ଏଟିଏମ ଲୁଟେରା ଧରାପଡ଼ିଲେ

ତିର୍ତ୍ତୋଲ ୦୭/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) -ଗତ ମାସ ୧୨ ତାରିଖ ଦିନ ତିର୍ତ୍ତୋଲ ଥାନା ଅନ୍ତର୍ଗତ ମୁଳିସିଂହ ସହରାହାଟଠାରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏଟିଏମ ମେସିନ ଭାଙ୍ଗି ଦୁବୃତ୍ତମାନେ ୧୨ଲକ୍ଷ ୨୩ ହଜାର ୬ ଶହ ଟଙ୍କା ଲୁଟ୍ କରିଥିବାନେଇ ବ୍ୟାଙ୍କ ମ୍ୟାନେଜର ହରିଶ୍ଚନ୍ଦ୍ର ନାୟକ ଥାନାରେ ଅଭିଯୋଗ କରିଥିଲେ। ତିର୍ତ୍ତୋଲ ଥାନା କେଶ୍ ନଂ ୧୨୦/୧୮ ରୁଜୁ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଲାଯେ ଘଟଣା ଦିନ ସ୍ଥାନୀୟ ଅଞ୍ଚଳର ଅସିତ୍ କାଣ୍ଡି, ଶୁସାନ୍ତ ସାହୁ ଏଟିଏମ ଲୁଟ୍ କରିବାପାଇଁ ଯାଜପୁର ଜିଲ୍ଲାର ଇଛାପୁର ଅଞ୍ଚଳର ବିଶ୍ୱଜିତ ଦାସ ଓ ସେହି ଜିଲ୍ଲା ସୋଲେପାଟ ଶୁଭ୍ରଜିତ ପରିଡ଼ାଙ୍କ ସହିତ ଯୋଗାଯୋଗ କରିଥିଲେ। ଏହି ଦୁଇଜଣା ଏକ ଧଳାବୋଲେର ଗାଡ଼ିରେ ପହଞ୍ଚି ଏକ ଗ୍ୟାସ କଟର ମେସିନ ସାହାଯ୍ୟରେ ଏଟିଏମ୍ ମେସିନକୁ କାଟି ଲୁଟ୍ କରି ଫେରାର ହୋଇଯାଇଥିଲେ। ଜିଲ୍ଲା ପୋଲିସର ଏକ ଦଳ ତିର୍ତ୍ତୋଲ ଥାନା ଅଧିକାରୀ ବଳରାମ ନାୟକଙ୍କ ନେତୃତ୍ୱରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଛପଡ଼ା ଗ୍ରାମର ଅଚ୍ୟୁତ କାଣ୍ଡିଙ୍କ ପୁଅ ଅସିତ କାଣ୍ଡି(୨୩) ଧୁଅାଁପାରି ଗ୍ରାମର ଶରତ ଚନ୍ଦ୍ର ସାହୁଙ୍କ ପୁଅ ଶୁସାନ୍ତ ସାହ(୩୦), ଯାଜପୁର ଜିଲ୍ଲା ଇଛାପୁର ଗ୍ରାମର ପୁରୁଷୋତ୍ତମ ଦାସଙ୍କ ପୁଅ ବିଶ୍ୱଜିତ ଦାସ(୩୦) ଓ ଏହି ଜିଲ୍ଲା ଅନ୍ତର୍ଗତ ସୋଲେପାଟ ଗ୍ରାମର ଶଙ୍କର ଶଣ ପରିଡ଼ାଙ୍କ ପୁଅ ଶୁଭ୍ରଜିତ ପରିଡ଼(୩୧)ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଏମାନଙ୍କ ନାମରେ ଏକାଧିକ ଅପରାଧ ମାମଲା ଥିବା ପୋଲିସ ତରଫରୁ ସୂଚନା ମିଳିଛି। ଏମାନଙ୍କ ନିକଟରୁ ପୋଲିସ ୨ ଲକ୍ଷ ୪୭ ହଜାର ଟଙ୍କା, ଏକ ଗ୍ୟାସ ସିଲିଣ୍ଡର, ଦୁଇଟି ଗ୍ୟାସ ପାଇପ୍, ଗୋଟିଏ ଅକ୍ସଜେନ୍ ଓ ଗୋଟିଏ ଗ୍ୟାସ ରେଗୁଲେଟର, ଗ୍ଲୋବସ୍, ବ୍ଲାକସ୍ପ୍ରେ ବଟଲ, ଏଆର ବ୍ୟାଗ, ୪ଟା ମୋବାଇଲ, ୪ ଟି ମନିଟର, ଗୋଟିଏ କମ୍ପୁଟର, କମ୍ପୁଟର ବ୍ୟାଟେରୀ, ଗୋଟିଏ ପ୍ରାଜେକ୍ଟର, ଗୋଟିଏ ପ୍ରିଣ୍ଟର ଓ ଗୋଟିଏ ରୋଟର ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *