ଏଟିଏମ ଲୁଟ ଉଦ୍ୟମ

ହିଞ୍ଜିଳୀକାଟୁ ୧-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ସ୍ଥାନୀୟ ହିଂଜିଳିଥାନା ଅଧୀନ ଶ୍ୟାମଳାଇ ଛକରେ ଥିବା ଏକ ଏଟିଏମ କାଉଣ୍ଟରରେ ଶୁକ୍ରବାର ଲୁଟ ଉଦ୍ୟମ ହୋଇଥିବା ଜଣାପଡିଛି। ଶ୍ୟାମଲାଇ ଛକ ସ୍ଥିତ ବିଷୋୟୀ କମ୍ପ୍ଲେକ୍ସରେ ଥିବା ଟାଟାଇଣ୍ଡିକ୍ୟାସ ଏଟିଏମ କାଉଣ୍ଟରରେ ପଶି ଦୁର୍ବୃତ୍ତ ଟଙ୍କା ଲୁଟିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି। କୌଣସି ଅଜଣା ଦୁର୍ବୃତ୍ତ ଏଟିଏମ ମେସିନର ଟଙ୍କା ବାହାରୁଥିବା ଓ ଅନ୍ୟାନ୍ୟ ଅଂଶକୁ ତାଢି ଏଭଳି କାଣ୍ଡ ଭିଆଇଥିବା ଦେଖାଯାଇଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇ ତଦନ୍ତ କରିଛି। ସ୍ଥାନୀୟ ଅଞ୍ଚଳରେ ଚୋର, ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବାରୁ ଏଥିପ୍ରତି ଦୃଷ୍ଟିଦେବା ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।

Leave a Reply

Your email address will not be published. Required fields are marked *