ଏଗାର କୋଟି ଟଙ୍କାର ରାସ୍ତା କାମ ଏକମାସ ଏଗାର ଦିନ ଗଲାନାହିଁ, ଠିକାଦାର ପ୍ରଶାସନିକ କଳ ମାଲା ମାଲ

ପୋଲସରା ୨୨/୭ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ବୁଢ଼ାମ୍ବ ଠାରୁ ପୋଲସରା, ପୋଲସରାଠାରୁ ବୁଗୁଡା ରୋଡ଼ ମାତ୍ର୨୬ କି.ମି ରାସ୍ତା, ମହାବାତ୍ୟାରେ କ୍ଷୟକ୍ଷତି ହୋଇଥିବାର ରସ୍ତା ନିର୍ମାଣ ପାଇଁ ଏଗାର କୋଟି ବାଆସଠି ଲକ୍ଷଟଙ୍କା ବିନିଯୋଗରେ ନିର୍ମିତ ରାସ୍ତାଟି ସମ୍ପୂର୍ଣ ହେବାର ଏକମାସ ଏଗାର ଦିନମଧ୍ୟ ଗଲାନାହିଁ। ଏତେ ନିମ୍ନମାନର କାର୍ଯ୍ୟ ହୋଇଛିଯେ ସବୁ ଜାଗାରୁ ଗୋଡି ଉଠି ଗଲାଣି ଠିକ ଭାବରେ ରୋଡ଼ ମଧ୍ୟ ସମତଳ ନାହିଁ। ସ୍ଥାନେ ସ୍ଥାନେ ଗର୍ତ୍ତ ସୃଷ୍ଟି ହେଲାଣି, ବର୍ଷା ହେଲେ ରୋଡ଼ରେ ପାଣି ଜମିବା ସହିତ ପଥଚାରିମାନଙ୍କ ଉପରେ ଗାଡି ମାନଙ୍କ ଦ୍ୱାରା ପାଣି ଛିଟିକି ପଡୁଛି। ବ୍ରହ୍ମପୁରସ୍ଥ ଚୌଧୁରୀ କମ୍ପାନୀ ଠିକାଦାରୀ କରୁଥିଲା ବେଳେ ଫୁର୍ତ୍ତ ବିଭାଗ ମାଧ୍ୟମରେ ତଦାରଖ କାର୍ଯ୍ୟ କରାଯାଉଥିଲା। କାର୍ଯ୍ୟ ଚାଲୁ ରହିଥିଲା ବେଳେ ବିଭିନ୍ନ ଗଣ ମାଧ୍ୟମରେ ନିମ୍ନମାନର କାର୍ଯ୍ୟ ହେଉଥିବା କଥା ପ୍ରକାଶ ପାଇଥିଲେ ମଧ୍ୟ ସରକାରୀ କଳ ନିରବଦ୍ରଷ୍ଟା ସାଜିଥିବାରୁ ରାସ୍ତାର ଏଇ ଦୂରବସ୍ଥା ବର୍ତ୍ତମାନ ଏଥିପାଇଁ ଯେଉଁମାନେ ଦାୟୀ  ସେମାନଙ୍କ ପ୍ରତି ଦୃଷ୍ଟନା ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଏବଂ କଂଷ୍ଟ୍ରକସନ କମ୍ପାନୀର ଲାଇସେନ୍ସ ବାତିଲ କରାଯାଉ। ନତୁବା ସରକାରୀ କଳର ବାହୁଛାୟା ତଳେ ରହି ଦିନ ଦ୍ଵି ପ୍ରହରେ ସାଧାରଣ ଲୋକଙ୍କୁ ଏଇ ସରକାର ଭକୁଆ ବନାଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି।

 

Leave a Reply

Your email address will not be published. Required fields are marked *