ଏଟିଏମ୍ କାର୍ଡ ଚୋରୀ ମାମଲାରେ ଯୁବକ ଗିରଫ

ହିଞ୍ଜିଳିକାଟୁ ୧୭-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ହିଞ୍ଜିଳିକାଟୁ ସ୍ଥାନୀୟ ହିଞ୍ଜିଳି ଥାନା ଅନ୍ତର୍ଗତ କୋଳଦାସପୁର ଗ୍ରାମର ସ୍ଵରାଜ୍ୟ ଦଳାଇଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ୍ କାର୍ଡ ଚୋରୀ ହୋଇଯାଇଥିଲା ପରବର୍ତ୍ତୀ ସମୟରେ ତାଙ୍କର ଜମା ଖାତା ରୁ ୧୮, ୬୦୦ ଟଙ୍କା ବହୁଥର ଉଠାଣ ହେବା ଜାଣି ସେ ହିଞ୍ଜିଳି ଥାନା ଲିଖିତ ଅଭିଯୋଗ କରିଥଲେ। ଅଭିଯୋଗ ପାଇଁ ତଦନ୍ତ ପରେ ଉକ୍ତ ଗ୍ରାମ ର ଅଗାଧୁ ରାଉତ (୨୯)କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି। ହିଞ୍ଜିଳି ଥାନା କେସ ନଂ ୧୫୮/୧୮ ରୁଜୁ ହେବା ସହ ଚୋରୀ ହୋଇଥିବା ମୋଟ ୧୮, ୬୦୦ ଟଙ୍କା ଜବତ କରାଯାଇଥିବା ହିଞ୍ଜିଳି ଥାନା ସୂତ୍ର ରୁ ପ୍ରକାଶ।

Leave a Reply

Your email address will not be published. Required fields are marked *