‘ଏଠି ଦିନେ ଗାଁଟିଏ ଥିଲା’ ମଞ୍ଚ ନାଟକ ମନ ମୋହିଲା

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) ; ‘ରାଧା ମାଧବ ଥିଏଟର୍ସ ଇରମ’ ଆନୁକୁଲ୍ୟରେ ପ୍ରଫେସର ଅଟଳ ବିହାରୀ ନାୟକଙ୍କର ରଚିତ ଏବଂ ଦ୍ୱିତୀୟ ନିବେଦିତ ନାଟକ ଶହୀଦ ସ୍ମୃତି ଭବନ (ଟାଉନ ହଲ) ଠାରେ ମଞ୍ଚସ୍ଥ ହୋଇ ସାରିଛି। ସାଂପ୍ରତିକ ପରିସ୍ଥିତିରେ ଗ୍ରାମ୍ୟ ସଭ୍ୟତାର ଅବକ୍ଷୟ, କୃଷକ ସମସ୍ୟା ତଥା ଗ୍ରାମ୍ୟ ଭିତ୍ତିକ କୃଷି ସମବାୟ ସଂସ୍ଥାମାନଙ୍କର ଅପାରଗତା ଓ ତେଲିଆ ମୁଣ୍ଡରେ ତେଲ ଢାଳିବାର ଚିତ୍ର ନାଟକରେ ପ୍ରତିଫଳିତ ହୋଇଛି। ଚାଷି ଯେଉଁ ଗରୀବକୁ ସେଇ ଗରୀବ ହୋଇ ରହି ଯାଇଛି। କ୍ରମଶଃ ଦୁଃଖ ଦୈନ୍ୟର ଅନ୍ଧାରି ଇଲାକା ଭିତରକୁ କିପରି ଠେଲି ହୋଇ ଯାଉଛି ତା’ର ଏକ ନିଖୁଣ ଚିତ୍ର ପ୍ର. ନାୟକ ନାଟକ ମାଧ୍ୟମରେ ସୂଚନା ଦେଇଛନ୍ତି। ମଞ୍ଚ ନାଟକର ଶୁଭ ଉନ୍ମୋଚନ ଉତ୍ସବକୁ ମାନ୍ୟବର ଭଦ୍ରକ ଜିଲ୍ଲା ଓ ଦୌରାଜଜ୍ ଶୋଭନ କୁମାର ଦାସ ଉଦ୍ଘାଟନ କରିଥିଲେ। ଭଦ୍ରକ ଜିଲ୍ଲା କୋର୍ଟର ବରିଷ୍ଠ ଆଇନଜୀବି, ଆଜୀବନ ସଂଗ୍ରାମୀ ନିରାକାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମଞ୍ଚ ନାଟକ ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମାନ୍ୟବର ସବ୍ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ ଶୁଭ ଗୌତମ ମିଶ୍ର, ମୁଖ୍ୟବକ୍ତା ଓ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ ଗାଳ୍ପିକ ପ୍ର.ଡ. ରାଧା ବିନୋଦ ନାୟକ ଏବଂ କବି ସାହିତ୍ୟିକ ଡ. କ୍ଷୀରୋଦ କୁମାର ସାମଲ। ନାଟକ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ ପ୍ର. ଅଟଳ ବିହାରୀ ନାୟକ ଏବଂ ସ୍ୱାଗତ ସମ୍ଭାଷଣ କରିଥିଲେ ଆଡ୍ଭୋକେଟ ସଂଗଠକ ଗିରିଧାରୀ ନାଥ। ନାଟକର ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟ ସୂର୍ଯ୍ୟ ବିଜୟ ଦାସ (ଜଲିଉଡ ଜଗତ), ସଂଗୀତ ଡକ୍ଟର କ୍ଷୀରୋଦ ସାମଲ, ସଂଗୀତ ନିର୍ଦ୍ଦେଶନା ନାଟ୍ୟଶ୍ରୀ ନିର୍ମଳ ରାଉତ, ମଞ୍ଚ ପରିଚାଳନା କରିଥିଲେ ଆଡଭୋକେଟ ଗିରିଧାରୀ ନାଥ, ଗୋରାଙ୍ଗ ଚନ୍ଦ୍ର ବାରିକ (ମୋଗଲ ତାମସା ନିର୍ଦ୍ଦେଶକ) ଏବଂ ଅଧ୍ୟାପକ ନିହାର ରଞ୍ଜନ କର। କଳା ନିର୍ଦ୍ଦେଶନା ଦେଇଥିଲେ ‘ବାବୁ ନିରନ’। ଅଭିନୟର ନିଖୁଣ କଳା ଚାତୁରୀ ପ୍ରଦର୍ଶନ କରି ଯେଉଁମାନେ ନାଟକଟିକୁ ସର୍ବାଙ୍ଗ ସୁନ୍ଦର କରି ଦର୍ଶକ ଦରବାରରେ ଭୂରି