ଏକ ନକଲି ମାଓବାଦୀ ଗିରଫ, ୩ ଟି ବନ୍ଧକ, ଏକ ଟାଟା ସୁମୋ ଗାଡି ଜବତ …

କେନ୍ଦୁଝର ୨୩-୬ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ପୋଲିସ ଦ୍ୱାରା ଏକ ନକଲି ମାଓବାଦୀକୁ ଗିରଫ କରିଥିବା ସହ ୩ ଟି ବନ୍ଧୁକ ଏକ ଟାଟା ସୁମୋ ଗାଡି ମଧ୍ୟ ଜବତ କରିଛି। ଗିରଫ ମାଓବାଦୀ ହେଲେ ଅବଦୁଲ ଗଫର। ପୋଲିସ ତାଙ୍କୁ ଗତକାଲି ରାତିରେ ବାମେବାରୀ ଥାନା ଅନଚଳରୁ ଗିରଫ କରାଯାଇଥିବା ଏସ୍.ଡି.ପି.ଓ ଶୂଭ୍ରାଂଶୁ ମିଶ୍ର କହିଛନ୍ତି। କେନ୍ଦୁଝର ନୟାକୋଟ ଥାନା ଅଞ୍ଚଳରେ ଥିବା ଆର୍ଡେଣ୍ଟ ଷ୍ଟିଲ ନାମକ ଏକ କାରଖାନା ମାଲିକଙ୍କୁ କିଛି ଦିନ ତଳେ କିଛି ନକଲି ମାଓବାଦୀ ଏକ ଧମକପୂର୍ଣ୍ଣ ଚିଠି ଦେଇ ୩ କୋଟି ଟଙ୍କା ଚାନ୍ଧା ମାଗିଥିଲେ ଓ ଏହି ଘଟଣାରେ ପୋଲିସ ପୂର୍ବରୁ ତିନି ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Leave a Reply

Your email address will not be published. Required fields are marked *