ଜିଲ୍ଲା ପରିକ୍ରମା

ଏଚ ଆଇ ଭି/ଏଡସକୁ ନେଇ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକରୀ କରିବା ନେଇ ଆଲୋଚନା

ବଲାଙ୍ଗୀର ୩-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଓଡ଼ିଶା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଏଡ୍ସ ନିୟନ୍ତ୍ରଣ ସମିତି ଗଠନ କରି ଏହି ଭୁତାଣୁରେ ଆକ୍ରାନ୍ତଙ୍କ ଅକାଳ ମୃତ୍ୟୁ ନ ହେବା ଓ ଅନ୍ୟକୁ ସଂକ୍ରମଣ ନ ହେବା ପାଇଁ ଓଡ଼ିଶାର ବିଭିନ୍ନ ଦାଦନ ପ୍ରବଣ ଅଂଚଳରେ ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ। ଓଡ଼ିଶାର ଗଂଜାମ ଜିଲ୍ଲାକୁ ଟପି ବଲାଙ୍ଗୀର ଜିଲ୍ଲାରେ ଏହି ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ହେବା ସହ ଅନେକ ସଂଖ୍ୟାରେ କ୍ରମାଗତ ଭାବେ ମୃତ୍ୟୁର ଶିକାର ଏକ ଚିନ୍ତାର ବିଷୟ ହୋଇଥିଲା। ଏଥିପାଇଁ ଏନ.ଏସ.ଏପି.୧.୨ ଓ ୩ ଏହି ପରି ଚାରୋଟି ପର୍ଯ୍ୟାୟରେ ସମୟ ବ୍ୟବଧାନରେ ଯୋଜନା ଆରମ୍ଭ କରିଥିଲେ। ହେଲେ ଓଡ଼ିଶାର ପାଞ୍ଚଟି ଜିଲ୍ଲାକୁ ବିଶେଷ ଗୁରୁତ୍ୱ ଦେବା ସହ ରାଜେନ୍ଦ୍ର ଯୁବକ ସଙ୍ଘ ନାମକ ଏକ ବଲାଙ୍ଗୀରର ସ୍ବେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ଏହି କାର୍ଯ୍ୟକ୍ରମକୁ ଜୋରରେ କାର୍ଯ୍ୟକାରୀ କରି ସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶାର ପ୍ରଥମେ ବ୍ରହ୍ମପୁରରେ ଏକ ଏଆରଟି କେନ୍ଦ୍ର ଆରମ୍ଭ କରି ଆକ୍ରାନ୍ତଙ୍କୁ ବ୍ରହ୍ମପୁର ନେଇ ଔଷଧ ଯୋଗାଇ ଦିଆଯାଉଥିଲା। ଫଳରେ ମୃତ୍ୟୁ ହାର ନିୟନ୍ତ୍ରଣ କରାଯାଇଥିବା ବେଳେ ନା ନା ସୁବିଧା, ସୁଯୋଗ ମିଳିବା ସହ ଉକ୍ତ ଯୋଜନା ସଠିକ ରୂପାୟନ ହୋଇ ପାରିଥିଲା। କିନ୍ତୁ ଉକ୍ତ ଏନ ଏସ ଏପି ଯୋଜନା ହଠାତ ବନ୍ଦ କରିବା ଦ୍ୱାରା ଏବେ ସ୍ଥିତି ପୂର୍ବ ପରି ସୃଷ୍ଟି ହୋଇଚାଲିଛି। ବଲାଙ୍ଗୀର ସନ୍ଥ କବିଭୀମ ଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ ଗତ ଏକ ମାସ ତଳେ ସାମାଜିକ ବାସନ୍ଦ ଜଣେ ଆକ୍ରାନ୍ତ ବିଧବା ମହିଳା ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିବା ଓ ଏହି ଜିଲ୍ଲାରେ ଥିବା ବି.ଏନ.ପି ପ୍ଲସ. ବିହାନ, ଓ ସାଇ.ଟି.ଆଇ ପ୍ରକଳ୍ପ କିଭଳି ନାମକୁ ମାତ୍ର କାଗଜ, କଲମରେ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଛନ୍ତି, ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହେବା ସହ ଗଣମାଧ୍ୟମରେ ପ୍ରମୁଖ ସମ୍ବାଦ ଭାବେ ସ୍ଥାନିତ ହୋଇଥିଲା। ଏବେ ବି ଏହି ବଲାଙ୍ଗୀର ଜିଲ୍ଲାରେ ଓ ନିର୍ଦିଷ୍ଟ କେତେକ ଜିଲ୍ଲାରେ ସଚେତନତାର ଅଭାବ ଓ ଏଆରଟି ଔଷଧ ସେବନ ବିଷୟରେ ନ ଜାଣିବା ଦ୍ୱାରା ମୃତ୍ୟୁ ଓ ସଂକ୍ରମଣ ତୀବ୍ରତର ହୋଇଛି। ଏ କ୍ଷେତ୍ରରେ ଭାରତର ଏକ ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ କେଭିନ କେୟାର ଏକ ପାଞ୍ଚ ବର୍ଷୀୟ ଯୋଜନା ପାଇଁ ଜନସେବା ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶହ ଚୁକ୍ତି କରି ପୁନଃ ଉକ୍ତ ଯୋଜନାକୁ ଭିନ୍ନ ପ୍ରକ୍ରିୟାରେ କାର୍ଯ୍ୟକାରୀ କରିବା ସ୍ଥିର କରି ସରକାରଙ୍କୁ ଯୋଜନା ନିମନ୍ତେ ଶତକଡା ୫୦% ଭାଗ ଅର୍ଥ ପ୍ରଦାନ କରିବା ସୂଚନା ମିଳିଛି। ଓଡ଼ିଶାର ବର୍ତ୍ତମାନ କାର୍ଯ୍ୟ କରୁଥିବା ଉକ୍ତ ଅନୁଷ୍ଠାନ ଗୁଡିକ ଉପରେ ସ୍ୱତନ୍ତ୍ର ରୂପେ ସବିଶେଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମତ ପ୍ରକାଶ ପାଇଛି। ତେବେ ସରକାରଙ୍କ ତରଫରୁ ଏ ଯୋଜନା ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଜନସେବା ସଙ୍ଘ ସଭାପତି, ଓଡ଼ିଶା ଓ କମ୍ପାନୀ ପ୍ରଯୋଜକ, ତଥା ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଭୁବନେଶ୍ୱର ସ୍ଥିତ ହୋଟେଲ ଏମ୍ପାୟାରରେ ଏ ସମ୍ପର୍କରେ ଆଲୋଚନା କରିବା ସହିତ ଯୋଜନା ପ୍ରସ୍ତୁତ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top