହୀ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ କପ୍ତିପଦା ଥାନା ଅଧିନ ଗୁହାଳମରା ଗ୍ରାମର କାଳିଆ ଖିଲାରଙ୍କ ପୁଅ ଗଣେଶ ଖିଲାର(୨୨) ଓ ତାଙ୍କ ସହଯୋଗୀ ଓଡ଼ି ୧୧ଡି-୫୨୧୫ ଗ୍ଲେମର ବାଇକ ଯୋଗେ ନିଜର ଶ୍ୱଶୁର ଘର ଏହି ଥାନା ଅଧିନ ମହାରାଜପୁରର ଦୈତାରୀ ବେହେରାଙ୍କ ଘରକୁ ଯାଉଥିଲେ। ଦାଣ୍ଡକାଳୀ ମନ୍ଦିର ସମ୍ମୁକରେ ବାଲେଶ୍ୱରଆଡ଼ୁ ଭଦ୍ରକ ଅଭିମୁଖେ ଏମଏଚ ୦୮-ଏଚ ୨୩୮୭ ମାଲ ବୋଝେଇ ଟ୍ରକଟି ଷ୍ଟପର ପାସ କରୁଥିବା ସମୟରେ ବାଇକ ଆରୋହୀ ୨ଜଣ ଭାରସାମ୍ୟ ହରାଇ ଟ୍ରକ ପଛ ଚକ ତଳକୁ ଚାଲିଯାଇଥିଲେ। ଘଟଣା ସ୍ଥଳରେ ଗଣେଶଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସହଯୋଗୀ ଗୁରୁତର ଅବସ୍ଥାରେ ଏନଏଚ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ସଦର ହସପିଟାଲ ଯାଉଥିବା ସମୟରେ ମୃତ୍ୟୁ ହୋଇଥିଲା। ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ ଓ ବାଇକଟିକୁ ଜବଦ କରି ଥାନାକୁ ଆଣିଥିଲା। ଏବାବଦରେ ୭୧/୧୮ନଂରେ ମାମଲା ରୁଜୁ ହେବା ସହ ଟ୍ରକ ଡ୍ରାଇଭରଉତ୍ତର ପ୍ରଦେଶର ହରି କ୍ରିଶକୁ ଅଟକ ରଖାଯାଇଛି। ଖବର ଲେଖା ହେବା ବେଳକୁ ସହଯୋଗୀଙ୍କ ପରିଚୟ ମିଳିପାରି ନାହିଁ। ସେହିପରି ୮ତାରିଖ ଦିନ ସକାଳେ ନୂଆପଡ଼ା ଠାରେ ୨ଟି ଟ୍ରକ ମଧ୍ୟରେ ଧକ୍କା ହେବା ଦ୍ୱାରା ଡ୍ରାଇଭର ଗୁରୁତର ହୋଇଥିବାର ଜଣାପଡ଼ିଛି। ଖବର ଅନୁସାରେ ଜାତୀୟ ରାଜପଥର ନୂଆପଡ଼ା ଠାରେ ରାସ୍ତା ପାଶ୍ୱର୍ରେ ଟ୍ରକ ଛିଡ଼ା ହୋଇଥିଲା। ଭୁବନେଶ୍ୱରରୁ କଲିକତା ଯାଉଥିବା ଡବ୍ଲୁବି ୨୯ଏ- ୯୯୨୮ଟ୍ରକଟି ସକାଳେ ନୂଆପଡ଼ା ଠାରେ ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଏହି ଟ୍ରକ ଦୁର୍ଘଟଣାରେ ଡ୍ରାଇଭର ପଶ୍ଚିମବଙ୍ଗ ବାଗନାନ ଥାନା ଅଧିନ ଦେଉଳଢି ଗ୍ରାମର ମେଘନାଦ ଜେନାଙ୍କ ପୁଅ ବିକାଶ(୪୫) ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଏନଏଚ ଆମ୍ବୁଲାନ୍ସ କୁ ଖବର ଦେବା ସହ ଡ୍ରାଇଭରକୁ ବହୁ କଷ୍ଟରେ ଟ୍ରକରୁ ବାହାର କରି ଚିକିତ୍ସା ପାଇଁ ହସପିଟାଲକୁ ପଠାଇ ଥିଲେ। ପରେ ଖବର ପାଇ ଖନ୍ତାପଡ଼ା ପୋଲିସ ଟ୍ରକକୁ ଜବଦ କରି ଥାନାକୁ ନେଇଥିବାର ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *