ad
ଜିଲ୍ଲା ପରିକ୍ରମା

ଏନଆଇଟି କମ୍ୟୁଟର ଲ୍ୟାବଟୋରୀରେ ନିଆଁ

ରାଉରକେଲା ୧୪ ମଇ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲାର ଏନଆଇଟିର କମ୍ପ୍ୟୁଟର ଲ୍ୟାବରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ମାତ୍ର ସୋଭାଗ୍ୟବଶତଃ ଲ୍ୟାବର କର୍ମଚାରୀ ମାନେ ନିଆଁ ଲାଗିବା ଜାଣିପାରି ନିଆଁକୁ ଲିଭାଇବାରେ ସଫଳ ହୋଇଥିଲେ। ଫଳରେ ବହୁ କମ୍ପୁଟର ଓ ଅନ୍ୟ ଉପକରଣକୁ ରକ୍ଷା କରାଯାଇ ପାରିଥିଲା। ଏହି ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ଆରଏସପିର ଏକ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ଏହା ପୂର୍ବରୁ ଲ୍ୟାବର କର୍ମଚାରୀ ମାନେ ନିଆଁକୁ ଆୟତ୍ତାଧିନ କରିଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳି ପାରଥିଲା। ଆଜି ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top