ଜିଲ୍ଲା ପରିକ୍ରମା

ଏଚଡିଏଫ୍ସି ବ୍ୟାଙ୍କର ମେଗା ଟୁ ହୁଇଲର ଋଣ ମେଳା ଉଦ୍ୟାପିତ

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏଚ୍ଡିଏଫ୍ସି ବ୍ୟାଙ୍କ ଆନୁକୂଲ୍ୟରେ ଭଦ୍ରକ ନେହେରୁ ଷ୍ଟାଡିୟମ୍ରେ ଗତକାଲି ଆରମ୍ଭ ହୋଇଥିବା ଗ୍ରାମୀଣ ଟୁ ହୁଇଲର ମେଗା ଋଣ ମେଳା ଆଜି ଉଦ୍ୟାପିତ ହୋଇ ଯାଇଛି। ଏହି ମେଳାରେ ବହୁ ଗାଡି କ୍ରେତା ଅଳ୍ପ ସମୟ ମଧ୍ୟରେ ସର୍ବନିମ୍ନ ଡାଉନ ପେମେଣ୍ଟ ପ୍ରଦାନ କରି ସହଜ କିସ୍ତି ଓ କମÿ୍ ସୁଧରେ ଗାଡି ଋଣ ମାଧ୍ୟମରେ କ୍ରହୟ କରି ପାରିଥିଲେ। ଏହି ଋଣମେଳାକୁ ଗତକାଲି ଭଦ୍ରକର ଅତରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଫିତାକାଟି ଉଦ୍ଘାଟନ କରିଥିଲେ। ବ୍ୟାଙ୍କ ଓଡିଶା ଆଞ୍ଚଳିକ ମୁଖ୍ୟ ଦେବାଶିଷ ସେନାପତି, ଡେପୁଟି ଭାଇସ୍ ପ୍ରେସିଡେଣ୍ଟ ଅନନ୍ତ ପଟ୍ଟନାୟକ, ଓଡିଶା ଓ ଛତିଶଗଡ ଦୁଇ ଚକିଆ ଯାନର ମୁଖ୍ୟ ସମରେନ୍ଦ୍ର ବିହାରୀ ଦୁଇ ଚକିଆ ଯାନର ଏରିଆ ସେଲ୍ସ ମ୍ୟାନେଜର ଅନିଲ ପଟ୍ଟନାୟକ, ଦୁଇ ଚକିଆ ଯାନର ଭଦ୍ରକ ଶାଖା ପରିଚାଳକପ୍ରଶାନ୍ତ କଟୁଆଳ, ଏଚ୍ଡିଏଫ୍ସି ବ୍ୟାଙ୍କର ଭଦ୍ରକ ଶଶଖା ପ୍ରବନ୍ଧକ ପାର୍ଥ ସାରଥୀ ମଲ୍ଲିକ, ଭଦ୍ରକ ଦୁଇଚକିଆ ଯାନର ଟିମ ଲିଡର ସନ୍ତୋଷ କୁମାର ମହାପାତ୍ର ଏବଂ ଅମରେନ୍ଦ୍ର ପଣ୍ଡା ଏହି ମେଳାକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top