ଓଡ଼ିଶା

ଏଟିଏମ୍ ସଂଙ୍କଟ ନେଇ ପାଟଣାରେ ବିଜେଡିର ହରତାଳ

ପାଟଣା,ତା୨୧/୦୪(ଓଡିଆ ପୁଅ/ଅଭିମନ୍ୟୁ) ସାରା ଦେଶରେ ଏଟିଏମ୍ ଖାଲିପଡୁଛି ଓ ଏଟିଏମ୍ ରେ ଝୁଲାଯାଇଛି ନୋକ୍ୟାସ୍ ନୋଟିସ ଏପରି ପରିସ୍ଥିତି ଲୋକଙ୍କୁ ଉପହାସ ସଦୃଶ୍ୟ ହୋଇଛି । ଯାହାକି ସାମଗ୍ରିକ ଭାବରେ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରୁଛି । ଜାତୀୟକରଣ ବ୍ୟାଙ୍କ ଦ୍ୱାରା ସ୍ଥାପିତ ଏଟିଏମ୍ ମାନଙ୍କରେ ଲୋକେ ଟଙ୍କା ପାଉନଥିବା ଯୋଗୁଁ ଲୋକ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ଅପାରଗତା ବିରୋଧରେ ଆଜି ପାଟଣା ବିଜୁ ଜନତା ଦଳ ପକ୍ଷରୁ ପାଟଣା ମୁଖ୍ୟାଳୟରେ ଥିବା ଷ୍ଟେଟ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାମ୍ନାରେ ବିକ୍ଷୋଭ ହରତାଳ କରାଯାଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଳୋଗାନମାନ ଦିଆଯାଇଛି । ପାଟଣା ବ୍ଲକ ବିଜୁ ଜନତା ଦଳ ସଭାପତି ମାଧବାନନ୍ଦ ପୃଷ୍ଟିଙ୍କ ନେତୃତ୍ୱରେ ଦଳର ଜିଲ୍ଲା ଉପସଭାପତି ଦେବାନନ୍ଦ ପୃଷ୍ଟି, ପାଟଣା ଯୁବ ବିଜେଡି ସଭାପତି ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ଉପାଧ୍ୟକ୍ଷା ଲକ୍ଷ୍ମୀପି୍ରୟା ବେହେରା, ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ନାଏକ,ଦଳୀୟ ନେତା ଦେବେନ୍ଦ୍ର କୁମାର ପାତ୍ର, ସତ୍ୟାନନ୍ଦ ବେହେରା, ବିଜୟରତ୍ନ ପତି, ବିଦ୍ୟାଧର ରାଉଳ, ବିଭୁ ବେହେରା, କରୁଣାକର ବାବୁ, ଡବ୍ଲୁ୍ୟ ଆନସାରୀ, ଲକ୍ଷ୍ମଣ ବାରିକ,ସତ୍ୟବ୍ରତ ଦାଶ,ରବିନ୍ଦ୍ର ସେଠୀ, ଦିଲ୍ଲୀପ ଭଞ୍ଜ, ନବକିଶୋର ପୃଷ୍ଟି, ରଞ୍ଜନ କୁମାର ବାରିକ ପ୍ରମୁଖ ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top