ଓଡ଼ିଶା

ଏଡ୍ସ ଆକ୍ରାନ୍ତ ହଟହଟା, ମିଳୁନି ଔଷଧ 

ବଲାଙ୍ଗୀର ୧-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ)  ବଲାଙ୍ଗୀର ଜିଲ୍ଲା ଏ.ଆର.ଟି ଔଷଧ କେନ୍ଦ୍ର ରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ସହ ଏହି ଜିଲ୍ଲାରେ ସରକାରୀ ଅନୁଦାନ ପ୍ରାପ୍ତ ଅନୁଷ୍ଠାନର କାଗଜ କଲମ କାମ ଯୋଗୁଁ ଔଷଧ ଅଭାବରୁ ଆକ୍ରାନ୍ତ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏଚ.ଆଇ.ଭି ରୁ ଏଡ୍ସ ସ୍ଥିତି କୁ ଯାଇଥିବା ଆକ୍ରାନ୍ତ ପ୍ରତି ମାସ କୁ ଥରେ ତିରିଶ ଗୋଟି ଔଷଧ ଥିବା ଏକ ଡବା ନେଇ ନିୟମିତ ସାରା ଜୀବନ ଖାଇବାକୁ ପରାମର୍ଶ ଦେବା ସତ୍ୱେ ଏହି କେନ୍ଦ୍ର ରେ ଔଷଧ ସରିଯାଇଥିବା ଭଳି ସମସ୍ୟା ବାରମ୍ବାର ଦେଖା ଦେବା ନତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ସେହିପରି ଏଚ ଏଇ ଭି ଭୁତାଣୁ ସଂକ୍ରମିତ ପ୍ରତି ୬ ମାସରେ ଠାରେ ଅବା ଅସୁସ୍ଥ ହେଲେ ତୁରନ୍ତ ଏହି କେନ୍ଦ୍ର କୁ ଆସି ସି, ଡି.ଫୋର ନାମକ ଏକ ରକ୍ତ ପରୀକ୍ଷା କରି ଏଡ୍ସ ସ୍ଥିତିକୁ ଯାଇଥିଲେ ଔଷଧ ତୁରନ୍ତ ଆରମ୍ଭ କରିବା ଉଚିତ, ହେଲେ ଦୀର୍ଘ ଦିନ ହେବ ଏଠି ଏହି ପରୀକ୍ଷା ବନ୍ଦ ଥିବା ରୁ ଅକଥନୀୟ ଦୁର୍ଦଶା ର ଶିକାର ହେବା ଦେଖାଯାଉଛି। ଏପରିକି ଗୁରୁତର ଆକ୍ରାନ୍ତ କୁ ବିନା ପରୀକ୍ଷା ରେ ଔଷଧ ଦେଇ ଦିଆ ଯାଉଛି। ନୂଆପଡା, କଳାହାଣ୍ଡି ପରି ଦୂର ଦୁରାନ୍ତରୁ ଆକ୍ରାନ୍ତ ଆସି ଦୁଇ ଦିନ ତିନି ଦିନ ବିନା ଔଷଧରେ ରହି ଜଗିବା କୁ ବାଧ୍ୟ ହେଉଛନ୍ତି। ଏହି ଆକ୍ରାନ୍ତଙ୍କୁ ଭର୍ତି ବ୍ୟବସ୍ତା ପାଇଁ ଏକ ସଂସ୍ଥା କୁ ଅନୁଦାନ ପ୍ରଦାନ କରିବା ସତ୍ୱେ ତାହା କେବଳ କାଗଜ କଲମରେ ଚାଲିଛି। ଛୋଟ ଆକ୍ରାନ୍ତ ଶିଶୁଙ୍କ ଔଷଧ ପ୍ରଦାନ ନ କରି କଟକ କୁ ସ୍ଥାନାନ୍ତର କରାଯାଉଛି। ଜିଲ୍ଲା ରେ ଅଠର ସହ ଅଠତିରିଶ ଆକ୍ରାନ୍ତ ନାମ ପଂଜିକୃତ କରିଥିବା ବେଳେ ଶହେ ଅଠର ଗୋଟି ଶିଶୁ ଅଛନ୍ତି। ୧ ହଜାର ଛୟାଳିଶ ପୁରୁଷ ଓ ୬ ଶହ ଏକଚାଳିଶ ମହିଳା ଓ ସାତ ସହ ଦଶ ପୁରୁଷ, ଚାରି ସହ ଏକ ଅସି ମହିଳା ଓ ଟ୍ରାନ୍ସଜେନ୍ଡର ଏବଂ ୧ ଚାରି ଶିଶୁ ସମୁଦାୟ ତେର ସହଷୋହଳ ଆକ୍ରାନ୍ତଙ୍କୁ ଔଷଧ ଯୋଗାଇବା ନିମନ୍ତେ ନାମ ପଂଜିକୃତ ହୋଇଛନ୍ତି। ହେଲେ ଓସାକସ ବା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଭୁବନେଶ୍ୱର ରୁ ଔଷଧ ସଠିକ ଭାବେ ଆସୁ ନ ଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଆକ୍ରାନ୍ତ ନିଜ କୁ ଲୁକାୟିତ ରଖିବା ଯୋଗୁଁ ସ୍ଥିତି ଗୁରୁତର ରୂପ ନେଇଛି। ଜାତୀୟ ଏଡ୍ସ ନିୟନ୍ତ୍ରଣ ସମିତି ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top