ଭୂରି ପ୍ରଶଂସା ଗୋଟାଇ ଥିଲେ ସେମାନେ ହେଲେ ନାୟକ ସର୍ବଶ୍ରୀ ଶିବ ପ୍ରସାଦ ମହାନ୍ତି (ଆଡ୍ଭୋକେଟ), ସସ୍ମିତା ବାରିକ ନାୟିକା (ଲିଗାଲ ପାରାମେଡିକାଲ ଭଲ୍ୟୁଣ୍ଟିୟର), ପ୍ରଭାକର ପରିଡା, କାଳିନ୍ଦି ଚରଣ ମଲ୍ଲିକ (ଜଲିଉଡ ଜଗତ), ନିର୍ମଳ ପରିଡା (ଧାରାବାହିକ), ମନୋଜ, ଅରୂପ, ନିର୍ମଳ, ଅତୁଲ, ଚିନ୍ମୟ, ତୁଷାର, ଲିଟୁ, ଜଗତ, ରଞ୍ଜିତା, ବର୍ଷା, ସ୍ୱାତୀ, ଗିରିଧାରୀ, ହେମନ୍ତ, ବିଜନ, ନିଶିକାନ୍ତ, ଶକ୍ତିକାନ୍ତ (ଆଡ୍ଭୋକେଟ), ଜଗବନ୍ଧୁ, କମଳା ଅର୍ଦ୍ଦଳି ଏବଂ ଜଜ୍ ଭୂମିକାରେ ବିଶେଷ ଅତିଥି ଉତ୍ସବର ସଭାପତି ଆଡ୍ଭୋକେଟ ନିରାକାର ଜେନା, ଶିଶୁ କଳାକାର ଭାବେ ଅଭିଷେକ ଓ ଅଭିଲିପ୍ସା ଅବତୀର୍ଣ୍ଣ ହୋଇଥିଲେ। ଶହୀଦ ସ୍ମୃତି ଭବନରେ ଭରପୂର ଦର୍ଶକ ଦରବାରରେ ଉଚ୍ଛ୍ୱସିତ ଆବେଗ ଆଉ କରତାଳି ଧ୍ୱନିରେ ନାଟକଟି ସମସ୍ତଙ୍କର ମନ ମୋହିଥିଲା। ଯେଉଁମାନଙ୍କର ଅକ୍ଳାନ୍ତ ଉଦ୍ୟମ ଆଉ ଅଭିଜ୍ଞ ହସ୍ତର ସ୍ପର୍ଶ ପାଇ ନାଟକଟି ସର୍ବାଙ୍ଗ ସୁନ୍ଦର ହୋଇ ପାରିଥିଲା ସେମାନେ ହେଲେ ସାହିତ୍ୟିକା ଡ. ରାଧାରାଣୀ ମହାପାତ୍ର, ଡାକ୍ତର ରବିନାରାୟଣ ମହାପାତ୍ର, ଇଂ ଅମ୍ବିକା ପ୍ରସାଦ ସ୍ୱାଇଁ, ଆଡ୍ଭୋକେଟ ଦିବ୍ୟସିଂହ ନାୟକ, ଆଡ୍ଭୋକେଟ ରାଧା ଦାସ, ଆଡ୍ଭୋକେଟ ଅଗଣୀ ଚରଣ ଜେନା, ବିଜୁ ସ୍ମୃତି କମିଟି ଅଧ୍ୟକ୍ଷା ଆଡ୍ଭୋକେଟ ଅମୀତାବାଳା ଆଚାର୍ଯ୍ୟ, ପ୍ର. ଏମ୍.ଏ. ନବୀ, ଟିକସ ପରାମର୍ଶଦାତା ଆଡ୍ଭୋକେଟ ସନ୍ତୋଷ ମହାପାତ୍ର, ବରିଷ୍ଠ ପ୍ରଶାସକ ବିଦ୍ୟାଧର ପଲେଇ, ଡକ୍ଟର ଅକ୍ଷୟ କୁମାର ଖିଲାର, ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଶିକ୍ଷାବିତ୍ ଗୀତାରାଣୀ ବାରିକ ଓ ଲକ୍ଷ୍ମୀକାନ୍ତ ବାରିକ, ଅଧ୍ୟାପକ ଗୋପାଳ ବେଜ ଏବଂ ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ନାଟ୍ୟକାର ନରେନ୍ଦ୍ର ପରିଡା ଓ କରୁଣାକର ମଲ୍ଲିକ (ଜଲିଉଡ ଜଗତ)। ଯେଉଁମାନଙ୍କ ଦ୍ୱାରା ନାଟକର ପ୍ରାୟୋଜିତ କାର୍ଯ୍ୟକ୍ରମ ସମ୍ପାଦିକ ହୋଇଥିଲା ସେମାନେ ହେଲେ ନାୟକ ପରିବାରର ସର୍ବ ଗରିଷ୍ଠ ମାଧବୀଲତା ନାୟକ, ଆଲୋକ କୁମାର, ଅମ୍ଳାନ ଶେଖର, ଅତୁଳ କୃଷ୍ଣ, ଅଧ୍ୟାପକ ଅମୀତ କୁମାର, ତନୁଶ୍ରୀ, ଅଧ୍ୟାପିକା ସ୍ୱାଗତୀକା ନାୟକ, ଅଳକାନନ୍ଦା, ମାନସ କୁମାର ଏବଂ ସର୍ବ କନିଷ୍ଠ ମେଘାବର୍ଷା, ଖୁସି ଓ ଲୁସି।

Leave a Reply

Your email address will not be published. Required fields are marked *